ଭଦ୍ରକ,୨୮।୭: ବରପଦା ଇଞ୍ଜିନିଅରିଂ କଲେଜରେ ସୋମବାର ଏକ ଅଘଟଣ ସାମ୍ନାକୁ ଆସିଛି। ବରପଦା ଇଞ୍ଜିନିଅରିଂ କଲେଜରେ ଡିପ୍ଲୋମା ଅଧ୍ୟକ୍ଷ ଗଙ୍ଗାଧର ଧଳ ନିଜ ଚାମ୍ବରରେ କାର୍ଯ୍ୟ କରୁଥିବା ବେଳେ ଏହି ଆକ୍ରମଣ ହୋଇଛି।
ଜଣେ ନିଲମ୍ବିତ କର୍ମଚାରୀ ଏବଂ ତାଙ୍କ ସହଯୋଗୀ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଅଧ୍ୟକ୍ଷ ଗଙ୍ଗାଧରଙ୍କୁ ବିଧା, ଗୋଇଠା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ଅଧ୍ୟକ୍ଷ ଗଙ୍ଗାଧର ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଧକ୍ଷଙ୍କୁ ପଚରାଉଚରା କରିଛି। ଘଟଣାକୁ ନେଇ ଅପରପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

