୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ, ଦାଦନ ଶ୍ରମିକ ଭାବେ…

ତୁମୁଡିବନ୍ଧ,୨୯ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତର ସଭା ଗୃହରେ ୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୧୨୭ବାଟାଲିଆନର ସିଆରପିଏଫ କମାଣ୍ଡାଣ୍ଟ ପଙ୍କଜ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଛି । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଲଷ୍ମୀ ନାରାୟଣ ପାସି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଝିରିପାଣି ସରପଞ୍ଚ କାନ୍ତି ପାତ୍ର, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ଡଗର ପାତ୍ର ଓ ଗୋରେଖ ପାତ୍ର ଯୋଗ ଦେଇଥିଲେ।

ଏହି ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ମାଧ୍ୟମରେ ଝିରିପାଣି ଅଞ୍ଚଳର ୨୦ ଜଣ ଯୁବତୀଙ୍କୁ ୧୫ଦିନିଆ ଏକ ସିଲେଇ ତାଲିମ ପ୍ରଦାନ କରାଯାଇଛି । ଏହାସହ ସେମାନଙ୍କୁ ସିଲେଇ ମେସିନ ମଧ୍ୟ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆସିଷ୍ଟାଣ୍ଡ କାମାଣ୍ଡାଣ୍ଟ ପାସି ବୁଝାଇ କହିଥିଲେ ଯେ ଯୁବତୀମାନେ ଅସାମାଜିକ ଲୋକ ଓ ସଂଗଠନମାନଙ୍କ ପ୍ରଲୋଭନ ପଡ଼ିବା ଓ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯିବା ଭଳି କାର୍ଯ୍ୟରୁ ନିବୃତ ରୁହନ୍ତୁ । ନିଜେ ଆତ୍ମନିର୍ଭରଶୀଳ ହୋଇ ରୋଜଗାର କରନ୍ତୁ । ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ୧୨୭ବାଟାଲିଆନ ସିଆରପିଏଫର ସମସ୍ତ ଯବାନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily