Posted inରାଜ୍ୟ

ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ, ବ୍ୟୟ ହେବ ୧୧,୭୮୨ କୋଟି

ଭୁବନେଶ୍ୱର,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି (ସିସିଇଏ)ବୈଠକରେ ଆଜି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ହେଲା (i) ସିଆଇଏଲ୍‌ ଓ ଗେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସଏନଜି (ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ୍‌ ପ୍ରକଳ୍ପ) ଏବଂ ସିଆଇଏଲ୍‌ ଓ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଏମସିଏଲ୍‌ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ସ୍ଥାପନ ।

କ. ସିଆଇଏଲ ଏବଂ ଭେଲ୍‌ର ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ୍‌)ର ଲଖନପୁର ଅଞ୍ଚଳରେ ୧୧,୭୮୨.୦୫ କୋଟି ଟଙ୍କା (±୨୫%ର ସଠିକତା)ର ଆନୁମାନିକ ପୁଞ୍ଜି ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ (ଏଏନ) ପ୍ରକଳ୍ପ ପାଇଁ ଯୌଥ ଉଦ୍ୟୋଗରେ ୭୦:୩୦ ଋଣ-ଇକ୍ୟୁଟୀ ଅନୁପାତ ଏବଂ ୫୧% ଇକ୍ୟୁଟୀ ନିବେଶକୁ ବିଚାରକୁ ନେଇ ସିଆଇଏଲ୍‌ ଦ୍ୱାରା ୧,୮୦୨.୫୬ କୋଟି (± ୨୫%) ଟଙ୍କାର ଇକ୍ୟୁଟୀ ନିବେଶ।

ଖ. ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ)ର ସୋନପୁର ବାଜାରୀ ଅଞ୍ଚଳରେ ମୋଟ୍‌ ୧୩,୦୫୨.୮୧ କୋଟି ଟଙ୍କା (±୨୫%ର ସଠିକତା)ର ଆନୁମାନିକ ପ୍ରକଳ୍ପ ପୁଞ୍ଜି ବ୍ୟୟରେ ପ୍ରସ୍ତାବିତ କୋଇଲାରୁ ସିନ୍ଥେଟିକ୍‌ ନେଚୁରାଲ ଗ୍ୟାସ (ଏସଏନଜି) ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ଯୌଥ ଉଦ୍ୟୋଗ କମ୍ପାନୀରେ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୫୧% ଇକ୍ୟୁଟି ନିବେଶକୁ ବିଚାରକୁ ନେଇ ସିଆଇଏଲ ଦ୍ୱାରା ୧,୯୯୭.୦୮ କୋଟି ଟଙ୍କା (±୨୫%)ର ଇକ୍ୟୁଟି ପୁଞ୍ଜି ନିବେଶ।

ଗ.) ଉପରୋକ୍ତ ବିନ୍ଦୁ (କ) ଅନୁଯାୟୀ ସିଆଇଏଲ୍-ଗେଲ୍ ର ଯୌଥ ଉଦ୍ୟୋଗରେ ଏବଂ ଉପରୋକ୍ତ ବିନ୍ଦୁ (ଖ) ଅନୁଯାୟୀ ସିଆଇଏଲ୍-ଭେଲ୍‌ର ଯୌଥ ଉଦ୍ୟୋଗରେ ନିଜ ନିଟ୍ ସମ୍ପତ୍ତିର ୩୦% ରୁ ଅଧିକ ଇକ୍ୱିଟି ନିବେଶ ପାଇଁ ସିଆଇଏଲ୍‌କୁ ଅନୁମତି।

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ଆତ୍ମନିର୍ଭରଶୀଳତା ଓ ଇନ୍ଧନ ସ୍ୱାଧୀନତାର ଦ୍ୱୈତ ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ) ଦୁଇଟି କୋଇଲା ବାଷ୍ପୀକରଣ ପ୍ରକଳ୍ପ ପ୍ରତିଷ୍ଠା କରିବ –

କ.) ୭୦:୩୦ ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ ୧୩,୦୫୨.୮୧ କୋଟି (±୨୫%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଗେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଇସିଏଲ)ର ସୋନପୁର ବାଜାରୀ ଅଞ୍ଚଳରେ କୋଇଲାରୁ ଏସଏନଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସିଆଇଏଲ୍‌ ଓ ଗେଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଖ.) ୭୦:୩୦ ଋଣ:ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ ୧୧,୭୮୨.୦୫ କୋଟି (±୨୫%) ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ୍‌ ଏବଂ ଭେଲ୍‌ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ାରେ ଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ)ର ଲଖନପୁର ଠାରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭେଲ୍‌ ଏବଂ ସିଆଇଏଲ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବଡ଼ ବୟାନ: ଯୁଦ୍ଧ ଶେଷ, ଇରାନକୁ କଡ଼ା ଚେତାବନୀ ଦେଇ କହିଲେ ପରିଣାମ ଭୟାବହ….

ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି…

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri