କୋଇଲା ଆମଦାନୀ ୬ ଗୁଣ ବୃଦ୍ଧି

ନୂଆଦିଲ୍ଲୀ,୧୯ ।୬: ରୁଷିଆ ରାଜଧାନୀ ମସ୍କୋ ଉପରେ ଲାଗିଥିବା ବୈଶ୍ୱିକ କଟକଣା ସତ୍ତ୍ୱେ ଚଳିତ ସପ୍ତାହରେ ଭାରତର ରୁଷୀୟ କୋଇଲା ଆମଦାନୀରେ ବୃଦ୍ଧି ଘଟିଥିବା କିଛି ବ୍ୟବସାୟିକ ଉତ୍ସ ଏବଂ ରଏଟର୍ସ ତଥ୍ୟରୁ ଜଣାଯାଇଛି। କୋଇଲାର ବ୍ୟବସାୟିକ ମୂଲ୍ୟରେ ୩୦% ପର୍ଯ୍ୟନ୍ତ ହ୍ରାସ ଘଟିଥିବା କାରଣରୁ ଭାରତ ରୁଷିଆଠାରୁ କୋଇଲା କ୍ରୟ ପାଇଁ ଅଧିକ ଆଗ୍ରହୀ ଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ଏହାସତ୍ତ୍ୱେ ରୁଷିଆ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକୁ ଚେତାବନୀ ଦେଇ କହିଥିଲା, ବିଭିନ୍ନ ରୁଷୀୟ ମାଲ୍‌କୁ ଅନ୍ୟ ବଜାରକୁ ରପ୍ତାନି କରାଯିବ। ଭାରତ ସରକାରଙ୍କ ଅନୁସାରେ ଯୁଦ୍ଧ ବନ୍ଦ ହେବା ପରେ ଅଚାନକ ଦରବୃଦ୍ଧି ଦ୍ୱାରା ଘରୋଇ ଉପଭୋକ୍ତା ଚାପରେ ରହିବେ। ତେଣୁ ବିବିଧ ଯୋଗାଣକୁ ଅଗ୍ରାଧିକାର ଦେବା ପାଇଁ ଭାରତ ରୁଷିଆଠାରୁ ଏକାଧିକ ପ୍ରକାର ସାମଗ୍ରୀ କ୍ରୟ କରିଥିଲା। ଆମେରିକା ସରକାରଙ୍କ କହିବା ମୁତାବକ, ରୁଷିଆଠାରୁ ଶକ୍ତି ଆମଦାନୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଏହା ସତ୍ତ୍ୱେ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ସହିତ ବାଣିଜି୍ୟକ କାରବାର ରଖିବାକୁ ଚାହୁଁନାହାନ୍ତି। ରଏଟର୍ସ ପ୍ରକାଶିତ ତଥ୍ୟ ଅନୁସାରେ, ରୁଷିଆଠାରୁ ଭାରତର କୋଇଲା ଏବଂ ତତ୍‌ସମ୍ବନ୍ଧିତ ଉତ୍ପାଦର ଆମଦାନୀ ବୁଧବାର ଶେଷ ହୋଇଥିବା ୨୦ ଦିନ ମଧ୍ୟରେ ଦେଶର ପୂର୍ବ ବର୍ଷର ସମାନ ଅବଧି ଅପେକ୍ଷା ୬ଗୁଣା ବୃଦ୍ଧି ପାଇ ୩୩୧.୧୭ ମିଲିୟନ ଡଲାରରେ ପହଞ୍ଚିଛି। ଏହାଛଡ଼ା ଭାରତୀୟ ରିଫାଇନୋରଗୁଡ଼ିକ ରୁଷିଆଠାରୁ ରିହାତିରେ ମିଳୁଥିବା ଅଶୋଧିତ ତୈଳ ମଧ୍ୟ କ୍ରୟ କରିଛନ୍ତି। ଫଳରେ ବୁଧବାର ଶେଷ ହୋଇଥିବା ୨୦ ଦିନ ମଧ୍ୟରେ ରୁଷିଆ ସହ ଭାରତର ତୈଳ ବ୍ୟବସାୟ ମୂଲ୍ୟ ୩୧ ଗୁଣାରୁ ଅଧିକ ବୃଦ୍ଧି ପାଇ ୨.୨୨ ବିଲିୟନ ଡଲାରରେ ପହଞ୍ଚିଛି। ଭାରତ ବୁଧବାର ଶେଷ ହୋଇଥିବା ୩ ସପ୍ତାହ ମଧ୍ୟରେ ହାରାହାରି ୧୬.୫୫ ମିଲିୟନ ଡଲାରର ରୁଷୀୟ କୋଇଲା କ୍ରୟ କରିଛି। ଭଲ ରିହାତି ଥିବା କାରଣରୁ ରୁଷିଆ ସହ ଭାରତର କାରବାର ଜାରି ରହିବ ବୋଲି ରଏଟର୍ସ ତଥ୍ୟରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri