Posted inଜାତୀୟ

ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର

ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ ଫେରି ମା’ଙ୍କ ନିକଟରେ ସମସ୍ତ କଥା କହିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା କେତେଜଣ ବନ୍ଧୁ ହୋଇଥିବା ବେଳେ ଅନ୍ୟମାନେ ତାଙ୍କର ପୁରୁଣା ସହପାଠୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ପୋଲିସ କହିଛି।

ପୋଲିସ ସୂଚନା ଅନୁସାରେ, ପୀଡ଼ିତା ଛାତ୍ରୀ ଜଣକ ଦ୍ୱାଦଶ ଶ୍ରେଣୀରେ ପଢ଼ନ୍ତି। ଗତ ୨୯ତାରିଖରେ ସେ ପାଣ୍ଡେୟପୁରସ୍ଥିତ ଘରୁ ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲେ। ଫେରିବାବେଳେ ପୀଡ଼ିତାଙ୍କ ଜଣେ ବନ୍ଧୁ ତାଙ୍କୁ ପ୍ରଥମେ ପିଶାଚମୋଚନ ଅଞ୍ଚଳରେ ଥିବା ଏକ ହୁକା ବାର୍‌କୁ ନେଇଥିଲେ। ସେଠାରେ ତାଙ୍କୁ ନିଶାଯୁକ୍ତ ଥଣ୍ଡାପାନୀୟ ଦେଇଥିଲେ। ପରେ ତାଙ୍କୁ ଏକ କାଫେକୁ ନେଇ ସାରା ରାତି ବଳାତ୍କାର କରିଥିଲେ। ମାର୍ଚ୍ଚ ୩୦ରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଏବଂ ଅନ୍ୟ ଜଣେ ସାଙ୍ଗ ଏକ ମୋଟର ସାଇକେଲରେ ହାଇଓ୍ବେ ଆଡକୁ ନେଇ ସେଠାରେ ବଳାତ୍କାର କରିଥିଲେ। ପରେ ତାଙ୍କୁ ନାଦେସାରରେ ଛାଡ଼ିଦେଇଥିଲେ। ମାର୍ଚ୍ଚ ୩୧ରେ ପୀଡ଼ିତାଙ୍କୁ ୫ଜଣ ଯୁବକ ମାଲଦାହିୟାର ଏକ ହୋଟେଲକୁ ନେଇ ସେଠାରେ ଗଣବଳାତ୍କାର କରିଥିଲେ। ଏପରି କି ଏପ୍ରିଲ ୧ତାରିଖରେ ତାଙ୍କୁ ଅନ୍ୟ ହୋଟେଲକୁ ନେଇ ୨ଜଣ ବଳାତ୍କାର କରିଥିଲେ। ଜଣେ ଗ୍ରାହକଙ୍କୁ ମାସେଜ୍‌ କରିବା ପାଇଁ ପୀଡ଼ିତାଙ୍କୁ ବାଧ୍ୟ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ଏହାପରେ ୩ଜଣ ତାଙ୍କୁ ଔରଙ୍ଗାବାଦର ଏକ ଓୟାର ହାଉସକୁ ନେଇ ପୁନର୍ବାର ବଳାତ୍କାର କରିଥିଲେ। ଏପରି ଭାବେ ୭ଦିନ ମଧ୍ୟରେ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଏକାଧିକ ଥର ବଳାତ୍କାର କରାଯାଇଥିଲା। ଏପ୍ରିଲ ୪ତାରିଖରେ ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜଣେ ସାଙ୍ଗଙ୍କ ଘରକୁ ନେଇ ନିଶାସକ୍ତ ଅବସ୍ଥାରେ ବଳାତ୍କାର କରିବା ପରେ ଶୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ପୀଡ଼ିତା ସେମାନଙ୍କ କବଳରୁ ଘରୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ପୀଡ଼ିତାଙ୍କ ମା’ କରିଥିବା ଅଭିଯୋଗ ଅନୁସାରେ ସୋମବାର ଏକ ମାମଲା ରୁଜୁହୋଇଛି। ଅଭିଯୁକ୍ତ ରାଜ ବିଶ୍ୱକର୍ମା, ସମୀର, ଆୟୁଷ, ସୋହେଲ, ଡାନିଶ, ଅନ୍‌ମୋଲ, ସାଜିଦ୍‌, ଜାହିର, ଇମ୍ରାନ, ଜାଇବ୍‌, ଅମନ, ରାଜ ଖାନ୍‌ ଏବଂ ଅନ୍ୟ ୧୧ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବରୁନ ଜୋନ୍‌ର ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri