ଜଳବାୟୁ ପରିବର୍ତ୍ତନ: ପକ୍ଷୀ ଆଗମନ ପ୍ରଭାବିତ

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): ଓଡ଼ିଶାରେ ଦେଖାଦେଉଥିବା ଅଧିକାଂଶ ପରିବ୍ରାଜକ ପକ୍ଷୀ ଏସିଆ ଓ ୟୁରୋପର ବିଭିନ୍ନ ଦେଶରୁ ଆସିଥାନ୍ତି। ଆଉ କିଛି ପକ୍ଷୀ ଅନ୍ୟ ମହାଦେଶରୁ ମଧ୍ୟ ଏଠାକୁ ଆସି ସାମୟିକ ରହଣି କରିଥାନ୍ତି। ନିଜ ଅଞ୍ଚଳରେ ଅସହ୍ୟ ଥଣ୍ଡାଜନିତ ପ୍ରତିକୂଳ ପରିବେଶ ତଥା ବରଫପାତ ଯୋଗୁ ଖାଦ୍ୟାଭାବ ସମସ୍ୟା ସେମାନଙ୍କୁ ଦେଶାନ୍ତରୀ ହେବାକୁ ବାଧ୍ୟ କରିଥାଏ। ତେବେ ସେମାନଙ୍କ ଉପସ୍ଥିତି ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଉତ୍ସାହିତ କରୁଥିବାରୁ ବନ ବିଭାଗ ପକ୍ଷରୁ ଏମାନଙ୍କ ସୁରକ୍ଷା ସହ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି। କିନ୍ତୁ ଚଳିତବର୍ଷ ଆର୍ଦ୍ରଭୂମି ଅଞ୍ଚଳଗୁଡ଼ିକରେ ହୋଇଥିବା ପକ୍ଷୀ ଗଣନା ରିପୋର୍ଟ ଦେଖିଲେ ମିଶ୍ରିତ ଫଳ ନଜରକୁ ଆସୁଛି। କେଉଁଠି ପକ୍ଷୀ ସଂଖ୍ୟା କମିଛି ତ ଆଉ କେଉଁଠି ବଢ଼ିଛି। ହେଲେ ଅଧିକାଂଶ ସ୍ଥାନରେ ଏଥର ପରିବ୍ରାଜକ ବା ବିଦେଶୀ ପକ୍ଷୀ ଓଡ଼ିଶାକୁ କମ୍‌ ଆସିଥିବା ଜଣାପଡ଼ିଛି। ସାତକୋଶିଆରେ ଗତବର୍ଷ ୬୩ପ୍ରଜାତିର ୩,୮୭୮ଟି ପକ୍ଷୀ ଥିବାବେଳେ ଚଳିତବର୍ଷ ୮୧ ପ୍ରଜାତିର ୩,୩୩୦ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେହିଭଳି ଅରାଚଣ୍ଡୀରେ ଗତବର୍ଷ ୧୧୧ ପ୍ରଜାତିର ୧୬,୧୦୭ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଏବର୍ଷ ୮୧ ପ୍ରଜାତିର ୧୧,୭୦୦ଟି ଚିହ୍ନଟ ହୋଇଛି। ଜଳବାୟୁ ପରିବର୍ତ୍ତନ ପକ୍ଷୀ ସଂଖ୍ୟା କମିବାର ଅନ୍ୟତମ ପ୍ରମୁଖ କାରଣ ବୋଲି ପକ୍ଷୀ ଗଣନାରେ ସାମିଲ ଥିବା ବହୁ ବିଶେଷଜ୍ଞ ମତ ରଖୁଛନ୍ତି। ପକ୍ଷୀ ବିଶାରଦ ପ୍ରଫେସର ଡ. ଶିବ ପ୍ରସାଦ ପରିଡ଼ା
କହିଛନ୍ତି, ପକ୍ଷୀମାନେ ୪ଟି ମୁଖ୍ୟ ଉପାଦାନ ଖାଦ୍ୟ, ଜଳ, ଆଚ୍ଛାଦନ ଓ ସୁରକ୍ଷା ଥିବା ସ୍ଥାନକୁ ଶୀତ ଦିନେ ରହିବା ପାଇଁ ବାଛିଥାନ୍ତି। ସୁରକ୍ଷା ଯଦିଓ ମଣିଷ ବା ଅନ୍ୟ ପ୍ରାଣୀଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ, କିନ୍ତୁ ପ୍ରଥମ ୩ଟି କାରଣ ସିଧାସଳଖ ଭାବରେ ଜଳବାୟୁ ପରିବର୍ତ୍ତନ ସହିତ ପରିବର୍ତ୍ତନଶୀଳ।
