ପରିବେଶ ପ୍ରତି ଧ୍ୟାନ ଦେଇ ଜଳବାୟୁ ପରିବର୍ତ୍ତନ ଆହ୍ବାନର ମୁକାବିଲା କରାଯାଇ ପାରିବ: କେନ୍ଦ୍ରମନ୍ତ୍ରୀ…

ଟୋକିଓ,୧୬।୪ : ପରିବେଶ ସୁରକ୍ଷା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ହେବା ଆବଶ୍ୟକ । ଜାପାନର ସାପୋରୋରେ ଅନୁଷ୍ଠିତ ଜି-୭ ବୈଠକରେ ଭାରତ ଏହି କଥା କହିଛି। ଜଳବାୟୁ, ଶକ୍ତି ଏବଂ ପରିବେଶ ପ୍ରସଙ୍ଗରେ ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଭାରତରେ ସାମୂହିକ ପ୍ରୟାସ କରାଯାଉଛି, ଯେଉଁଥିରେ ବ୍ୟକ୍ତିଗତ ତଥା ଗୋଷ୍ଠୀ ସମୁଦାୟର ଉଦ୍ୟମକୁ ଉତ୍ସାହିତ କରାଯାଉଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମିଶନ ଲାଇଫ ଅନ୍ତର୍ଗତ ଲୋକଙ୍କୁ ସଚେତନ କରାଯାଉଛି। ଯାହା ଦ୍ୱାରା ଗୋଷ୍ଠୀ ସମୁଦାୟର ଆଚରଣ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ହୋଇପାରିବ। ଲୋକଙ୍କ ଆଚରଣରେ ସକାରାତ୍ମକ ପରିବର୍ତ୍ତନ ଆଣି ପ୍ରାକୃତିକ ସମ୍ପଦକୁ ଚତୁରତାର ସହ ବ୍ୟବହାର କରାଯିବା ଉଚିତ ବୋଲି ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଲାଇଫ ମିଶନ ଆରମ୍ଭ କରିଥିଲେ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏହାର ଇକୋସିଷ୍ଟମର ସୁରକ୍ଷା ଏବଂ ପୁନରୁଦ୍ଧାର ଦ୍ୱାରା ହ୍ରାସ କରାଯାଇପାରିବ ବୋଲି ସେ କହିଛନ୍ତି। ଏହି କାରଣରୁ ଆମେ ପରିବେଶ କାର୍ଯ୍ୟ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାକୁ ଦାବି କରୁଛୁ। ଜଳବାୟୁ ପରିବର୍ତ୍ତନ, ମରୁଭୂମି ଏବଂ ଜୈବ ବିବିଧତା କ୍ଷତି ନିବିଡ ଭାବରେ ଜଡିତ। ଏହା ମଣିଷ ସମାଜ ପାଇଁ ଗୁରୁତର ଆହ୍ବାନ ସୃଷ୍ଟି କରିଛି। ରିଓ ଶିଖର ସମ୍ମିଳନୀ ପରଠାରୁ ଏହି ଆହ୍ବାନଗୁଡିକର ମୁକାବିଲା କରିବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।

ଭାରତ ଏହି ଦିଗରେ ଅନେକ ପଦକ୍ଷେପ ନେଇଛି ଏବଂ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରିଛି। ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବା ପାଇଁ ପ୍ରତ୍ୟେକ ଦେଶ ଦାୟିତ୍ୱ ଗ୍ରହଣ କରିବା ଉଚିତ କିନ୍ତୁ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ସେମାନଙ୍କର ଅଧିକ ଭୂମିକା ଥିବାରୁ ବିକଶିତ ଦେଶମାନଙ୍କୁ ଏହି ଦିଗରେ ଅଧିକ ଭାର ବହନ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri