ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁନାହିଁ , ଅବସର ବୟସକୁ ନେଇ ରଖିଲେ ଦାବି

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ବନ ବିହାର ପରିସରରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ସଙ୍ଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅବସର ବୟସ ୬୨ କରିବା ପାଇଁ ଦାବି କରିଥିଲେ। ଏଥିସହ ଭଞ୍ଜନଗର ସହରର ଅନେକ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ପୋଷାକ ଭତ୍ତା ମିଳୁଥିବା ବେଳେ ଆଉ କିଛି କାର୍ଯ୍ୟାଳୟରେ ପୋଷାକ ଭତ୍ତା ମିଳୁନାହିଁ। ଏନେଇ ଆବଶ୍ୟକ ଚିଠି ଦେଖାଇଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ପୋଷାକ ଭତ୍ତା ଦେଉନାହାନ୍ତି। ଯାହାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସଙ୍ଘର ସଭାପତି କାହ୍ନୁ ଚରଣ ଦିଗାଲ ନିବେଦନ କରିଛନ୍ତି। ଏଥିସହ ସଂଘର ସ୍ଥାୟୀ ଗୃହ ନିର୍ମାଣ ସମେତ ପ୍ରମୁଖ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ସଭାପତି ଦିଗାଲ ବୈଠକରେ
ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର, ଉପ ସଭାପତି ରବିନ୍ଦ୍ର କୁମାର ପରିଡ଼ା, କୋଷାଧକ୍ଷ ବିଜୟ କୁମାର ସ୍ବାଇଁ, ସଂଗଠନ ସଂପାଦକ ବିଜୟ ଶତପଥି, ଉପଦେଷ୍ଟା ବିଜୟ ଗୌଡ, ବିପ୍ର ଚରଣ ଗୌଡ, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ ଯେ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ, କ୍ଷୁଦ୍ର ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ସମେତ ଆଉ କିଛି ବିଭାଗରେ ମଧ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁ ନ ଥିବା ବୈଠକରେ ଆଲୋଚନା ହୋଇଥିଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଗର୍ବ ଭାଙ୍ଗିଲା: ୩୭ ବର୍ଷ ପରେ ଘଟିଲା…

ଇନ୍ଦୋର,୧୯।୧: ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ ପୁଣିଥରେ ଇତିହାସ ରଚିଛି। ପ୍ରଭାବଶାଳୀ ଟେଷ୍ଟ ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ୩୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ...

ବିବାହିତା ପ୍ରେମିକାଙ୍କୁ ଭେଟିବା ହେଲା ମହଙ୍ଗା, ପ୍ରେମିକକୁ ବନ୍ଧକ ରଖି ମାଡ଼ ମାରିବା ପରେ ପରିସ୍ରା…

ଜୟପୁର,୧୯।୧:  ରାଜସ୍ଥାନର ଝାଲାୱାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିବାହିତ ପ୍ରେମିକାଙ୍କୁ ଭେଟିବାକୁ ଆସିବା ପ୍ରେମିକଙ୍କୁ ମହଙ୍ଗା ପଡିଛି । ପୀଡିତଙ୍କ ପରିବାର ଅଭିଯୋଗ...

ଆୟୁଷ୍ମାନ ଯୋଜନାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ୩ ଦିନରେ ହେବ…

ଭୁବନେଶ୍ୱର,୧୯।୧: ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ‘ଆୟୁଷ୍ମାନ’ ଚିନ୍ତନ ଶିବିରରେ ଏହା କହିଛନ୍ତି। ସେ କହିଛନ୍ତି,...

୨ ବିଧାୟକଙ୍କୁ ଦଳରୁ କାହିଁକି ତଡ଼ିଲା ବିଜେଡି: ଫିଟିଲା ବଡ଼ ଗୁମର

ଭୁବନେଶ୍ୱର,୧୯।୧: ବିଜେଡିରୁ ବିଧାୟକ ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି। ଏହାକୁ ନେଇ...

ବିଶ୍ୱ ରେକର୍ଡ ବିରାଟ କୋହଲି: ପ୍ରଥମ କ୍ରିକେଟରେ ଭାବେ କଲେ ଏମିତି କାରନାମା

ଇନ୍ଦୋର,୧୯।୧: ବିରାଟ କୋହଲି ତାଙ୍କ କ୍ୟାରିୟରରେ ତାଙ୍କର ୫୪ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି...

ରାମଲୀଳା ମହୋତ୍ସବ ଚାଲିଥିବାବେଳେ ତୁମୁଳକାଣ୍ଡ: ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ୬ଦର୍ଶକ…

ଭେଡେନ,୧୯।୧(ହୃଷିକେଶ ଖମାରୀ)- ବରଗଡ ଜିଲା ଭେଡେନରେ ରବିବାର ରାମଲୀଳା ମହୋତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛିv। ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ...

କଣ୍ଟେନରରେ ଚାଲାଣ ହେଉଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ପୋଲିସ, ସିକ୍ରେଟ୍‌ ଚାମ୍ବର ଦେଖି…

ଅମରପାଲି,୧୯ା୧(ପୀତାମ୍ବର ସାହୁ): ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। କଣ୍ଟେନରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ମାଡ଼ି ବସିଛି। ଗଞ୍ଜେଇ...

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପୋଡିଦେଇଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୧୯।୧: ଉତ୍ତର ପ୍ରଦେଶର ଝାନ୍ସୀର ପ୍ରୀତି ହତ୍ୟା ମାମଲା ସମସ୍ତଙ୍କୁ ଚକିତ କରିଛି। ଜଣେ ସ୍ବାମୀ ତିନିଥର ବିବାହ କରି ତାଙ୍କ ତୃତୀୟ ସ୍ତ୍ରୀଙ୍କୁ ନିର୍ମମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri