ଶୋଇଥିବା ବେଳେ ଛାତ୍ରଙ୍କ ଆଖିରେ ଫେବିକୁଇକ ଅଠା ଲଗାଇଦେଲେ ସହପାଠୀ, ତା’ପରେ…

ଫୁଲବାଣୀ, ୧୨।୯(ରାକେଶ କୁମାର ରାଉତ): ସହପାଠୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୭ ଛାତ୍ର । ଶୋଇଥିବା ବେଳେ ଆଖିରେ ଫେବିକୁଇକ ଅଠା ମାରି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସାଲାଗୁଡା ଆଶ୍ରମ ବିଦ୍ୟାଳୟରେ ଏହି ଘଟଣା ଦେଖିବାକୁ ମିଳିଛି। ଗୁରୁବାର ରାତି ୯ଟା ସମୟରେ ସମସ୍ତେ ଖାଇ ସୋଇଥିବା ବେଳେ କିଛି ସହପାଠୀ ଛାତ୍ର ଏହି ୮ ଛାତ୍ରଙ୍କ ଆଖିରେ ଫେବିକୁଇକ ଲଗାଇଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଥିବାବେଳେ ୭ ଜଣ ଗୁରୁତରଙ୍କୁ ଫୁଲବାଣୀ ମେଡ଼ିକାଲକୁ ଅଣାଯାଇଛି। ବର୍ତ୍ତମାନ ଛାତ୍ରମାନଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ସ୍ଥାନୀୟ ସରପଞ୍ଚ ରୋହିତ କହଁର ଅଭିଯୋଗ କରି କହିଛନ୍ତି ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ରହୁ ନାହାନ୍ତି । ଶିକ୍ଷକମାନେ ପାଳିକରି ଆସୁଛନ୍ତି । ଏନେଇ ଜିଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାଁନ୍ତି । ଯାହାପାଇ ଏପରି ଅଭାବନୀୟ ଘଟଣା ଘଟିଛି।

Share
Tags: odisha