ବଣାଇଁ,୧୩।୯(ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡାର ଏକ ବିଦ୍ୟାଳୟ ଛାତ୍ରାବାସରେ ଶୁକ୍ରବାର ଏକ ଅଘଟଣ ଘଟିଛି । ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ଅନ୍ୟଜଣେ ସହପାଠୀ ସହ ଝଗଡା ହେବା କାରଣରୁ ସାଙ୍ଗତାଙ୍କୁ ଏକ ବାକ୍ସ ଭିତରେ ପୂରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଆହତ ଅବସ୍ଥାରେ ବାକ୍ସ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର ଛାତ୍ର ସ୍ବସ୍ତିକ କିଷାନ, ଓ ଘର ଜର୍ଡା ନିକଟସ୍ଥ ବ୍ରାହ୍ମଣଡିହି ଗ୍ରାମରେ। ବିଦ୍ୟାଳୟରେ ରୋଲ କଲ ସମୟରେ ଜଣେ ଛାତ୍ର ଅନୁପସ୍ଥିତ ଥିବା ଦେଖି ୱାର୍ଡେନ ପ୍ରଧାନଶିକ୍ଷକଙ୍କୁ ଜଣାଇ ସମସ୍ତେ ଖୋଜିଥିଲେ। କୌଣସି ସ୍ଥାନରେ ସ୍ବସ୍ତିଙ୍କୁ ନପାଇ ଶେଷରେ ସସ୍ତିକଙ୍କ ଘରକୁ ଫୋନ କରିଥିଲେ। ପରିବାର ଲୋକେ ମିଶି ଖୋଜିବା ସମୟରେ ଏକ ବାକ୍ସ ଭିତରୁ ଶବ୍ଦ ଶୁଣି ଖୋଲିବା ପରେ ସେଇଠି ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ । ଏଥିରେ ଝଗଡ଼ା ଲାଗିଥିବା ସହପାଠୀ ବାକ୍ସ ଭିତରେ ପୁରାଇ ଥିବା ନେଇ ପରିବାର ଲୋକେ କହୁଛନ୍ତି। ମାତ୍ର ସାଙ୍ଗ ଜଣଙ୍କ ଏହା ମିଛ କଥା କହି ନିଜେ ସ୍ବସ୍ତିକ ବାକ୍ସ ଭିତରେ ଲୁଚିଥିବା କହୁଛି। ପ୍ରଧାନଶିକ୍ଷକଙ୍କ ହସ୍ତକ୍ଷେପ ପରେ ସ୍ବସ୍ତିକ ଏବେ ନିଜ ଘରକୁ ଯାଇଚି ଓ ସୁସ୍ଥ ଅଛି ବୋଲି ସୂଚନା ମିଳିଛି। ଏହି ଘଟଣା ପରେ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି କରିଛି ।


