Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜମି କିଣିବା ହେବ ମହଙ୍ଗା, ରାଜଧାନୀରେ…

ଚଣ୍ଡୀଗଡ଼, ୨।୮: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟରେ ସରକାର କଲେକ୍ଟର ରେଟ ବା ସର୍କଲ ରେଟେର ବୃଦ୍ଧିକୁ ଅନୁମୋଦନ କରିଛନ୍ତି, ଯାହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଯଦି ଆପଣ ଏହି ରାଜ୍ୟରେ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି, ତେବେ ଜମିର ରେଜିଷ୍ଟେସନ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ। ଆଜ୍ଞା ହଁ, ଏଠାରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ସରକାରଙ୍କ ନୂଆ ନିର୍ଦ୍ଦେଶ ପରେ, ଏହି ନୂଆ ଦର ଲାଗୁ ହେବ, ଯାହାକୁ ୫% ବୃଦ୍ଧି କରି ୨୫% କରାଯାଇଛି।

ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ଗୁରୁଗ୍ରାମ, ଫରିଦାବାଦ ଏବଂ ବଲ୍ଲଭଗଡ଼ ପରି ଉଚ୍ଚ ମୂଲ୍ୟର ଅଞ୍ଚଳରେ ସମ୍ପତ୍ତିର ମୂଲ୍ୟ ୫% ରୁ ୨୫% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ଫଳରେ ଘର କିଣୁଥିବା ବ୍ୟକ୍ତି ଏବଂ ନିବେଶକମାନଙ୍କୁ ଅଧିକ ନିବନ୍ଧନ ଶୁଳ୍କ ଦେବାକୁ ପଡିବ। ତେବେ ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫି ସର୍କଲ୍ ରେଟ୍ ଆଧାରରେ ସ୍ଥିର କରାଯାଏ। ଯାହା ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ।

ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ହରିୟାଣାରେ ରହୁଛନ୍ତି, ଏବଂ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପକେଟ ଉପରେ ଏକ ବଡ଼ ବୋଝ ପଡ଼ିବ। କାରଣ ୧ ଅଗଷ୍ଟ ୨୦୨୫ ଠାରୁ, ରାଜ୍ୟରେ ଜମିର ପଞ୍ଜୀକରଣ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯାଇଛି। ଏହି ବୃଦ୍ଧି ଯୋଗୁ ସବୁଠାରୁ ମହଙ୍ଗା ଆବାସିକ ଅଞ୍ଚଳରେ ପରିଣତ କରିଛି, ଯେଉଁଠାରେ ପ୍ରତି ବର୍ଗ ଗଜ ମୂଲ୍ୟ ୯୦,୦୦୦ ଟଙ୍କା (ବା ପ୍ରତି ବର୍ଗ ମିଟର ପାଇଁ ୧.୦୭ ଲକ୍ଷ ଟଙ୍କା) ର୍ନିଦ୍ଧାରିତ ହୋଇଛି। ଏହା ପୂର୍ବ ହାର ୮୨,୦୦୦ ଟଙ୍କାଠାରୁ ବୃଦ୍ଧି ପାଇଛି। ଏହା ଗତ ଆଠ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସର୍କଲ ରେଟ ବୃଦ୍ଧି, ଯାହା ଗତ ଡିସେମ୍ବର ୧, ୨୦୨୪ରେ ୧୦% ରୁ ୩୦% ବୃଦ୍ଧି ହୋଇଥିଲା।

ରିଅଲ ଏଷ୍ଟେଟ ଡେଭେଲପରମାନେ ଏହି ନିଷ୍ପତ୍ତି ଉପରେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସିଗ୍ନେଚର ଗ୍ଲୋବାଲର ପ୍ରତିଷ୍ଠାତା ପ୍ରଦୀପ ଅଗ୍ଗରୱାଲ କହିଛନ୍ତି ଯେ, ଏହି ବୃଦ୍ଧି ବଜାରରେ ସୱଚ୍ଛତା ଆଣିବ ଏବଂ ସମ୍ପତ୍ତି ମୂଲ୍ୟାଙ୍କନକୁ ବାସ୍ତବତା ସହ ସମନୱୟ କରିବ। ରୁଟ୍ସ ଡେଭେଲପର୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ସୁମିତ ରଞ୍ଜନ ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି ଯେ, ଏହା ରାଜ୍ୟର ଆୟ ବୃଦ୍ଧି କରିବ ଏବଂ ଗୁରୁଗ୍ରାମର ପ୍ରିମିୟମ ସ୍ଥିତିକୁ ଦୃଢ଼ କରିବ। ତେବେ, ଆରିଜ ଗ୍ରୁପର ପ୍ରତିଷ୍ଠାତା ଅମନ ଶର୍ମା ଏହାର ସମୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି, କାରଣ ଏହା ଆଗାମୀ ଉତ୍ସବ ଋତୁରେ କ୍ରେତାଙ୍କ ମନୋବଳକୁ ପ୍ରଭାବିତ କରିପାରେ।  ସର୍କଲ୍ ରେଟ୍: ଏହା କୌଣସି ଅଞ୍ଚଳରେ ସମ୍ପତ୍ତି ପଞ୍ଜୀକରଣର ସର୍ବନିମ୍ନ ମୂଲ୍ୟ। ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫି ସରକାର ଦ୍ୱାରା ସ୍ଥିର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri