ଜଳବାୟୁ ପରିବର୍ତ୍ତନ: ପକ୍ଷୀ ଆଗମନ ପ୍ରଭାବିତ

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): ଓଡ଼ିଶାରେ ଦେଖାଦେଉଥିବା ଅଧିକାଂଶ ପରିବ୍ରାଜକ ପକ୍ଷୀ ଏସିଆ ଓ ୟୁରୋପର ବିଭିନ୍ନ ଦେଶରୁ ଆସିଥାନ୍ତି। ଆଉ କିଛି ପକ୍ଷୀ ଅନ୍ୟ ମହାଦେଶରୁ ମଧ୍ୟ ଏଠାକୁ ଆସି ସାମୟିକ ରହଣି କରିଥାନ୍ତି। ନିଜ ଅଞ୍ଚଳରେ ଅସହ୍ୟ ଥଣ୍ଡାଜନିତ ପ୍ରତିକୂଳ ପରିବେଶ ତଥା ବରଫପାତ ଯୋଗୁ ଖାଦ୍ୟାଭାବ ସମସ୍ୟା ସେମାନଙ୍କୁ ଦେଶାନ୍ତରୀ ହେବାକୁ ବାଧ୍ୟ କରିଥାଏ। ତେବେ ସେମାନଙ୍କ ଉପସ୍ଥିତି ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଉତ୍ସାହିତ କରୁଥିବାରୁ ବନ ବିଭାଗ ପକ୍ଷରୁ ଏମାନଙ୍କ ସୁରକ୍ଷା ସହ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି। କିନ୍ତୁ ଚଳିତବର୍ଷ ଆର୍ଦ୍ରଭୂମି ଅଞ୍ଚଳଗୁଡ଼ିକରେ ହୋଇଥିବା ପକ୍ଷୀ ଗଣନା ରିପୋର୍ଟ ଦେଖିଲେ ମିଶ୍ରିତ ଫଳ ନଜରକୁ ଆସୁଛି। କେଉଁଠି ପକ୍ଷୀ ସଂଖ୍ୟା କମିଛି ତ ଆଉ କେଉଁଠି ବଢ଼ିଛି। ହେଲେ ଅଧିକାଂଶ ସ୍ଥାନରେ ଏଥର ପରିବ୍ରାଜକ ବା ବିଦେଶୀ ପକ୍ଷୀ ଓଡ଼ିଶାକୁ କମ୍‌ ଆସିଥିବା ଜଣାପଡ଼ିଛି। ସାତକୋଶିଆରେ ଗତବର୍ଷ ୬୩ପ୍ରଜାତିର ୩,୮୭୮ଟି ପକ୍ଷୀ ଥିବାବେଳେ ଚଳିତବର୍ଷ ୮୧ ପ୍ରଜାତିର ୩,୩୩୦ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେହିଭଳି ଅରାଚଣ୍ଡୀରେ ଗତବର୍ଷ ୧୧୧ ପ୍ରଜାତିର ୧୬,୧୦୭ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଏବର୍ଷ ୮୧ ପ୍ରଜାତିର ୧୧,୭୦୦ଟି ଚିହ୍ନଟ ହୋଇଛି। ଜଳବାୟୁ ପରିବର୍ତ୍ତନ ପକ୍ଷୀ ସଂଖ୍ୟା କମିବାର ଅନ୍ୟତମ ପ୍ରମୁଖ କାରଣ ବୋଲି ପକ୍ଷୀ ଗଣନାରେ ସାମିଲ ଥିବା ବହୁ ବିଶେଷଜ୍ଞ ମତ ରଖୁଛନ୍ତି। ପକ୍ଷୀ ବିଶାରଦ ପ୍ରଫେସର ଡ. ଶିବ ପ୍ରସାଦ ପରିଡ଼ା
କହିଛନ୍ତି, ପକ୍ଷୀମାନେ ୪ଟି ମୁଖ୍ୟ ଉପାଦାନ ଖାଦ୍ୟ, ଜଳ, ଆଚ୍ଛାଦନ ଓ ସୁରକ୍ଷା ଥିବା ସ୍ଥାନକୁ ଶୀତ ଦିନେ ରହିବା ପାଇଁ ବାଛିଥାନ୍ତି। ସୁରକ୍ଷା ଯଦିଓ ମଣିଷ ବା ଅନ୍ୟ ପ୍ରାଣୀଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ, କିନ୍ତୁ ପ୍ରଥମ ୩ଟି କାରଣ ସିଧାସଳଖ ଭାବରେ ଜଳବାୟୁ ପରିବର୍ତ୍ତନ ସହିତ ପରିବର୍ତ୍ତନଶୀଳ।
ଚିଲିକାର ମଙ୍ଗଳାଯୋଡ଼ିରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଚଳିତବର୍ଷ ଯଥେଷ୍ଟ କମିଯାଇଛି ବୋଲି ପର୍ଯ୍ୟଟକ ଅନୁଭବ କରୁଛନ୍ତି। ପର୍ଯ୍ୟଟକଙ୍କୁ ନେଇ ଯେଉଁସବୁ ଡଙ୍ଗା ମଙ୍ଗଳାଯୋଡ଼ିକୁ ଯାଉଛି, ପାଣି କମ୍‌ ଥିବାରୁ କାତ ମାରିବା କାଠିକର ପାଠ ହୋଇପଡୁଛି। ଏପରି କି ସେସବୁ ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଉପସ୍ଥିତି ସେତେଟା ଦେଖିବାକୁ ମିଳୁନି। ଏନେଇ ବାର୍ଡ ଗାଇଡ୍‌ ମଧୁ ବେହେରା କହିଛନ୍ତି, ମଙ୍ଗଳାଯୋଡ଼ିରେ ଏଭଳି ଶୋଚନୀୟ ଅବସ୍ଥା ଦେଖାଯିବା ପ୍ରଥମ। ଗତବର୍ଷ ଖରାଦିନେ ତାପମାତ୍ରା ଅଧିକ ରହିଥିଲା। ବର୍ଷା ଦିନେ କିନ୍ତୁ ବର୍ଷାର ପରିମାଣ ଅନେକ ମାତ୍ରାରେ କମିଗଲା। ଫଳରେ ମଙ୍ଗଳାଯୋଡ଼ିରେ ଜଳପତ୍ତନ ହ୍ରାସ ପାଇଛି। ପାଣିର ସ୍ତର କମିବା ଦ୍ୱାରା ପକ୍ଷୀଙ୍କ ପାଇଁ ଖାଦ୍ୟ କମିଗଲା ବୋଲି ମଧୁ କହିଛନ୍ତି। ଚଳିତବର୍ଷର ବାତ୍ୟା ‘ମିଗ୍‌ଜୋମ୍‌’ ମଧ୍ୟ ବାର୍ଡ ମାଇଗ୍ରେଶନକୁ ପ୍ରଭାବିତ କରି ଥାଇପାରେ ବୋଲି ବନ୍ୟପ୍ରାଣୀ ଗାଇଡ୍‌ ଲଳିତ ମୋହନ ପଣ୍ଡା ଆଶଙ୍କା କରିଛନ୍ତି। ସେ କହିଛନ୍ତି, ଏଥର ସାତପଡ଼ାର ବଡ଼କୁଦ ଅଞ୍ଚଳରେ ଗଣନାରେ ଥିଲି। ଯେଉଁ ରୁଟ୍‌ ଆମକୁ ଦିଆଯାଇଥିଲା, ସେହି ରୁଟ୍‌ରେ ଜଳସ୍ତର କମିଥିବାରୁ ଆମର ଡଙ୍ଗା ଆଗକୁ ଯାଇ ପାରି ନ ଥିଲା। ଫେରିବା ପୂର୍ବରୁ ସେ ସ୍ଥାନରେ ଚଲାବୁଲା କରି ବାଇନାକୁଲାରରେ ଦେଖିବାବେଳକୁ ଖଣ୍ଡେ ଦୂରରେ ୧ଲକ୍ଷ ୨୬ ହଜାର ଚଢ଼େଇଙ୍କ ସମାଗମ ଦେଖିବାକୁ ପାଇଥିଲୁ। ସେହି ଅଞ୍ଚଳରେ ବିଦେଶୀ ପକ୍ଷୀ ଆଗରୁ କେବେ ଦେଖା ଯାଇ ନ ଥିଲେ ବୋଲି ବନ କର୍ମଚାରୀମାନେ କହିଥିଲେ। ତେଣୁ ପକ୍ଷୀଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ଓ ଖାଦ୍ୟ ନ ମିଳିଲେ ସଂଖ୍ୟା କମିବ ବୋଲି ଲଳିତ କହିଛନ୍ତି।
ପକ୍ଷୀପ୍ରେମୀ ତଥା ଆର୍କିଟେକ୍ଟ ଶକ୍ତି ନନ୍ଦ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁ ଏଥର ଶୀତଋତୁ ପ୍ରାୟ ତିନି ସପ୍ତାହ ବିଳମ୍ବରେ ଆସିଲା। ଗ୍ରୀଷ୍ମ ଦିନେ ଅଧିକ ଉତ୍ତାପ ବୃଦ୍ଧି ହୋଇଥିଲା। ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ କମ୍‌ ଥିଲା। ଏହାଛଡ଼ା ଅଦିନିଆ ବର୍ଷା ମଧ୍ୟ ହୋଇଥିଲା। ଶୀତ ଦିନରେ ଯେତିକି ବିଦେଶୀ ପକ୍ଷୀମାନେ ଆସିଥାନ୍ତି, ସେତିକିବେଳେ ଆର୍ଦ୍ରଭୂମିରେ ଯଦି ପାଣି ଓ ଖାଦ୍ୟ ନ ଥିବ, ପକ୍ଷୀମାନେ ବାଧ୍ୟ ହୋଇ ଅନ୍ୟ ସ୍ଥାନକୁ ଯିବେ। ଏଥର ଚିଲିକା ପକ୍ଷୀ ଗଣନାରେ ମୋ ଭାଗରେ ସାତପଡ଼ାର ଅରଖକୁଦ ଅଞ୍ଚଳ ପଡ଼ିଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଆମେ ୪୨ହଜାର ପକ୍ଷୀ ଗଣନା କରିଥିଲୁ। ଆଗରୁ ସେ ଅଞ୍ଚଳରେ ବିଦେଶୀ ପକ୍ଷୀ କାଁ ଭାଁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri