କୋଇଲା ଆମଦାନୀ ୬ ଗୁଣ ବୃଦ୍ଧି

ନୂଆଦିଲ୍ଲୀ,୧୯ ।୬: ରୁଷିଆ ରାଜଧାନୀ ମସ୍କୋ ଉପରେ ଲାଗିଥିବା ବୈଶ୍ୱିକ କଟକଣା ସତ୍ତ୍ୱେ ଚଳିତ ସପ୍ତାହରେ ଭାରତର ରୁଷୀୟ କୋଇଲା ଆମଦାନୀରେ ବୃଦ୍ଧି ଘଟିଥିବା କିଛି ବ୍ୟବସାୟିକ ଉତ୍ସ ଏବଂ ରଏଟର୍ସ ତଥ୍ୟରୁ ଜଣାଯାଇଛି। କୋଇଲାର ବ୍ୟବସାୟିକ ମୂଲ୍ୟରେ ୩୦% ପର୍ଯ୍ୟନ୍ତ ହ୍ରାସ ଘଟିଥିବା କାରଣରୁ ଭାରତ ରୁଷିଆଠାରୁ କୋଇଲା କ୍ରୟ ପାଇଁ ଅଧିକ ଆଗ୍ରହୀ ଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ଏହାସତ୍ତ୍ୱେ ରୁଷିଆ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକୁ ଚେତାବନୀ ଦେଇ କହିଥିଲା, ବିଭିନ୍ନ ରୁଷୀୟ ମାଲ୍‌କୁ ଅନ୍ୟ ବଜାରକୁ ରପ୍ତାନି କରାଯିବ। ଭାରତ ସରକାରଙ୍କ ଅନୁସାରେ ଯୁଦ୍ଧ ବନ୍ଦ ହେବା ପରେ ଅଚାନକ ଦରବୃଦ୍ଧି ଦ୍ୱାରା ଘରୋଇ ଉପଭୋକ୍ତା ଚାପରେ ରହିବେ। ତେଣୁ ବିବିଧ ଯୋଗାଣକୁ ଅଗ୍ରାଧିକାର ଦେବା ପାଇଁ ଭାରତ ରୁଷିଆଠାରୁ ଏକାଧିକ ପ୍ରକାର ସାମଗ୍ରୀ କ୍ରୟ କରିଥିଲା। ଆମେରିକା ସରକାରଙ୍କ କହିବା ମୁତାବକ, ରୁଷିଆଠାରୁ ଶକ୍ତି ଆମଦାନୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଏହା ସତ୍ତ୍ୱେ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ସହିତ ବାଣିଜି୍ୟକ କାରବାର ରଖିବାକୁ ଚାହୁଁନାହାନ୍ତି। ରଏଟର୍ସ ପ୍ରକାଶିତ ତଥ୍ୟ ଅନୁସାରେ, ରୁଷିଆଠାରୁ ଭାରତର କୋଇଲା ଏବଂ ତତ୍‌ସମ୍ବନ୍ଧିତ ଉତ୍ପାଦର ଆମଦାନୀ ବୁଧବାର ଶେଷ ହୋଇଥିବା ୨୦ ଦିନ ମଧ୍ୟରେ ଦେଶର ପୂର୍ବ ବର୍ଷର ସମାନ ଅବଧି ଅପେକ୍ଷା ୬ଗୁଣା ବୃଦ୍ଧି ପାଇ ୩୩୧.୧୭ ମିଲିୟନ ଡଲାରରେ ପହଞ୍ଚିଛି। ଏହାଛଡ଼ା ଭାରତୀୟ ରିଫାଇନୋରଗୁଡ଼ିକ ରୁଷିଆଠାରୁ ରିହାତିରେ ମିଳୁଥିବା ଅଶୋଧିତ ତୈଳ ମଧ୍ୟ କ୍ରୟ କରିଛନ୍ତି। ଫଳରେ ବୁଧବାର ଶେଷ ହୋଇଥିବା ୨୦ ଦିନ ମଧ୍ୟରେ ରୁଷିଆ ସହ ଭାରତର ତୈଳ ବ୍ୟବସାୟ ମୂଲ୍ୟ ୩୧ ଗୁଣାରୁ ଅଧିକ ବୃଦ୍ଧି ପାଇ ୨.୨୨ ବିଲିୟନ ଡଲାରରେ ପହଞ୍ଚିଛି। ଭାରତ ବୁଧବାର ଶେଷ ହୋଇଥିବା ୩ ସପ୍ତାହ ମଧ୍ୟରେ ହାରାହାରି ୧୬.୫୫ ମିଲିୟନ ଡଲାରର ରୁଷୀୟ କୋଇଲା କ୍ରୟ କରିଛି। ଭଲ ରିହାତି ଥିବା କାରଣରୁ ରୁଷିଆ ସହ ଭାରତର କାରବାର ଜାରି ରହିବ ବୋଲି ରଏଟର୍ସ ତଥ୍ୟରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri