Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜମି କିଣିବା ହେବ ମହଙ୍ଗା, ରାଜଧାନୀରେ…

ଚଣ୍ଡୀଗଡ଼, ୨।୮: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟରେ ସରକାର କଲେକ୍ଟର ରେଟ ବା ସର୍କଲ ରେଟେର ବୃଦ୍ଧିକୁ ଅନୁମୋଦନ କରିଛନ୍ତି, ଯାହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଯଦି ଆପଣ ଏହି ରାଜ୍ୟରେ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି, ତେବେ ଜମିର ରେଜିଷ୍ଟେସନ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ। ଆଜ୍ଞା ହଁ, ଏଠାରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ସରକାରଙ୍କ ନୂଆ ନିର୍ଦ୍ଦେଶ ପରେ, ଏହି ନୂଆ ଦର ଲାଗୁ ହେବ, ଯାହାକୁ ୫% ବୃଦ୍ଧି କରି ୨୫% କରାଯାଇଛି।

ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ଗୁରୁଗ୍ରାମ, ଫରିଦାବାଦ ଏବଂ ବଲ୍ଲଭଗଡ଼ ପରି ଉଚ୍ଚ ମୂଲ୍ୟର ଅଞ୍ଚଳରେ ସମ୍ପତ୍ତିର ମୂଲ୍ୟ ୫% ରୁ ୨୫% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ଫଳରେ ଘର କିଣୁଥିବା ବ୍ୟକ୍ତି ଏବଂ ନିବେଶକମାନଙ୍କୁ ଅଧିକ ନିବନ୍ଧନ ଶୁଳ୍କ ଦେବାକୁ ପଡିବ। ତେବେ ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫି ସର୍କଲ୍ ରେଟ୍ ଆଧାରରେ ସ୍ଥିର କରାଯାଏ। ଯାହା ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ।

ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ହରିୟାଣାରେ ରହୁଛନ୍ତି, ଏବଂ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପକେଟ ଉପରେ ଏକ ବଡ଼ ବୋଝ ପଡ଼ିବ। କାରଣ ୧ ଅଗଷ୍ଟ ୨୦୨୫ ଠାରୁ, ରାଜ୍ୟରେ ଜମିର ପଞ୍ଜୀକରଣ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯାଇଛି। ଏହି ବୃଦ୍ଧି ଯୋଗୁ ସବୁଠାରୁ ମହଙ୍ଗା ଆବାସିକ ଅଞ୍ଚଳରେ ପରିଣତ କରିଛି, ଯେଉଁଠାରେ ପ୍ରତି ବର୍ଗ ଗଜ ମୂଲ୍ୟ ୯୦,୦୦୦ ଟଙ୍କା (ବା ପ୍ରତି ବର୍ଗ ମିଟର ପାଇଁ ୧.୦୭ ଲକ୍ଷ ଟଙ୍କା) ର୍ନିଦ୍ଧାରିତ ହୋଇଛି। ଏହା ପୂର୍ବ ହାର ୮୨,୦୦୦ ଟଙ୍କାଠାରୁ ବୃଦ୍ଧି ପାଇଛି। ଏହା ଗତ ଆଠ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସର୍କଲ ରେଟ ବୃଦ୍ଧି, ଯାହା ଗତ ଡିସେମ୍ବର ୧, ୨୦୨୪ରେ ୧୦% ରୁ ୩୦% ବୃଦ୍ଧି ହୋଇଥିଲା।

ରିଅଲ ଏଷ୍ଟେଟ ଡେଭେଲପରମାନେ ଏହି ନିଷ୍ପତ୍ତି ଉପରେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସିଗ୍ନେଚର ଗ୍ଲୋବାଲର ପ୍ରତିଷ୍ଠାତା ପ୍ରଦୀପ ଅଗ୍ଗରୱାଲ କହିଛନ୍ତି ଯେ, ଏହି ବୃଦ୍ଧି ବଜାରରେ ସୱଚ୍ଛତା ଆଣିବ ଏବଂ ସମ୍ପତ୍ତି ମୂଲ୍ୟାଙ୍କନକୁ ବାସ୍ତବତା ସହ ସମନୱୟ କରିବ। ରୁଟ୍ସ ଡେଭେଲପର୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ସୁମିତ ରଞ୍ଜନ ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି ଯେ, ଏହା ରାଜ୍ୟର ଆୟ ବୃଦ୍ଧି କରିବ ଏବଂ ଗୁରୁଗ୍ରାମର ପ୍ରିମିୟମ ସ୍ଥିତିକୁ ଦୃଢ଼ କରିବ। ତେବେ, ଆରିଜ ଗ୍ରୁପର ପ୍ରତିଷ୍ଠାତା ଅମନ ଶର୍ମା ଏହାର ସମୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି, କାରଣ ଏହା ଆଗାମୀ ଉତ୍ସବ ଋତୁରେ କ୍ରେତାଙ୍କ ମନୋବଳକୁ ପ୍ରଭାବିତ କରିପାରେ।  ସର୍କଲ୍ ରେଟ୍: ଏହା କୌଣସି ଅଞ୍ଚଳରେ ସମ୍ପତ୍ତି ପଞ୍ଜୀକରଣର ସର୍ବନିମ୍ନ ମୂଲ୍ୟ। ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫି ସରକାର ଦ୍ୱାରା ସ୍ଥିର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri