ବିଛଣାରେ ପଶି ରାତି ସାରା ମୁଣ୍ଡ ପାଖରେ ଶୋଇଲା ନାଗ, ସକାଳେ ନିଦରୁ ଉଠି…

ବାରିପଦା,୧୯ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ବିଷଧର ସାପ ସହ ମଣିଷର ଗୋଟିଏ ରାତି ବିଛଣାରେ ପାହିଲା। ହେଲେ ସାପଟି ମଣିଷର କୌଣସି କ୍ଷତି କରି ନ ଥିଲା।  ପରିବାର ଲୋକେ ସାପ ଧରାଳିଙ୍କୁ ଡାକି ଅକ୍ଷତ ଅବସ୍ଥାରେ ଧରି ସାପକୁ ଜଙ୍ଗଲରେ ଛାଡ଼ିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ପ୍ରତାପପୁର ଗ୍ରାମ ପଞ୍ଚାୟତ ପଣ୍ଡୁଆ ଗ୍ରାମରେ।
ସୂଚନାଯୋଗ୍ୟ, ପଣ୍ଡୁଆ ଗ୍ରାମର କମଳାକାନ୍ତ ରାଉତ ସୋମବାର ରାତିରେ ଖାଇସାରି ବିଛଣାରେ ଶୋଇଥିଲେ। ମଶାରୀ ଭିତରେ ସେ ଶୋଇଥିବା ସମୟରେ ଏକ ନାଗସାପ ପଶିଯାଇ ତାଙ୍କ ମୁଣ୍ଡ ପାଖରେ ଶୋଇଥିଲା। ମଶାରୀ ବାହାରକୁ ସାପଟି ବାହାରି ପାରି ନ ଥିବାରୁ ରାତି ତମାମ ଅନ୍ଧାର ଘର ମଧ୍ୟରେ କମଳାକାନ୍ତଙ୍କ ସହ ରହିଥିଲା। ସକାଳେ କମଳାକାନ୍ତ ନିଦରୁ ଉଠି ସାପକୁ ଦେଖି ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ପହଞ୍ଚତ୍ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ। ସ୍ନେକ ହେଲ୍ପ ଲାଇନ କର୍ମଚାରୀ ପହଞ୍ଚତ୍ ୬ଫୁଟର ନାଗକୁ ଧରି ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଛନ୍ତି।

Share