ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ ସୋମବାର ଚତୁର୍ଥ ତଥା ଅନ୍ତିମ ଦିବସରେ ବେଙ୍ଗଲ ଦଳ ଓଡ଼ିଶା ଦଳକୁ ୧୦୨ ରନରେ ହରାଇ ବିଜୟୀ ହୋଇଛି। ମ୍ୟାଚରୁ ବେଙ୍ଗଲ ଦଳ ୧୨ ପଏଣ୍ଟ ଲାଭ କରିଥିବା ବେଳେ ଓଡ଼ିଶା ଦଳକୁ ୬ ପଏଣ୍ଟ ମିଳିଛି। ନିଜର ଦିତୀୟ ଇନିଂସର ରବିବାର ଅସମାପ୍ତ ସ୍କୋର ୩୫/୩ ଉଇକେଟ୍‌ରୁ ସୋମବାର ସକାଳେ ଖେଳ ଆରମ୍ଭ କରି ବେଙ୍ଗଲ ଦଳ ୫୧ ଓଭରରେ ୯ ଉଇକେଟ୍‌ ହରାଇ ୨୭୧ରେ ପାଳି ସମାପ୍ତ ଘୋଷଣା କରି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆହ୍ବାନ କରିଥିଲା । ବେଙ୍ଗଲ ପକ୍ଷରୁ ରବିବାର ଆୟୁଷ ସିଂ ୧୨୯ ରନ, ପ୍ରଭାତ ମୋର୍ଯ୍ୟଙ୍କ ୩୮ ରନ , ସୁମିତ ନାଗଙ୍କ ୨୭ ରନ ପରେ ସୋମବାର ସକାଳେ ଅଧିନାୟକ ଶଶାଙ୍କ ସିଂ ୨୭ ରନ, ସୁଖମିତ ସିଂ ୧୭ କରିଥିଲେ । ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ନଥିଲେ । ଫଳରେ ଦଳ ୯ ଉଇକେଟ୍‌ ବିନିମୟରେ ୨୭୧ ରନ କରି ପାଳି ସମାପ୍ତ ଘୋଷଣା କରିଥିଲେ। ଓଡ଼ିଶା ପକ୍ଷରୁ ଓମ ଟି ମୁଣ୍ଡେ ୨୫ରନ ବିନିମୟରେ ୫ ଉଇକେଟ୍‌ ନେଇଥିବାବେଳେ ସମ୍ବିତ ବରାଳ ୫୩ ରନ ବିନିମୟରେ ୩ ଉଇକେଟ୍‌, ବାଦଲ ବିଶାଳ ୯୧ ରନ ବିନିମୟରେ ୧ ଉଇକେଟ୍‌ ନେଇଥିଲେ। ଓଡ଼ିଶା ଦଳ ୨୯୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିଲା । ପ୍ରାରମ୍ଭିକ ଯୋଡ଼ି ଦିନେଶ ମାଝୀ ଏବଂ ଓମ ଟି ମୁଣ୍ଡେ ପ୍ରଥମ ଉଇକେଟ୍‌ ଯୋଡିରେ ୨୯ ରନ , ଦ୍ୱିତୀୟ ଯୋଡ଼ି ଓମ ଟି ମୁଣ୍ଡେ ଓ ଶ୍ରେୟନ୍ସ ଭରଦ୍ୱାଜ ୨୩ ପରନ, ତୃତୀୟ ଉଇକେଟ୍‌ ଯୋଡ଼ିରେ ଭରୱାଜ ଓ ସମ୍ବିତ ବରାଳ ୨୬ ରନ କରିଥିଲେ। ପାଖାପାଖି ସମସ୍ତ ବ୍ୟାଟ୍ସମ୍ୟାନ ବେପରୱା ମନୋଭାବରେ ଖେଳି ନିୟମିତ ବ୍ୟବଧାନରେ ଉଇକେଟ୍‌ ହରାଇ ବିଜୟର ସମସ୍ତ ସମ୍ଭାବନା ଥିବାବେଳେ ଶେଷରେ ୧୯୧ ରନ କରି