Posted inଜାତୀୟ

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି ଭୁଲ କରିଦେଲେ ଓକିଲ, ରାଗରେ ବର୍ଷିଲେ CJI ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୨୦।୭: ଭାରତର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସେ ନେକ୍‌ବ୍ୟାଣ୍ଡ ନ ପିନ୍ଧି କୋର୍ଟରୁମ୍‌ରେ ପହଞ୍ଚିଥିଲେ। ଏହାକୁ ନେଇ ଚନ୍ଦ୍ରଚୂଡ଼ ତାଙ୍କୁ କହିଥିଲେ ଯେ ଏହା କୌଣସି ଫ୍ୟାଶନ ପରେଡ୍‌ ହେଉଛି କି? ଯେତେବେଳେ ଓକିଲଜଣଙ୍କ ଶୀଘ୍ର ଆସିବାକୁ ଯାଇ ନେକ୍‌ବ୍ୟାଣ୍ଡ ପିନ୍ଧି ନ ଥିବା କହିଥିଲେ, ଚନ୍ଦ୍ରଚୂଡ଼ ତାଙ୍କୁ କେସ୍‌ ଶୁଣି ପାରିବେ ନାହିଁ ବୋଲି କହିଥିଲେ। ସଠିକ୍‌ ୟୁନିଫର୍ମରେ ନ ଥିବାରୁ ସେ ଶୁଣାଣି କରିବାକୁ ମନା କରିଥିଲେ।

ଏଭଳି ସ୍ଥିତିରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଓକିଲଙ୍କ ନେକ୍‌ବ୍ୟାଣ୍ଡ କ’ଣ? ଏହା ଏତେ ଜରୁରୀ କାହିଁକି? ଆସନ୍ତୁ ଜାଣିବା…

ଅଦାଲତରେ ହାଜର ହେଉଥିବା ଓକିଲଙ୍କ ଲାଗି ଡ୍ରେସ୍‌ କୋର୍ଡ ବ୍ୟବସ୍ଥା ରହିଛି। ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ନିୟମ ମୁତାବକ ସୁପ୍ରିମକୋର୍ଟ, ହାଇକୋର୍ଟ, ନିମ୍ନ କୋର୍ଟ, ଟ୍ରିବ୍ୟୁନାଲ ଏବଂ ଅଥରିଟିରେ ହାଜର ହେବା ସମୟରେ ଓକିଲଙ୍କୁ ଡ୍ରେସକୋର୍ଡ ସଠିକ୍‌ ଭାବେ ପରିଧାନ କରିବା ଜରୁରୀ ଅଟେ। ଅଧ୍ୟାୟ ଆଇଭିରେ ଏନେଇ ସୂଚନା ଦିଆଯାଇଛି।

ସମ୍ମାନଜନକ ପୋଷାକ ଅର୍ଥ କଳା କୋଟ୍‌, କଳା ଶେରଓ୍ବାନୀ, ଓକିଲଙ୍କ ଗାଉନ୍‌ ଏବଂ ଧଳା ନେକ୍‌ବ୍ୟାଣ୍ଡ ଭଳି ଜିନିଷ ରହିଛି। ଏହାଛଡ଼ା କଳା କୋର୍ଟ, ଧଳା ଶାର୍ଟ, ଆଡଭୋକେଟ୍‌ ଗାଉନ୍‌ ସହ ଧଳା ବ୍ୟାଣ୍ଡ ବି ପିନ୍ଧା ଯାଇପାରେ। କୌଣସି ପରିସ୍ଥିତିରେ ଓକିଲ ଜିନ୍ସ ପିନ୍ଧି କୋର୍ଟ ଯାଇପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ସିଟି ସିଭିଲ କୋର୍ଟ ବ୍ୟତିତ ଅନ୍ୟ କୋର୍ଟରେ ବ୍ୟାଣ୍ଡ ପରିବର୍ତ୍ତେ ଏକ କଳା ଟାଇ ମଧ୍ୟ ପିନ୍ଧିହେବ।

ମହିଳା ଓକିଲଙ୍କ ପାଇଁ କଳା ଜ୍ୟାକେଟ୍‌ ଅଥବା ବ୍ଲାଉଜ୍‌, ଧଳା କଲର୍‌, ଧଳା ବ୍ୟାଣ୍ଡ ସହ ଆଡଭୋକେଟ୍‌ ଗାଉନ୍‌ ପିନ୍ଧିବାର ନିୟମ ରହିଛି। ଏହାଛଡ଼ା ମହିଳା ଶାଢ଼ି ନଚେତ ଲମ୍ବା ସ୍କର୍ଟ(ଧଳା ନଚେତ କଳା) ଅଥବା ପଞ୍ଜାବୀ ଚୁଡିଦାର କୁର୍ତ୍ତା , ସାଲଓ୍ବାର, କଳା କୋର୍ଟ ଏବଂ ବ୍ୟାଣ୍ଡ ସହ ପାରମ୍ପରିକ ପୋଷାକ ପରିଧାନ କରିପାରିବେ।

ଓକିଲଙ୍କ ପୋଷାକରେ ଧଳା ନେକବ୍ୟାଣ୍ଡ ବେଶ ଜରୁରୀ। ଯେଉଁଭଳି ଭାବେ ନ୍ୟାୟର ନିକିତି ଅଦାଲତର ପ୍ରତୀକ, ସେହିଭଳି ନେକବ୍ୟାଣ୍ଡ ଓକିଲଙ୍କ ପରିଚୟ। ଏହା ‘ଟାବଲେଟ୍‌ ଅଫ୍‌ ଲ’ର ପ୍ରତୀକ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri