ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା, ୨୭ା୫(ଜଗନ୍ନାଥ ଧଳ): ମଣିଷ ବଞ୍ଚିବା ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ। ରାଜ୍ୟ ଓ କେନ୍ଦ୍ର ସରକାର ଏ ନେଇ ତତ୍ପର ଅଛନ୍ତି। ହର୍‌ ଘର୍‌ ପାନି, ବସୁଧା, ଜଳ ଜୀବନ ମିଶନ ଆଦି ପ୍ରଣୟନ କରାଯାଇ ଏହାର ସମାଧାନ ହେଉଛି। ରାଜନେତା ଓ ପ୍ରଶାସକଙ୍କ ଏପରି ଭାଷଣ ସହ ବ୍ୟୟ ଅର୍ଥ ମଞ୍ଜୁରୀକୁ ନେଇ ପ୍ରଚାର ପ୍ରସାର ହେଉଛି। ତେବେ କେନ୍ଦ୍ର ସରକାରଙ୍କ ପ୍ରଥମ ପର୍ଯ୍ୟାୟ ଚିହ୍ନଟ ସମୟରେ ରାଜ୍ୟର ଏକମାତ୍ର ଜଳସଙ୍କଟ ଜିଲାର ପରିଚିତି ପାଇଥିବା କେନ୍ଦ୍ରାପଡ଼ା ପାନୀୟ ଜଳଯୋଗାଣ ପ୍ରକଳ୍ପ ଯୋଜନାରୁ ଲାଭ ଉଠାଇବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇନାହିଁ। ଜିଲାର ମୋଟ ୧୫୯୧ ରାଜସ୍ବ ଗ୍ରାମ ମଧ୍ୟରୁ ନିର୍ମାଣାଧୀନ ଓ ପ୍ରସ୍ତାବିତ ୭ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ୧୦୧୯ ଗ୍ରାମ ଅଦ୍ୟାବଧି ଉପକୃତ ହୋଇନାହାନ୍ତି। ୮୮୬.୨୮ କୋଟି ଟଙ୍କା ଏଥିପାଇଁ ବ୍ୟୟବରାଦ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାରୁ ଗ୍ରାମବାସୀ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏପରିକି ଜଳ ଜୀବନ ମିଶନ ତଥ୍ୟ ଅନୁଯାୟୀ, ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ମାତ୍ର ୧୩ ପଞ୍ଚାୟତରେ ଶତ ପ୍ରତିଶତ ଘରକୁ ଟ୍ୟାପ୍‌ ସଂଯୋଗ ହୋଇଛି। ସେଗୁଡ଼ିକ ହେଲା ଆଳି ବ୍ଲକର ଅଟାଳ, ଦଶୀପୁର, କୋଳଡିହା, ରାଜକନିକା ବ୍ଲକର ବରୁଣା, ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଡରା, କେନ୍ଦ୍ରାପଡ଼ା ବ୍ଲକର ପଳସିଂହା, କେଶପୁର, ଡେରାବିଶ ବ୍ଲକର ପଲେଇ, ମଙ୍ଗଳପୁର, ମୁକୁନ୍ଦପୁର ଓ କଷିଆପାଳ। ଜିଲାରେ ମୋଟ ୩,୨୩,୪୫୦ ଘର ଅଛି। ଏଥିମଧ୍ୟରୁ ୨,୬୨,୩୮୨ ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଥିବା ଦର୍ଶାଯାଇଛି। ମୋଟ ୩୨୦ ଗ୍ରାମକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ ଟ୍ୟାପ୍‌ ସଂଯୋଗ ସମସ୍ୟା ରହିଛି। ଅପରପକ୍ଷରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ୮ରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏଥିପାଇଁ ୨୪୧.୩୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ସେହିପରି ଖରସ୍ରୋତା ପାଣି ବିବାଦ ସୃଷ୍ଟିହେବାରୁ ରାଜ୍ୟ ସରକାର ୨୦୨୧ ମସିହାରେ ଆଳିର ୧୨୬ ଗଁା ପାଇଁ ୧୧୩.୭୨ କୋଟି ଓ ରାଜକନିକାରେ ୧୫୬ ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ବ୍ୟୟରେ ଦୁଇଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ୨୦୨୨ ଅଗଷ୍ଟରେ ପଟ୍ଟାମୁଣ୍ଡାଇର ୧୩୮ ଗ୍ରାମ, ରାଜନଗରର ୨୪୯ ଗ୍ରାମ, ଗରଦପୁରର ୧୩୫ ଗ୍ରାମ ପାଇଁ ୩ ପ୍ରକଳ୍ପ ହେବ ବୋଲି ପ୍ରସ୍ତାବ ପାରିତ ହୋଇଛି। ଏଥିରେ ୪୧୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ସ୍ଥାନୀୟ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଗଷ୍ଟ ୧୩ରେ କୃତଜ୍ଞତା ଜ୍ଞାପନ କରିଥିଲେ।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ, ଡ. ପି ଏନ୍‌ ଗୌରାଙ୍ଗ, ପ୍ରକାଶ କୁମାର ଦାସ, ଆଶିଷ କୁମାର ଦାଶ ପ୍ରମୁଖ କହିଛନ୍ତି, ପାନୀୟ ଜଳ ଯୋଗାଣ ପରି ମୌଳିକ ସମସ୍ୟାର ସମାଧାନକୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଗୁରୁତ୍ୱ ଦେଉନାହାନ୍ତି। ଏହି ଜିଲା ଉପାନ୍ତରେ ଥିବା ୭ ବ୍ଲକ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇବା କଷ୍ଟକର ହୋଇଛି। ଲୁଣାଜଳ ମିଳିବା ସହ ଫ୍ଲୋରାଇଡ୍‌ ପରି ଉପାଦାନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହାବ୍ୟତୀତ ଏହି ୭ ବ୍ଲକ ଅଞ୍ଚଳର ଭୂତଳ ଜଳ ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଥିବା ଜିଲା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି। ଜିଲାରେ ୭ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଏହାର ମଧୁର ଜଳକୁ ଜିଲାବାସୀଙ୍କ ପାଇଁ ଉପଯୋଗୀ କରାଯାଉନାହିଁ। କୋଷ୍ଟାଲ କେନାଲ ଦ୍ୱାରା ନଦୀ ସଂଯୋଗୀକରଣ ମାଧ୍ୟମରେ ଏହାର ବ୍ୟବହାର କରିବା ଆବଶ୍ୟକ। ଜିଲାରେ ଜଳସଙ୍କଟ ଥିବା ବେଳେ ଏଠାରେ ପ୍ରବାହିତ ଖରସ୍ରୋତା ନଦୀର ପାଣିକୁ ଚାନ୍ଦବାଲି ଶିଳ୍ପାଞ୍ଚଳକୁ ଦିଆଯାଇଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ଏନ୍‌ଜିଟି ମାମଲା ପାଇଁ ମଣିକୁଣ୍ଡା ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଛି। ନିର୍ମାଣାଧୀନ ୭ ପ୍ରକଳ୍ପ ମଧ୍ୟରୁ ୨ଟି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri