ଲିପ୍‌ ସିରିଜ ଜରିଆରେ ଛାତ୍ରୀଛାତ୍ରଙ୍କ ସାମୂହିକ ବିକାଶ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍‌ ଇଣ୍ଟରନ୍ୟାଶନାଲ ଏଜୁକେଶନ ଗ୍ରୁପର ବହୁ ପ୍ରତୀକ୍ଷିତ ‘ଲିପ୍‌’ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ ଗ୍ରୁପର ପଟିଆ ସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଓ ଓଡିଏମ୍‌ ଗ୍ଲୋବାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛିି। ଏପରିକି ଓଡିଏମ୍‌ ପବ୍ଲିକ୍‌ ସ୍କୁଲରେ ଆୟୋଜିତ ଲିପ୍‌ ସିରିଜ କାର୍ଯ୍ୟକ୍ରମରେ ଏନ୍‌ସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କର୍ଣ୍ଣେଲ ସାଗର କୁମାର ମହାନ୍ତି, କୃପାଜଳ ଇଞ୍ଜିନିୟରିଂ କଲେଜ (କେଇସି)ର ପ୍ରଫେସର ରାଜେଶ କୁମାର ବେହେରା, ଭୁବନେଶ୍ୱର ଏମ୍ସର ଆସିଷ୍ଟାଣ୍ଟ ପ୍ରଫେସର ଡା. କିଶୋର କୁମାର ବେହେରା, ଆଇଏମ୍‌ଏମ୍‌ଟି ଅଧ୍ୟକ୍ଷ ବୈଜ୍ଞାନିକ ଉମାକାନ୍ତ ସୁବୁଦ୍ଧି ଏବଂ ଯୁବ ଉଦ୍ୟୋଗୀ ପ୍ରଫେସର ସୌମ୍ୟ ରଞ୍ଜନ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ମୂଲ୍ୟବାନ ଜ୍ଞାନ ଓ ଜୀବନ ଯାତ୍ରାର ଅନୁଭବ ଉପସ୍ଥାପନ କରିଥିଲେ।
ଏ ସମ୍ପର୍କରେ ଓଡିଏମ୍‌ ସମୂହର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କହିଥିଲେ, ଲିପ୍‌ ସିରିଜ ଜରିଆରେ ଛାତ୍ରୀଛାତ୍ରଙ୍କର ସାମୂହିକ ବିକାଶ ହୋଇପାରିବ। ଏପରିକି ଛାତ୍ରୀଛାତ୍ରମାନଙ୍କ ଶୈକ୍ଷିକ, ଶାରିରୀକ, ମାନସିକ, ଚାରିତ୍ରିକ ଓ ବୈଷୟିକ ବିକାଶରେ ମଧ୍ୟ ଏହା ବେଶ୍‌ ସହାୟକ ହେବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ପରିଶେଷରେ ବିଦ୍ୟାଳୟର ଅର୍ଥ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟଂ ସତ୍ୟେନ୍ଦୁ, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ବାଇଁ, ଶିକ୍ଷା ନିର୍ଦ୍ଦେଶକ ଡ.ଆର୍ତ୍ତତ୍ରାଣ ମିଶ୍ର ଓ ଉପାଧ୍ୟକ୍ଷ ଡ.ରାଜେଶ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଓଡିଏମ୍‌ ଗ୍ଲୋବାଲ ସ୍କୁଲଠାରେ ମଧ୍ୟ ୫ଟି କର୍ମଶାଳାର ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳାରେ ଅଭିନେତା ତଥା ଚିତରଞ୍ଜନ ସେବା ସଦନର ସିଇଓ ପ୍ରଫେସର ସୌମ୍ୟ ରଞ୍ଜନ ମିଶ୍ର, କେଇସିର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ରାଜେଶ କୁମାର ବେହେରା, ବୈଜ୍ଞାନିକ ଡ. ସତ୍ୟ ତାପସଙ୍କ ସମେତ ପ୍ରଶିକ୍ଷକ କପିଳ ନାଗ ପାଳ ଓ ଅବସରପ୍ରାପ୍ତ ସେନା ଅଧିକାରୀ ବ୍ରିଗେଡିୟର କ୍ଷୀରୋଦ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କର୍ମଶାଳାର ଶୁଭାରମ୍ଭରେ ଓଡିଏମ୍‌ ଶିକ୍ଷା ସମୂହର ନିର୍ଦ୍ଦେଶକ ଡ. ଆର୍ତ୍ତତ୍ରାଣ ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିଥିମାନେ ଛାତ୍ରୀଛାତ୍ରଙ୍କୁ ନିଜ ଜୀବନୀ ସହିତ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ଠିକ୍‌ ମାର୍ଗରେ ଯାଇ କିଭଳି ନିଜ ଜୀବନ ଲକ୍ଷ୍ୟ ହାସଲ କରିହେବ, ସେମାନେ ତାହା ବିସ୍ତୃତ ଭାବେ ଜଣାଇଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶୈଳେନ୍ଦ୍ର କୁମାରୀଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri