ନଦୀ ସୁରକ୍ଷା ସମିତି ପକ୍ଷରୁ ଦାବିପତ୍ର

କେନ୍ଦୁଝର/ଚମ୍ପୁଆ/ ବାଲେଶ୍ୱର ଅଫିସ/ ନୀଳଗିରି, ୧୧।୫(ସ୍ବ.ପ୍ର./ଡି.ଏନ.ଏ.) – କେନ୍ଦୁଝର ସଦର ସବ୍‌ଡିଭିଜନରେ ବାଲି ମାଫିଆମାନଙ୍କ ଚୋରା ବାଲିଚାଲାଣ ଚରମ ସୀମାରେ ପହଞ୍ଚିଛି। ଏପରିକି ଦିନ ଦ୍ୱିପହରରେ ଖୁଲମଖୁଲା ବାଲି ଦୈନିକ ଶହ ଶହ ଟ୍ରାକ୍ଟର ଓ ବଡ ବଡ ହାଇଓ୍ବାରେ ଚୋରା ଚାଲାଣ ହେଉଛି। ଏହାର ପ୍ରତିବାଦରେ ମଙ୍ଗଳବାର ଭାଜପା ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ କେନ୍ଦୁଝର ଓ ଚମ୍ପୁଆ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଉପଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଳା ନାୟକ, ଅଖିଳ ନାୟକ, ଆସିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ନାୟକ, ପ୍ରକାଶ ମଲ୍ଲିକ, ବ୍ରଜ ରାୟ, କମଳାକାନ୍ତ ଦାସ, ସରୋଜ ସାହୁ, ବ୍ରଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଚମ୍ପୁଆ ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂଯୋଜକ ସୁବ୍ରତ ମହାନ୍ତି, ଧର୍ମେନ୍ଦ୍ର ମହାନ୍ତ, ବ୍ରଜମୋହନ ସାହୁ, ଅଖିଳ ନାଏକ, ଭାଜପା ରାଜ୍ୟ ମହିଳା ସଭାନେତ୍ରୀ ସୁକେଶୀ ଓରାମ, ଜିଲା ଉପସଭାପତି ଦେବପ୍ରସାଦ ମିଶ୍ର, ଜିଲା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ କର, ରମେଶ ପ୍ରଧାନ ବିଭିନ୍ନ ମଣ୍ଡଳର ସଭାପତି ଓ ଅନ୍ୟାନ୍ୟ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ବାଲେଶ୍ୱର ଜିଲା ଭାଜପା ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଭାଜପା ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ରାଜ୍ୟ ସହସଂଯୋଜକ ଅଜୟ କୁମାର ସାହୁ, ଜିଲା ସଂଯୋଜକ ମହେନ୍ଦ୍ର ଦାସ, ଭାଜପା ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୁଭନା ମହାନ୍ତି, ଜିଲା ଉପସଭାପତି ପ୍ରଦୀପ ପଣ୍ଡା, ଜିଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ସମ୍ପାଦକ ପିଙ୍କି ପ୍ରଧାନ, ଆଶିଷ ଘୋଷ, ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିରଞ୍ଜନ ପଣ୍ଡା, ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ଜିଲା ସହସଂଯୋଜକ ସୁଶାନ୍ତ ବେରା, ବାସୁଦେବ ପଣ୍ଡା, ବସନ୍ତ ବାରିକ, ରାହାସ ବିହାରୀ ଦାସ, ଉତ୍ତମ କୁମାର ପିଳା, ଖିତିଶ କୁମାର ଜେନା, ବିପିନ ମାରାଣ୍ଡି, ଦେବବ୍ରତ ମିଶ୍ର ପ୍ରମୁଖ ସାମିଲ ଥିଲେ। ଭାଜପା ନୀଳଗିରି ଶାଖା ପକ୍ଷରୁ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅନୁରୂପ ଭାବେ ନୀଳଗିରି ଏସ୍‌ଡିପିଓ ରିତେଷ ମହାପାତ୍ରଙ୍କୁ ଭେଟି ନଦୀ ସୁରକ୍ଷା ସମ୍ବନ୍ଧରେ ଅବଗତ କରିଥିଲେ। କାର୍ଯ୍ୟକ୍ରମରେ ଗଙ୍ଗାଧର ମିଶ୍ର, ବିନୋଦ ମହାନ୍ତି, ପ୍ରତାପ କୁମାର ବେହେରା, ରାଜୀବ ଦାସ ବାବୁ, ସୂରଥ ସିଂ, ଭାଗବତ ଖିଳା, ସନ୍ତୋଷ ମହାପାତ୍ର, ରାଜକୁମାର ସିଂ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri