ଡାକ୍ତର ନିଯୁକ୍ତି କରୁନି ପୌର ପ୍ରଶାସନ

ଢେଙ୍କାନାଳ,୨୩ା୯(ରତନ ନାୟାର): ଢେଙ୍କାନାଳ ସହର ୧ନଂ. ୱାର୍ଡରେ ଥିବା ପୌର ଆୟୁର୍ବେଦିକ ଚିକିତ୍ସାଳୟ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ଏଠାରେ ଥିବା ଡାକ୍ତର ଅବସର ଗ୍ରହଣ କରିବାର ଦୀର୍ଘଦିନ ହୋଇଯାଇଥିଲେ ହେଁ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏହାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ୧୯୮୫ ଫେବୃୟାରୀ ୯ରେ ଏହି ଆୟୁର୍ବେଦିକ ଚିକିତ୍ସାଳୟ ସ୍ଥାପନ ହୋଇଥିଲା। ପ୍ରସିଦ୍ଧ କବିରାଜ ସ୍ବର୍ଗତ ବାଳକୃଷ୍ଣ ନନ୍ଦଙ୍କ ନାମରେ ଏହାର ନାମକରଣ କରାଯାଇ ବାଳକୃଷ୍ଣ ପୌର ