ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ । ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ରେଡ୍ ଜାରି ରହିଛି ।

ଖବର ଅନୁସାରେ, ସୁନ୍ଦରଗଡ଼ ଜିଲା ଅଧୀନ OSCSC Ltd. (ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଏ କର୍ପୋରେସନ୍) କାର୍ଯ୍ୟାଳୟର ଜୁନିୟର ଏକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସମେତ ବାଲେଶ୍ୱର ଚୂନଭାଟି ମଣ୍ଡପରେ ରେଡ୍‌ ହୋଇଥିବା ସୂଚନା ରହିଛି । ଆପାର୍ଟମେଣ୍ଟ, ବ୍ୟାଙ୍କ ଜମା, ବିଭିନ୍ନ କାଗଜପତ୍ର, ଗାଡି ଆଦି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିବା ଜଣାପଡିଛି ।

ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍, ଭିଜିଲାନ୍ସ, ବାଲେଶ୍ୱରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଡିଏସଫ ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀଙ୍କ ସମ୍ମିଳିତ ଦଳ ଦ୍ୱାରା ବାଲେଶ୍ୱର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି ।

ବାଲେଶ୍ୱର ଜିଲା ଗୋପାଳଗାଁରେ ଅବସ୍ଥିତ ତିନିତଳା ବାସଭବନ
ଗୋପାଳଗାଁ, ବାଲେଶ୍ୱରରେ ଥିବା ତିନିତଳା ବ୍ୟବସାୟିକ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଜିମ୍
ବାଲେଶ୍ୱରରେ ଥିବା କଲ୍ୟାଣ ମଣ୍ଡପ
ସୁନ୍ଦରଗଡ଼ରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟ
ସୁନ୍ଦରଗଡ଼ରେ ଭଡା ନିଆ ବାସଗୃହ

ଭିଜିଲାନ୍ସ ପକ୍ଷରୁ ତଲାସି ଅଭିଯାନ ଏପର୍ଯ୍ୟନ୍ତ ଜାରି ରହିଛି। ତଦନ୍ତ ସମାପ୍ତି ପରେ ଅଧିକ ସୂଚନା ମିଲିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily