ଫାଷ୍ଟ ବିଲ୍ଡକୁ ଅଧିଗ୍ରହଣ କଲା ଏଚ୍‌ଆଇଏଲ୍‌

ଭୁବନେଶ୍ୱର,୨୭ା୮: ସି.କେ. ବିର୍ଲା ଗ୍ରୁପ୍‌ର ନିର୍ମାଣ ସାମଗ୍ରୀ ସମାଧାନ ସଂସ୍ଥା ‘ଏଚ୍‌ଆଇଏଲ୍‌’ ଲିମିଟେଡ୍‌ ନିକଟରେ କଟକର ଫାଷ୍ଟ ବିଲ୍ଡ ବ୍ଲକ୍‌ ପିଭିଟି ଲିମିଟେଡ୍‌କୁ ଅଧିଗ୍ରହଣ କରିଥିବା ସମ୍ପର୍କରେ ଘୋଷଣା କରିଛି। ବିଶେଷକରି କମ୍ପାନୀର ସମ୍ପ୍ରସାରଣ ରଣନୀତିର ଏକ ଅଂଶ ଭାବେ ଏହି ଅଧିଗ୍ରହଣ ହୋଇଥିବା ଜଣାପଡିଛି। ସେହିପରି ଉଭୟ ସଂସ୍ଥାର ଚୁକ୍ତିନାମା ଅନୁଯାୟୀ କମ୍ପାନୀ କଟକରେ ଥିବା ଫାଷ୍ଟ ବିଲ୍ଡ ବ୍ଲକ୍‌ ପିଭିଟି ଲିମିଟେଡ୍‌ର ଏଏସି ବ୍ଲକ୍‌କୁ ପ୍ରାୟ ୩୭କୋଟି ଟଙ୍କାରେ ଅଧିଗ୍ରହଣ କରିଛି। ଏହା ଜରିଆରେ କମ୍ପାନୀ ପୂର୍ବାଞ୍ଚଳର ଏଏସି ବ୍ଲକଗୁଡିକର ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଫଳରେ ଏହି ଅଧିଗ୍ରହଣ ଗ୍ରାହକଙ୍କୁ ସର୍ବୋତ୍ତମ ଶ୍ରେଣୀର ଉତ୍ପାଦ ଯୋଗାଇବା ସହ ଆବଶ୍ୟକ ସେବା ପ୍ରଦାନ କରିବାରେ ଏଚ୍‌ଆଇଏଲ୍‌ର ପ୍ରତିବଦ୍ଧତା ସହ ସମାନ ହୋଇଛି। ଏପରିକି ଭାରତରେ ଏହାର ନେତୃତ୍ୱ ଆଭିମୁଖ୍ୟ ଗଠନ ଏବଂ ବଜାୟ ରଖିବାକୁ ମଧ୍ୟ କମ୍ପାନୀ ଚେଷ୍ଟା କରୁଛି। ଏ ସମ୍ପର୍କରେ ଏଚ୍‌ଆଇଏଲ୍‌ ଲିମିଟେଡ୍‌ (ସି.କେ. ବିର୍ଲା ଗ୍ରୁପ୍‌)ର ଏମ୍‌ଡି ଏବଂ ସିଇଓ ଧୀରୂପ ରୟ ଚୌଧୁରୀ କହିଛନ୍ତି, ବର୍ଷ ବର୍ଷ ଧରି ଏଚ୍‌ଆଇଏଲ୍‌ର ଅଭିବୃଦ୍ଧି ଦେଖି ଆମେ ଗର୍ବିତ। ଆମେ ନିଶ୍ଚିତ ଯେ ନିକଟରେ ହୋଇଥିବା ଅଧିଗ୍ରହଣ ସହ ଆମେ ଆମର ସାମର୍ଥ୍ୟକୁ ମଧ୍ୟ ଆହୁରି ଦୃଢ଼ୀଭୂତ କରିପାରିବୁ। ସେହିଭଳି ପୂର୍ବାଞ୍ଚଳର ଅସୁବିଧାକୁ ଦୂର କରିବା ପାଇଁ ଆମେ ନିରନ୍ତର ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ କରୁଛୁ। କମ୍ପାନୀର ସମ୍ପ୍ରସାରଣ ଯୋଜନା ଆମର ସାମଗ୍ରିକ ଅଭିବୃଦ୍ଧି ରଣନୀତିକୁ ସମର୍ଥନ କରୁଥିବାବେଳେ ଆମର ଶ୍ରେଷ୍ଠ ଶ୍ରେଣୀର ଉତ୍ପାଦ ପୋର୍ଟଫୋଲିଓ ଏବଂ ସେବା କ୍ଷମତାକୁ ବିସ୍ତାର କରିବାରେ ମଧ୍ୟ ସକ୍ଷମ ହେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri