ନୂଆ ରୂପରେ ସଜେଇ ହେଉଛି କଫି ବଗିଚା: ପର୍ଯ୍ୟଟକଙ୍କ ପାଇଁ ତତ୍ପର ବିଡିଓ

ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ): ଧୀରେ ଧୀରେ ଶୀତ ପଡିବା ଆରମ୍ଭ ହୋଇଛି। ଏବେ ପର୍ଯ୍ୟଟନ ଋତୁ ଆସିଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହେଲାଣି। ଏଥିପାଇଁ ଦାରିଙ୍ଗବାଡି ଚଳଚଞ୍ଚଳ ହୋଇଥିବାବେଳେ ସମସ୍ତ ବ୍ୟବସାୟୀ, ହୋଟେଲ ମାଲିକ ମାନେ ପ୍ରସ୍ତୁତ ହେଲେଣି ନଭେମ୍ବରଠାରୁ ଜାନୁଆରୀ ପର୍ଯ୍ୟନ୍ତ ହୋଟେଲ, ଲଜ୍‌ ଗୁଡିକ ବୁକିଂ ଆରମ୍ଭ ହେଲାଣି। ସେହିପରି ପର୍ଯ୍ୟଟକଙ୍କ ଆଗମନକୁ ଦେଖି ବ୍ଲକ ପ୍ରଶାସନ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଦିଗରେ ଗୁରୁତ୍ୱ ଦେବା ଆରମ୍ଭ କରିଛି ।
ଏହି କ୍ରମରେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାକୁ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ନୂଆ ରୂପରେ ପର୍ଯ୍ୟଟକଙ୍କୁ ଅର୍ପଣ କରିବାକୁ ଜୋରଦାର ରୁପାନ୍ତର କାର୍ଯ୍ୟ ହାତକୁ ନେଉଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ କଫି ବଗିଚାର ସୌନ୍ଦର୍ଯ୍ୟକରଣ ସହ ସମ୍ପୂର୍ଣ୍ଣ ଆଲୋକ ବ୍ୟବସ୍ଥା କରାଯାଉଛି।

ବିଡ଼ିଓ ରଥ,କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ ପ୍ରମୁଖ ଦୈନିକ କଫି ବଗିଚାକୁ ପରିଦର୍ଶନରେ ଯାଇ ରୂପାନ୍ତର କାର୍ଯ୍ୟକୁ ତଦାରଖ କରୁଥିବା ବିଡ଼ିଓ କହିଛନ୍ତି। ତାଙ୍କ ସହ ଏପିଓ କେଦାର ଚନ୍ଦ୍ର ପଣ୍ଡା ମଧ୍ୟ ତାଙ୍କ ବିଭାଗ କାର୍ଯ୍ୟର ସେଠାରେ ତଦାରଖ କରୁଛନ୍ତି। ପୂର୍ବରୁ କଫି ବଗିଚା ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା ପର୍ଯ୍ୟଟକଙ୍କଠାରୁ ଟିକେଟ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲେ ମଧ୍ୟ ତାର କୌଣସି ବିକାଶ କରାଯାଇ ନ ଥିଲା। ଗତ ମାସରେ ଦାରିଙ୍ଗବାଡିର ସାଂଜାସରୁ ଉନ୍ନୟନ ଟ୍ରଷ୍ଟ ହାତକୁ କଫି ବଗିଚା ଆସିବା ପରେ ଏବେ ବିଡ଼ିଓ ରଥ ଏହାର ରୂପାନ୍ତର କାର୍ଯ୍ୟକୁ ଜୋରଦାର କରିଛନ୍ତି।
ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ ଟ୍ରଷ୍ଟର ବୈଠକରେ ଡୁଲୁରୀ ପାଇନ ବଣ ଏବଂ କଫି ବଗିଚାକୁ ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟ ହାତକୁ ନେଇଛନ୍ତି। ଯାହା ଟିକେଟ ସଂଗ୍ରହ ହେବ ଉକ୍ତ ଅର୍ଥ କିଭଳି ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ ସେନେଇ ୨ଟି ପର୍ଯ୍ୟଟନ କ୍ଷେତ୍ରକୁ ଟ୍ରଷ୍ଟ ହାତକୁ ନେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଡୁଲୁରୀ ପାଇନବଣ ପୂର୍ବରୁ ବ୍ଲକ ପ୍ରଶାସନ ନିର୍ଦ୍ଦେଶରେ ପ୍ଳିହେରୀ ପଞ୍ଚାୟତ ଅଧୀନରେ ରହିଥିଲା। ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଟିକେଟ ସଂଗ୍ରହ ଦାୟିତ୍ୱରେ ରହିଥିଲେ। ତେବେ ମାର୍ଚ୍ଚ ପରେ ପର୍ଯ୍ୟଟକଙ୍କ ଆଗମନ କମିଯିବା ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଟିକେଟ ସଂଗ୍ରହ କରିବା ବନ୍ଦ କରିଦେଇଥିଲେ। ଫଳରେ ଉକ୍ତ ପର୍ଯ୍ୟଟନକ୍ଷେତ୍ର ପରିସର ବୁଲା ଗାଈଗୋରୁଙ୍କ ଚରା ଭୂଇଁ ପାଲଟିଥିଲା। ଏବେ ପୁଣି ବାଲିଗୁଡା ଉପଜିଲାପାଳ ଏହାକୁ ଟ୍ରଷ୍ଟ ହାତକୁ ନେଇଥିବା ଜଣାପଡିଛି।
ଉକ୍ତ ପର୍ଯ୍ୟଟନକ୍ଷେତ୍ରରୁ ପୂର୍ବରୁ ରକ୍ଷଣବେକ୍ଷଣ ଅଭାବରୁ ସୋଲାର ଲାଇଟ ଗୁଡିକ ଚୋରି ହୋଇଥିବା ସହ ଭଙ୍ଗାରୁଜା ଅବସ୍ଥାରେ ରହିଛି। ସେହିପରି ଡୁଲୁରୀକୁ ପର୍ଯ୍ୟଟନ ଋତୁରେ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ବିଦ୍ୟୁତ ସଂଯୋଗ ସହ ବିଶୁଦ୍ଧ ପିଇବା ପାଣି, ଗୋଷ୍ଠୀ ଶୌଚାଳୟ କାର୍ଯ୍ୟ ସରିଥିଲେ ମଧ୍ୟ ପାଣି, ବିଦ୍ୟୁତ ସଂଯୋଗ ପାଇଁ ଉକ୍ତ ଶୌଚାଳୟ ଅଧାପନ୍ତରିଆ ହୋଇ ରହିଥିବା ନେଇ ସରପଞ୍ଚ ପାଉଲ ପ୍ରଧାନ ସ୍ଥାନୀୟ ଏବଂ ଜିଲା ପ୍ରଶାସନକୁ ଜଣାଇଥିବା କହିଥିଲେ। କିନ୍ତୁ ତାର ଉନ୍ନୟନ କାର୍ଯ୍ୟ ଏବେ ସୁଦ୍ଧା ଅଟକି ରହିଥିବା ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?