ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠହାଇଛନ୍ତି। ନବୀନଙ୍କ ଏହି ଟାର୍ଗେଟ୍‌ ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାକୁ ଆସିବା ପ୍ରସଙ୍ଗରେ ନବୀନଙ୍କୁ ପାଲଟା ଆକ୍ରମଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ଗୃହରେ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ବିଧାନସଭାକୁ ଆସି ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ। ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭା ୯ ଦିନ ହେଲାଣି ଚାଲିଥିଲେ ମଧ୍ୟ ବିରୋଧୀଦଳ ନେତା କେତେ ଦିନ ଆସିଛନ୍ତି? କେବଳ ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ। ଗୃହରେ କଥା ଉଠାଇବାକୁ ଅଧିକାର ଦିଆଯାଇଛି।”

ଏହା ପୂର୍ବରୁ, ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜଗାଙ୍ଗପୁର ଘଟଣାକୁ “ଅତ୍ୟନ୍ତ ହୃଦୟ ବିଦାରକ” କହିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ପୀଡ଼ିତାଙ୍କ ପରିବାର ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଗଲା ନାହିଁ। ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି,” ଏବଂ ଲୋକମାନେ ନିରାପଦ ଅନୁଭବ କରୁ ନାହାଁନ୍ତି।

ପୂର୍ବରୁ ବଲାଙ୍ଗୀର ଏବଂ ଯାଜପୁରରେ ଛାତ୍ରୀଙ୍କୁ ନେଇ ଘଟିଥିବା ହିଂସା ଘଟଣାକୁ ଉଲ୍ଲେଖ କରି ନବୀନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା କରୁଛି ଘୋଡ଼ା ବେପାର

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

ଗ୍ୟାସ୍‌ ବିତରକ ସଂଘର ଉପସଭାପତିଙ୍କ ବଡ଼ ବୟାନ: କହିଲେ ଏଣିକି ଆଉ…

କଟକ,୧୪ା୩(ପ୍ରଭୁକଲ୍ୟାଣ ପାଲ): ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା।…

ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …

ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି…

ଟ୍ରକ୍‌ରେ ବେଆଇନ ଚାଲାଣ ହେଉଥିଲା ମୂଲ୍ୟବାନ କାଠ, ବାଟରେ ଫାଟିଲା ଚକା, ଆଉ ତା’ ପରେ…

ମୋରଡ଼ା,୧୪ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ,ରାଇରଙ୍ଗପୁର ବନାଞ୍ଚଳ ଅଞ୍ଚଳରୁ ଏକ ୧୨ ଚକିଆ…

ସାଙ୍ଗ ସାଜିଲେ ସଇତାନ, ସାଙ୍ଗରେ ମିଶି ପାର୍ଟି କରିବାବେଳେ ମଦ ପାଉଚ ଭାଗ ବଣ୍ଟାକୁ ନେଇ…

ବଲାଙ୍ଗୀର, ୧୪।୩ (ସୁନିଲ କୁମାର ମହାନ୍ତି): ଏକା ସାଙ୍ଗରେ ମିଶି ପାର୍ଟି କରିବା ସାଙ୍ଗକୁ କାଳ ହେଲା। ବଲାଙ୍ଗୀର ସଦର ବ୍ଲକ ରିନ୍ବବଚନ ଗାଁରେ ଜଣେ ଯୁବକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri