କୋଲ୍‌ ଇଣ୍ଡିଆର ୫୦ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୨।୩: କୋଲ୍‌ ଇଣ୍ଡିଆର ୫୦ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମହାନଦୀ କୋଲ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ଏକ ମେଗା ଦୌଡ ପ୍ରତିଯୋଗିତା ‘କୋଲ୍‌ ଇଣ୍ଡିଆ ଭୁବନେଶ୍ୱର ହାଫ୍‌ ମାରାଥନ’ ରବିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜନ କରାଯାଇଥିଲା।

ଏପରିକି ଦୌଡ ପ୍ରତିଯୋଗିତା ୪ଟି (୨୧କିମି ହାଫ୍‌ ମାରାଥନ, ୧୦କିମି ରନ୍‌, ୫ କିମି ଏବଂ ୧.୫ କିମି) ଫନ୍‌ ରନ୍‌ ବର୍ଗରେ ଆୟୋଜିତ ହୋଇଥିଲାବେଳେ ବିଭିନ୍ନ ବୟସ ବର୍ଗର ୫ହଜାରରୁ ଅଧିକ ମାରାଥନ ଧାବକ ଏବଂ ଉତ୍ସାହୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ହାଫ୍‌ ମାରାଥନ୍‌ରେ ପଶ୍ଚିମବଙ୍ଗରୁ ଲିଲି ଦାଶ ଏବଂ ଉତ୍ତର ପ୍ରଦେଶରୁ ପ୍ରିନ୍ସ କୁମାର ଯଥାକ୍ରମେ ୨୧ କିମି ହାଫ୍‌ ମାରାଥନ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୫ଦଶନ୍ଧି ଧରି କୋଲ୍‌ ଇଣ୍ଡିଆର ସଫଳ ଓ ଅନନ୍ୟ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଭାଗିତାରେ ଆୟୋଜିତ ଏହି ମାରାଥନ ଏକ ଅଭିନବ ପ୍ରୟାସ ଥିଲା।

ଏହି ଅବସରରେ ଭାରତୀୟ କ୍ରୀଡାବିତ (ବ୍ୟାଡ୍‌ମିଣ୍ଟନ୍‌) ସାଇନା ନେହ୍ବାଲ,ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏମ୍‌ପି ପ୍ରଦୀପ ପୁରୋହିତ, ବିଧାୟକ ଅଶୋକ ମହାନ୍ତି, ବିଧାୟକ ଅଗସ୍ତି ବେହେରା, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା, କୋଲ ଇଣ୍ଡିଆ ଅଧ୍ୟକ୍ଷ ପି. ଏମ୍‌ ପ୍ରସାଦ, ଏମ୍‌ସିଏଲ୍‌ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଉଦୟ ଅନନ୍ତ କାଓଲେ ଏବଂ କୋଲ୍‌ ଇଣ୍ଡିଆର ସଞ୍ଚାଳନା ନଦ୍ଦେର୍ର୍ଶକ ତଥା ଓଡ଼ିଶାର ବିଭିନ୍ନ ଜିଲାର ବରିଷ୍ଠ ଏମ୍‌ସିଏଲ୍‌ ଅଧିକାରୀମାନେ ଯୋଗ ଦେଇଥିଲେ।

ସେହିପରି ସାଇନା ନେହ୍ବାଲ ଏହି କାର୍ଯ୍ୟକ୍ରମରେ ଆମ୍ବାସାଡର ଭାବେ ଯୋଗ ଦେଇ ନିଜର କ୍ରୀଡ଼ା ଯାତ୍ରା ଅନୁଭୂତି ବର୍ଣ୍ଣନା କରିବା ସହ ଉତ୍ସାହୀ ପ୍ରତିଯୋଗୀମାନଙ୍କ ମନୋବଳ ବଢ଼ାଇଥିଲେ।

ପରିଶେଷରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଇନା ନେହ୍ବାଲ ଓ ଅନ୍ୟ ଅତିଥିମାନେ ୪୫.୩୪ଲକ୍ଷ ଟଙ୍କାର ପୁରସ୍କାର ରାଶି ବିତରଣ କରିଥିଲେ। କେବଳ କୋଲ୍‌ ଇଣ୍ଡିଆର ଉତ୍କର୍ଷର ଏହି ୫୦ବର୍ଷକୁ ପାଳନ କରିବା ପାଇଁ ନୁହେଁ ବରଂ ଏକ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ମାରାଥନ ଆୟୋଜିତ ହୋଇଥିଲା। ମାରାଥନ ବିଜେତା ପ୍ରିନ୍ସ କୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସାଇନା ନେହ୍ବାଲ ପୁରସ୍କୃତ କରୁଛନ୍ତି। ଏହି ଅବସରରେ ଅନ୍ୟମାନେ ଉପସ୍ଥିତ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri