ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି l ଘଟଣାକ୍ରମ ଅନୁସାରେ ଅଧ୍ୟକ୍ଷ ସାହୁ କଲେଜରେ କାର୍ଯ୍ୟରତ ଅଧ୍ୟାପିକା ସଙ୍ଗୀତା ବରିହାଙ୍କୁ ଜାତିଆଣ ଓ ମାନସିକ ନିର୍ଯାତନା ଦେଉଥିଲେ। ଏ ନେଇ ଅଧ୍ୟାପିକା ବରିହା ଗତ ମାର୍ଚ୍ଚ ୧୫ରେ ଝାରବନ୍ଧ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବା ଦିନଠାରୁ ଅଧ୍ୟକ୍ଷ ସାହୁ ଫେରାର ଥିଲେ। ଗୁରୁବାର ଝାରବନ୍ଧ ପୋଲିସ ନୂଆପଡ଼ାରୁ ଠାବ କରି ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ କେସ୍ ନଂ- ୪୧ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ପଦ୍ମପୁର ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତ ଲାଇବ୍ରେରିଆନ୍ ଚିନ୍ତାମଣି ମିଶ୍ର ମଧ୍ୟ ଫେରାର ଥିବା ପୋଲିସ ସୂଚନା ଦେଇଛି ।