ଚିଲିକାର ମଙ୍ଗଳାଯୋଡ଼ିରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଚଳିତବର୍ଷ ଯଥେଷ୍ଟ କମିଯାଇଛି ବୋଲି ପର୍ଯ୍ୟଟକ ଅନୁଭବ କରୁଛନ୍ତି। ପର୍ଯ୍ୟଟକଙ୍କୁ ନେଇ ଯେଉଁସବୁ ଡଙ୍ଗା ମଙ୍ଗଳାଯୋଡ଼ିକୁ ଯାଉଛି, ପାଣି କମ୍‌ ଥିବାରୁ କାତ ମାରିବା କାଠିକର ପାଠ ହୋଇପଡୁଛି। ଏପରି କି ସେସବୁ ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଉପସ୍ଥିତି ସେତେଟା ଦେଖିବାକୁ ମିଳୁନି। ଏନେଇ ବାର୍ଡ ଗାଇଡ୍‌ ମଧୁ ବେହେରା କହିଛନ୍ତି, ମଙ୍ଗଳାଯୋଡ଼ିରେ ଏଭଳି ଶୋଚନୀୟ ଅବସ୍ଥା ଦେଖାଯିବା ପ୍ରଥମ। ଗତବର୍ଷ ଖରାଦିନେ ତାପମାତ୍ରା ଅଧିକ ରହିଥିଲା। ବର୍ଷା ଦିନେ କିନ୍ତୁ ବର୍ଷାର ପରିମାଣ ଅନେକ ମାତ୍ରାରେ କମିଗଲା। ଫଳରେ ମଙ୍ଗଳାଯୋଡ଼ିରେ ଜଳପତ୍ତନ ହ୍ରାସ ପାଇଛି। ପାଣିର ସ୍ତର କମିବା ଦ୍ୱାରା ପକ୍ଷୀଙ୍କ ପାଇଁ ଖାଦ୍ୟ କମିଗଲା ବୋଲି ମଧୁ କହିଛନ୍ତି। ଚଳିତବର୍ଷର ବାତ୍ୟା ‘ମିଗ୍‌ଜୋମ୍‌’ ମଧ୍ୟ ବାର୍ଡ ମାଇଗ୍ରେଶନକୁ ପ୍ରଭାବିତ କରି ଥାଇପାରେ ବୋଲି ବନ୍ୟପ୍ରାଣୀ ଗାଇଡ୍‌ ଲଳିତ ମୋହନ ପଣ୍ଡା ଆଶଙ୍କା କରିଛନ୍ତି। ସେ କହିଛନ୍ତି, ଏଥର ସାତପଡ଼ାର ବଡ଼କୁଦ ଅଞ୍ଚଳରେ ଗଣନାରେ ଥିଲି। ଯେଉଁ ରୁଟ୍‌ ଆମକୁ ଦିଆଯାଇଥିଲା, ସେହି ରୁଟ୍‌ରେ ଜଳସ୍ତର କମିଥିବାରୁ ଆମର ଡଙ୍ଗା ଆଗକୁ ଯାଇ ପାରି ନ ଥିଲା। ଫେରିବା ପୂର୍ବରୁ ସେ ସ୍ଥାନରେ ଚଲାବୁଲା କରି ବାଇନାକୁଲାରରେ ଦେଖିବାବେଳକୁ ଖଣ୍ଡେ ଦୂରରେ ୧ଲକ୍ଷ ୨୬ ହଜାର ଚଢ଼େଇଙ୍କ ସମାଗମ ଦେଖିବାକୁ ପାଇଥିଲୁ। ସେହି ଅଞ୍ଚଳରେ ବିଦେଶୀ ପକ୍ଷୀ ଆଗରୁ କେବେ ଦେଖା ଯାଇ ନ ଥିଲେ ବୋଲି ବନ କର୍ମଚାରୀମାନେ କହିଥିଲେ। ତେଣୁ ପକ୍ଷୀଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ଓ ଖାଦ୍ୟ ନ ମିଳିଲେ ସଂଖ୍ୟା କମିବ ବୋଲି ଲଳିତ କହିଛନ୍ତି।
ପକ୍ଷୀପ୍ରେମୀ ତଥା ଆର୍କିଟେକ୍ଟ ଶକ୍ତି ନନ୍ଦ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁ ଏଥର ଶୀତଋତୁ ପ୍ରାୟ ତିନି ସପ୍ତାହ ବିଳମ୍ବରେ ଆସିଲା। ଗ୍ରୀଷ୍ମ ଦିନେ ଅଧିକ ଉତ୍ତାପ ବୃଦ୍ଧି ହୋଇଥିଲା। ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ କମ୍‌ ଥିଲା। ଏହାଛଡ଼ା ଅଦିନିଆ ବର୍ଷା ମଧ୍ୟ ହୋଇଥିଲା। ଶୀତ ଦିନରେ ଯେତିକି ବିଦେଶୀ ପକ୍ଷୀମାନେ ଆସିଥାନ୍ତି, ସେତିକିବେଳେ ଆର୍ଦ୍ରଭୂମିରେ ଯଦି ପାଣି ଓ ଖାଦ୍ୟ ନ ଥିବ, ପକ୍ଷୀମାନେ ବାଧ୍ୟ ହୋଇ ଅନ୍ୟ ସ୍ଥାନକୁ ଯିବେ। ଏଥର ଚିଲିକା ପକ୍ଷୀ ଗଣନାରେ ମୋ ଭାଗରେ ସାତପଡ଼ାର ଅରଖକୁଦ ଅଞ୍ଚଳ ପଡ଼ିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଆମେ ୪୨ହଜାର ପକ୍ଷୀ ଗଣନା କରିଥିଲୁ। ଆଗରୁ ସେ ଅଞ୍ଚଳରେ ବିଦେଶୀ ପକ୍ଷୀ କାଁ ଭାଁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri