ଅବସର ନେବେ CJI ଚନ୍ଦ୍ରଚୂଡ, ପେନସନ ପାଇବେ ୧୬ଲକ୍ଷ, ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ,୨।୩: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ। ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ୨ବର୍ଷ ସିଜେଆଇ ପଦରେ ବସିବା ପରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ନେବେ। ୨୦୨୨ନଭେମ୍ବରରେ ସେ ପଦାଭାର ସମ୍ଭାଳିଥିଲେ। ତେବେ ଆପଣ ଜାଣନ୍ତି କି ଅବସର ପରେ ସିଜେଆଇଙ୍କୁ କ’ଣ କ’ଣ ସୁବିଧା ମିଳିବ, କେତେ ଟଙ୍କା ପେନଶନ ମିଳିବ। ଆସନ୍ତୁ ଜାଣିବା।

ଚନ୍ଦ୍ରଚୂଡଙ୍କ ସେବା ନିବୃତ ତାରିଖରୁ ଆଗାମୀ ୬ମାସ ଅବଧି ପର୍ଯ୍ୟନ୍ତ ଦିଲ୍ଲୀର ଟାଇପ୍‌-vii ଘରେ ରହିବେ। ଯେଉଁଠି ତାଙ୍କୁ ଭଡା ଦେବାକୁ ପଡିବ ନାହିଁ। ବର୍ତ୍ତମାନ ବରିଷ୍ଠ ଏମପି ଓ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଏହି ଘରେ ରହିବାକୁ ମିଳିଥାଏ। ତେବେ ଚନ୍ଦ୍ରଚୂଡ ଅବସର ନେବା ପରଠାରୁ ସେ ଏହି ଘରେ ରହିବେ। ଚନ୍ଦ୍ରଚୂଡଙ୍କ ସହ ତାଙ୍କ ପରିବାରକୁ କେନ୍ଦ୍ରୀୟ ସିଭିଲ ସର୍ଭିସର କ୍ଲାସ ୧ ଅଫିସର ଓ ବିଭିନ୍ନ ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରାଯିବ।

ଅବସର ପରେ ଆଜୀବନ ସେବା ଯୋଗାଇ ଦେବା ପାଇଁ ଜଣେ ଚାକର, ଡ୍ରାଇଭର ଓ ସହାୟକ ମିଳିବ। ଏଥିସହ ଦେଶର ସବୁ ଏୟାରଲାଇନ୍ସରେ ଔପଚାରିକ ଲାଉନ୍ଜ ସୁବିଧା ମଧ୍ୟ ମିଳିବ। ଅବସରର ୫ବର୍ଷ ଯାଏଁ ତାଙ୍କୁ 24×7 Personal Security Guard ମିଳିବ। ଏହା ବ୍ୟତୀତ ତାଙ୍କ ଘରେ ୨୪ଘଣ୍ଟା ସୁରକ୍ଷାକର୍ମୀ ମୁତୟନ ରହିବେ। ମାଗଣା ଟେଲିଫୋନ ସୁବିଧା ସହ ମୋବାଇଲ ଓ ବ୍ରଡବ୍ୟାଣ୍ଡର ସୁବିଧା ପାଇବେ। ମୋବାଇଲ ଡାଟା ପାଇଁ ମାସକୁ ୪୨୦୦ଟଙ୍କା ମିଳିବ। ଏହିସବୁ ଖର୍ଚ୍ଚ ସୁପ୍ରିମକୋର୍ଟ ବହନ କରିବ।
cji dy chandrachud ଙ୍କୁ ବର୍ଷକୁ ୧୬ଲକ୍ଷ ୮୦ହଜାର ଟଙ୍କା ପେନଶନ ମିଳିବ। ଅର୍ଥାତ୍‌ ମାସକୁ ୧ଲକ୍ଷ ୪୦ହଜାର ଟଙ୍କା ମିଳିବ। ପେନଶନ ବ୍ୟତୀତ ଭତ୍ତା Dearness Allowance ମଧ୍ୟ ମିଳିବ। ଏଥିସହ ଅବସରବେଳେ ୨୦ଲକ୍ଷ ଟଙ୍କାର ଗ୍ରାଚ୍ୟୁଇଟ ମଧ୍ୟ ମିଳିବ।

କିନ୍ତୁ ଆଇନ୍‌ ମନ୍ତ୍ରଣାଳୟ ଅନୁସାରେ, ସିଜେଆଇ ଅବସର ପରେ ଯଦି ଅନ୍ୟ କୌଣସି ପଦ ଗ୍ରହଣ କରନ୍ତି ତେବେ ସିଜେଆଇ ରୂପେ ମିଳୁଥିବା ସବୁ ସୁବିଧା ଆଉ ମିଳିିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?