ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ କ୍ଲବ ଓ ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ପେନାଲ୍ଟି ସୁଟ ଆଉଟରେ ବିଜୟୀ ହୋଇ ପ୍ରଥମଥର ପାଇଁ ଅନୁଷ୍ଠିତ ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଚାମ୍ପିଅନ ହୋଇଛି। ପ୍ରାରମ୍ଭରେ ଫୁଟବଲ ଆସୋସିଏସନ ଅଫ ଓଡିଶା (ଫାଓ) ଉପ ସଭାପତି ରବି ପଣ୍ଡା, ଜିଲା କ୍ରୀଡା ଅଧିକାରୀ ଅଜୟ ପଟ୍ଟନାୟକ, କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ, ସମ୍ପାଦକ କିଶୋର ମିଶ୍ର ପ୍ରମୁଖ ମ୍ୟାଚକୁ ଉଦଘାଟନ କରିଥିଲେ। ଫାଇନାଲ ଖେଳଟି ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇ ପାରି ନଥିଲେ। ଫଳରେ ପେନାଲ୍ଟି ସୁଟ ଆଉଟରେ ୩-୨ ଗୋଲ ସ୍କୋର କରି ଖରମୁଣ୍ଡା ୟୁଥ ଆଥଲେଟିକ ଆସୋସିଏସନ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ସି ଏମ ଟ୍ରଫିର ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା।

ମ୍ୟାଚକୁ ପ୍ରଶାନ୍ତ ବେହେରା ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ଶୁଭମ ପାତ୍ର , ପୂର୍ଣ୍ଣଚନ୍ଦ୍ର ଭୁଏ ସହଯୋଗ କରିଥିଲେ । ଚତୁର୍ଥ ରେଫରୀ ଥିଲେ ବଣ୍ଟି ପ୍ରଧାନ। ମ୍ୟାଚ କମିଶନର ଥିଲେ ସୁରେଶ ଦାଶ। ମ୍ୟାଚ ପରେ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶାର ଉପ ସଭାପତି ରବି ପଣ୍ଡା, ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ଜିଲା କ୍ରୀଡା ଅଧିକାରୀ ଅଜୟ ପଟ୍ଟନାୟକ, ଜିଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, କ୍ରୀଡା ସମ୍ପାଦକ ହରଦିପ ସିଂ, ଫୁଟବଲ ସମ୍ପାଦକ ସେକ ସବଦର୍‌, କୋଷାଧ୍ୟକ୍ଷ ଡଃ. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ , ସ୍କାଉଟ ଜସପାଲ ଊର୍ମା ପ୍ରମୁଖ ଚାମ୍ପିଆନ , ଉପ ବିଜେତା ତଥା ଖେଳାଳି, ଅଫିସିଆଲ ଓ ମେଡ଼ିକାଲ ଷ୍ଟାଫଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଖାରମୁଣ୍ଡା ଦଳକୁ ଚାମ୍ପିଅନ ଟ୍ରଫି , ଉପ ବିଜେତା ୟୁନାଇଟେଡ କ୍ଲବକୁ ଉପ ବିଜେତା ଟ୍ରଫି , ସୌରଭ ଭୋଇଙ୍କୁ ଶ୍ରେଷ୍ଠ ଡିଫେଣ୍ଡର, ଦିବ୍ୟାଂଶୁ ଲାକ୍ରାଙ୍କୁ ଶ୍ରେଷ୍ଠ ଗୋଲ କିପର, ଶିବ ମୁଣ୍ଡାଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଆୟୁଷ୍ମାନ କୁମ୍ଭାରଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି, ଆରବ କୁମ୍ଭାର, ପ୍ରତିକ ବିଶାଳ ଓ ଦିନେଶ ମେହେରଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri