କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଅସୁସ୍ଥ ଥିବା କେନ୍ଦୁଝର ଜିଲା ଆର୍ଏସ୍ଏସର ପୂର୍ବତନ ସଂଘ ଚାଳକ ଯୋଗେନ୍ଦ୍ରନାଥ ସାହୁଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ବାସଭବନରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେ କିଛିଦିନ ହେବ ନିମନିଆ, ହାର୍ଟ ଆଦି ଏକାଧିକ ରୋଗର ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିବାହେଳେ ଚଳପ୍ରଚଳ କରି ନ ପାରି ଘରେ ପଡ଼ି ରହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳା ଅଭିମୁଖେ ଯାଉଥିବାବେଳେ ସାହୁଙ୍କୁ ଭେଟି ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ଏହାଛଡ଼ା ପଦ୍ମପୁର ଅଞ୍ଚଳର ଲୋକମାନଙ୍କର ସମସ୍ୟା ଉପରେ ପ୍ରଶାସନଙ୍କୁ ଅବଗତ କରିଥିଲେ। ଏଥିରେ ରାଇସୁଆଁ ମଣ୍ତଳ ସଭାପତି ସମିର ସାହୁ, ଜିଲା ସଭାପତି ଶୁକଦେବ ମହାନ୍ତ, ଉପସଭାପତି ଗୋପୀନାଥ ରାମ, ପୂର୍ବତନ ନଗର ମଣ୍ତଳ ସଭାପତି ବିଶ୍ବଜିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ଲିଗାଲ ଆଡଭାଇଜର, ବିରଜା ମିଶ୍ର, ପଦ୍ମପୁର ଲକ୍ଷ୍ମୀପୂଜା କମିଟି ସଭାପତି ବିଜୟ କୁମାର ସାହୁ, ଅଧ୍ୟାପକ ରାମଶଙ୍କର ସାହୁ, ସିଆରସିସି ଜନ୍ମେଜୟ ସାହୁ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତଥିଲେ।