Posted inଜାତୀୟ

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ ବିକଶିତ ହୋଇ ନ ଥିବା ପିଲାଙ୍କ ସଂଖ୍ୟା ୩ ନିୟୁତ ଟପିପାରେ ବୋଲି ଏକ ଅଧ୍ୟୟନରେ ଆକଳନ କରାଯାଇଛି। କାଲିଫର୍ନିଆର ସାନ୍ତା ବାର୍ବରାସ୍ଥିତ ୟୁଏସ୍‌ ୟୁନିଭର୍ସିଟିର ଗବେଷକମାନେ ଗର୍ଭାବସ୍ଥାରେ ଅତ୍ୟଧିକ ଉତ୍ତାପ ଏବଂ ଆର୍ଦ୍ର ସ୍ଥିତିର ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ଗବେଷଣା କରିଥିଲେ। ୫ ବର୍ଷରୁ କମ୍‌ ବୟସବର୍ଗର ପିଲାମାନଙ୍କ ସ୍ବାସ୍ଥ୍ୟ ସ୍ଥିତିର ସୂଚକାଙ୍କ ଭାବେ ବ୍ୟବହାର କରାଯାଉଥିବା ବୟସ ଅନୁଯାୟୀ ଉଚ୍ଚତା ଅନୁପାତ ଉପରେ ଅନୁଧ୍ୟାନ କରାଯାଇଥିଲା। ଗର୍ଭବତୀ ମହିଳାଙ୍କ ଓଜନ ବୃଦ୍ଧି ଏବଂ ହରମୋନ୍‌ରେ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଉତ୍ତାପ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ସାଇନ୍ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଉତ୍ତାପଜନିତ ପ୍ରଭାବକୁ ଆର୍ଦ୍ରତା ଅଧିକ ଖରାପ କରିପାରେ। ଏହା ଗର୍ଭବତୀ ମହିଳାଙ୍କୁ ଶାନ୍ତ ହେବାରୁ ରୋକିଥାଏ। ଗର୍ଭବସ୍ଥାର ପ୍ରଥମ ଏବଂ ଶେଷ ଭାଗରେ ଏଭଳି ସ୍ଥିତି ଦେଖାଯାଇଥାଏ। କାରଣ ଗର୍ଭାବସ୍ଥା ଆରମ୍ଭ ସମୟରେ ଭ୍ରୂଣ ଅତ୍ୟନ୍ତ ଦୁର୍ବଳ ଥାଏ ଏବଂ ଶେଷଭାଗରେ ମା’ଙ୍କ ପ୍ରତି ବିପଦ ରହିଥାଏ ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା କେଟି ମାକ୍‌ମୋହନ କହିଛନ୍ତି। ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ କେବଳ ଉତ୍ତାପ ଯୋଗୁ ସ୍ବାସ୍ଥ୍ୟାବସ୍ଥା ଯେତିକି ପ୍ରଭାବିତ ହୋଇଥାଏ, ଏହା ସହ ଆର୍ଦ୍ରତା ମିଶିଲେ, ପ୍ରଭାବ ୪ ଗୁଣ ବଢ଼ିଯାଇଥାଏ ବୋଲି ୟୁନିଭର୍ସିଟିର ଅନ୍ୟ ଜଣେ ପ୍ରଫେସର କହିଛନ୍ତି। ଉତ୍ତାପ ବୃଦ୍ଧି ଯୋଗୁ ଜନ୍ମ ହେବାକୁ ଥିବା ପିଲାଙ୍କ ସଂଖ୍ୟା ଉପରେ ପ୍ରଭାବ ପଡ଼ିଥାଏ। ବିଶେଷ କରି ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ହେଲେ ପ୍ରଭାବ ୩ ମାସ ପର୍ଯ୍ୟନ୍ତ ରହିଥାଏ। ଉତ୍ତାପ-ଆର୍ଦ୍ର ସ୍ଥିତି ମୋଟାମୋଟି ଭାବେ ଗର୍ଭଧାରଣ ହାରକୁ ହ୍ରାସ କରିପାରେ ଏବଂ ସମୟ ପୂର୍ବରୁ ଗର୍ଭପାତ କିମ୍ବା ଉଭୟ ହୋଇପାରେ ବୋଲି ଗବେଷକ କହିଛନ୍ତି। ଉତ୍ତାପ ଓ ଆର୍ଦ୍ର ସ୍ଥିତି ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟା ପାଇଁ ବିପଦ। ସବୁଠୁ ଜନବହୁଳ ଦକ୍ଷିଣ ଏସିଆରେ ଏଭଳି ସ୍ଥିତି ଅଧିକ ଖରାପ ହୋଇପାରେ। ଏଭଳି ଜଳବାୟୁ ଯୋଗୁ ୨୦୫୦ ସୁଦ୍ଧା ଦକ୍ଷିଣ ଏସିଆରେ ୩ ନିୟୁତର ଅଧିକ ଶିଶୁଙ୍କ ବିକାଶ ପ୍ରଭାବିତ ହେବାର ସମ୍ଭାବନା ଥିବା ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri