ଭୁବନେଶ୍ୱର,୨୮ା୧: ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନଁାରେ ଲୁଟ୍ କରିବାରେ ଲାଗିପଡ଼ିଛି। ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ପାଇଁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ଅନ୍ୟପଟେ ବନ୍ଦ ପାଳନ ସମୟରେ କୌଣସି ଜରୁରିକାଳୀନ ସେବା ଯେପରି ବନ୍ଦ ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି।
ଟୁଇନ ସିଟିରେ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।
ଅନ୍ୟପକ୍ଷେ, କଟକ ନେତାଜୀ ବସ ଟର୍ମିନାଲରେ ଘରୋଇ ବସ ମଧ୍ୟ ଗଡ଼ୁ ନାହିଁ। କେବଳ ଆମ ବସ୍କୁ ଛାଡ଼ିଦେଲେ କଟକରେ ଗଡୁନି ଘରୋଇ ବସ୍। ସୁରକ୍ଷା ବ୍ୟବସ୍ଥା ପାଇଁ ଟୁଇନ ସିଟିର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।