ଅଲ ଆଉଟ ହୋଇ ୧୦୨ ରନରେ ପରାଜିତ ହୋଇଥିଲେ । ଓଡ଼ିଶା ଦଳର ଶ୍ରେୟନ୍ସ ଭରଦ୍ୱାଜ ସର୍ବାଧିକ ୪୦ ରନ କରିଥିବା ବେଳେ ସମ୍ବିତ ଜେନା ୩୧ ରନ କରିଥିଲେ । ପ୍ରତିପକ୍ଷ ବେଙ୍ଗଲ ଦଳ ପକ୍ଷରୁ ଈର୍ଷାଦ ଆଲମ ୭୧/ ୫ ଉଇକେଟ୍‌, ରୋହିତ ୬୧ ରନ ଡିନିମୟରେ ୫ ଉଇକେଟ୍‌ ନେଇଥିଲେ। ଏହି ମ୍ୟାଚର ସାରାଂଶ ଦେଖିବାକୁ ଗଲେ ବେଙ୍ଗଲ ଦଳର ଆୟୁଷ କୁମାର ସିଂ ଉଭୟ ଇନିଙ୍ଗସରେ ଶତକ ଯଥାକ୍ରମେ ୧୦୭ ରନ ଓ ୧୨୯ ରନ , ଈର୍ଷାଦ ଆଲମ ମ୍ୟାଚରେ ୧୦ ଉଇକେଟ୍‌ ଯଥାକ୍ରମେ ୯୭ରନ ବିନିମୟରେ ୫ ଉଇକେଟ୍‌ ଓ ୭୧ ରନ ବିନିମୟରେ ୫ ଉଇକେଟ୍‌ ନେଇଥିଲେ। ଦଳର ରୋହିତ ମ୍ୟାଚରେ ୬ ଉଇକେଟ୍‌ ନେଇଥିଲେ। ପ୍ରଥମ ଇନିଂଶରେ ୫୭ ରନ ଡିନିମୟରେ ୧ ଉଇକେଟ୍‌ ଦ୍ୱିତୀୟ ଇନିଂଶ ରେ ୬୧/୫ ଉଇକେଟ୍‌ ନେଇଥିଲେ । ସେହିପରି ଓଡ଼ିଶା ଦଳର ବାଦଲ ବିଶାଳ ମ୍ୟାଚରେ ୭ ଉଇକେଟ୍‌ ଯଥା ପ୍ରଥମ ଇନିଂସ ରେ ୯୩ ରନ ବିନିମୟରେ ୬ ୱିକେଟ, ଦ୍ୱିତୀୟ ଇନିଂସରେ ୯୧ ରନ ବିନିମୟରେ ୧ ଉଇକେଟ୍‌ ନେଇଥିଲେ । ସେହିପରି ଓମଟି ମୁଣ୍ଡେ ଦ୍ୱିତୀୟ ଇନିଂସରେ ୨୫ ରନ ବିନିମୟରେ ୫ ଉଇକେଟ୍‌ ନେଇଥିଲେ। ମ୍ୟାଚ ପରେ ଜିଲା କ୍ରିକେଟ ଏସୋସିଏଶନ ପକ୍ଷରୁ ପୂର୍ବତନ ଭାରତୀୟ ଖେଳାଳି ତଥା ବେଙ୍ଗଲ ଦଳର ଅନ୍ୟତମ କୋଚ ଉତ୍ପଳ ଚାଟାର୍ଜୀଙ୍କୁ ସ୍ମାରକୀ , ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମ୍ୟାଚ ରେଫରୀ ଓ ଆମ୍ପାୟରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା କ୍ରିକେଟ ଏସୋସିଏଶନର ପ୍ରାକ୍ତନ ସଭାପତି ଅରୁଣ କୁମାର ମହାନ୍ତି,ପ୍ରାକ୍ତନ ଉପ-ସଭାପତି ପ୍ରଭାତାଦିତ୍ୟ ମିଶ୍ର, ପ୍ରାକ୍ତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ସମ୍ପାଦକ ରବି ପଣ୍ଡା, କୋଷାଧ୍ୟକ୍ଷ ଅମିୟ ଭୂଷଣ ସାହୁ , ପ୍ରଦୀପ ନନ୍ଦ , ଗୁରୁଦତ୍ତ ଦାସ , ରଜତ ଦାଶଙ୍କ ସହ କ୍ରିଷ୍ଣା ବିକାଶ ସ୍କୁଲର କ୍ରୀଡା ଅଧିକାରୀ ପିତାମ୍ବର ପ୍ରଧାନ , କୋଚ ଅଶୋକ ସିଂ, ଆସିଷ୍ଟାଣ୍ଟ କୋଚ ରୂପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଖେଳକୁ ବିସିସିଆଇର ଅମ୍ପାୟାର ରଞ୍ଜୀବ ଶର୍ମା ଓ ଗଣେଶ ଚରହଟେ ପରିଚାଳନା କରିଥିବାବେଳେ ମ୍ୟାଚ ରେଫରି ଥିଲେ ଗୌରବ ବସିଷ୍ଟ । ବିସିସିଆଇ ପକ୍ଷରୁ ଅନ୍ଲାଇନ ସ୍କୋରର୍‌ ଥିଲେ ସି ଡି ସୁନିଲ ଓ ବୀରବର ନାୟକ, ସିନିୟର୍‌ ଭିଡିଓ ସାରଦା ପ୍ରସନ୍ନ ବିଶାଳ ଓ ଭିଡିଓ ଏନାଲିଷ୍ଟ ତାପସ କୁମାର ନାୟକ ରହିଥିଲେ । ଓଡ଼ିଶା ଦଳର ମୁଖ୍ୟ କୋଚ ପୂର୍ବତନ ରଣଜୀ ଖେଳାଳି ସୁବିତ ବିଶାଳ , ଆସିଷ୍ଟାଣ୍ଟ କୋଚ ପୂର୍ବତନ ରଣଜୀ ଖେଳାଳି ବିଭୁଦତ୍ତ ପଣ୍ଡା, ଫିଜିଓ ଦିନେଶ ସାହୁ, ଟ୍ରେନର୍‌ ମନୋଜ ବିଶ୍ୱାଳ, ଭିଡିଓ ଏନାଲିଷ୍ଟ ନବୀନ ବେହେରା, ସାଇଡ ଆର୍ମ ଥ୍ରୋଅର ଭାବରେ ଦିଲୀପ କୁମାର ଚନ୍ଦନ , ଦେବାଶିଷ ପ୍ରଧାନ ମେଶ୍ୟୁର ଥିବା ବେଳେ ସୋର୍ଯ୍ୟ ରଞ୍ଜନ ରୟ ମ୍ୟାନେଜର , ଅନିଲ କୁମାର ବିଶ୍ବାଳ ଆଡମିନ ମ୍ୟାନେଜର , ପୂର୍ବତନ ରଣଜୀ ଖେଳାଳୀ ଅବକାଶ ଖଟୁଆ ଚୟନ କର୍ତ୍ତା ଓ ଅନ୍ୟତମ ପୂର୍ବତନ ରଣଜୀ ଖେଳାଳୀ ସୁଭ୍ରଜିତ ସାହୁ ପର୍ଯ୍ୟବେକ୍ଷକ ଭାବରେ ଓଡ଼ିଶା ଦକରେ ରହିଥିଲେ । ସେହିପରି ବେଙ୍ଗଲ ଦଳର ମୁଖ୍ୟ କୋଚ ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ରିଦ୍ଧିମାନ ସାହା, ଆସିଷ୍ଟାଣ୍ଟ କୋଚ ଅଛନ୍ତି ପୂର୍ବତନ ଆନ୍ତର୍ଜାତୀୟ ଖେଳାଳୀ ଉତ୍ପଳ ଚାଟାର୍ଜୀ ଓ ଦେବବ୍ରତ ଦାସ, ଫିଜିଓ ଦୀପ୍ତି ରଞ୍ଜନ ପରିଡ଼ା, ଟ୍ରେନର୍‌ କପୂର୍‌ ଚନ୍ଦ ଅଗ୍ରୱାଲ , ଭିଡିଓ ଏନାଲିଷ୍ଟ ମୁକେଶ ସିହ୍ନା , ସାଇଡ ଆର୍ମ ଥ୍ରୋଅର ଭାବରେ ବିଶାଳ ଯାଦବ , ମୃଣାଳକାନ୍ତି ପଲ ମେଶ୍ୟୁର ଭାବରେ ଯୋଗଦେଇଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri