ହଇରାଣ ହେଉଛନ୍ତି ରେଳ ଯାତ୍ରୀ: ବିଭିନ୍ନ ସମସ୍ୟା ନେଇ ରେଳ ଯାତ୍ରୀ ସଙ୍ଘର ଦାବି

କେସିଙ୍ଗା,୩।୩(ତୁମେଶର ସାହୁ ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ୟଙ୍ଗବ୍ଲଡ ପବ୍ଲିକ ସ୍କଲ ପରିସରରେ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ କେସିଙ୍ଗା ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଛି। ମୁଖ୍ୟ ପରାମର୍ଶଦାତା ଡଃ ହେମ ସାଗର ସାହାଙ୍କୁ ଭୁବନେଶ୍ୱରର ଜେଡ୍‌ଆର୍‌ୟୁସିସି ମେମ୍ବର ହିସାବରେ ମନୋନୀତ କରି ଥିବାରୁ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଥିଲା।
ଏଥିରେ ମୁଖ୍ୟତଃ କେସିଙ୍ଗାରୁ ସିଧା ରାଜଧାନୀ ଭୁବନେଶ୍ୱରକୁ ଏକ ଟ୍ରେନ ଚଳାଇବାକୁ ଦାବି କରାଯାଇଛି।
ସେହିପରି ରାୟଗଡ଼ାଠାରୁ କେସିଙ୍ଗା, ଟିଟିଲାଗଡ ଦେଇ ଭୁବନେଶ୍ୱରକୁ ଏକ ଟ୍ରେନ ଚଳାଇବାକୁ ମୁଖ୍ୟ ପରାମର୍ଶଦାତା ତଥା ଜେଡଆର୍‌ୟୁସିସି ମେମ୍ବର ହେମସାଗର ସାହା ଦାବି କରିଛନ୍ତି। ସଂଘର ସଭାପତିଙ୍କୁ ଡିଆର୍‌ୟୁସିସି ମେମ୍ବର କରିବା ପାଇଁ ଡିଆର୍‌ଏମଙ୍କୁ ଦାବିପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମତା ଏକ୍ସପ୍ରେସକୁ ଦିଲ୍ଲୀ ଦେଇ ଭଟିନ୍ଦା ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ବିଭାଗକୁ ଜଣାଇବାକୁ ଦାବି ହୋଇଛି।
କେସିଙ୍ଗା ରେଲୱେ ଷ୍ଟେଶନରେ ଯାନବାହନ ରଖିବା ପାଇଁ ପାର୍କିଂ ଫି ବୃଦ୍ଧିକୁ ବିରୋଧ କରି ଏହାକୁ କମାଇବା ପାଇଁ ଡିଆର୍‌ଏମଙ୍କ ସହିତ ଯୋଗାଯୋଗ କରିବା ନିଷ୍ପତ୍ତି ନିଆଯାଇଥିଲା।
ଆଜି ପର୍ଯ୍ୟନ୍ତ ଯାହା ବି ରେଲୱେ ବିଭାଗକୁ ଦାବିପତ୍ର ଦିଆଯାଇଛି, ତାହାର କୌଣସି ଜବାବ ଆସୁ ନ ଥିବାରୁ ସଙ୍ଘ କ୍ଷୋଭ ପ୍ରକାଶ ପାଇଛି। ଉକ୍ତ ବୈଠକରେ ପରାମର୍ଶଦାତା ରାମକୁମାର ଜୈନ, ବିସିଏସ ଆଚାରୀ, ଉପସଭାପତି ପ୍ରଶାନ୍ତ ବାନାର୍ଜୀ, ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ, ଯୁଗ୍ମ ସମ୍ପାଦକ ରମାକାନ୍ତ ଜେନା, ସୁରେଶ ଅଗ୍ରୱଲା, ରମେଶ ପଟ୍ଟନାୟକ, ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ରେଳବାଇ ଷ୍ଟେଶନର ୪ନମ୍ବର ପ୍ଲାଟ ଫର୍ମରେ ପାନୀୟ ଜଳର ସୁବିଧା ନାହିଁ। ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି। ସେଥିପାଇଁ ଡିଆରଏମ ଦୃଷ୍ଟି ଦେବା ପାଇଁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?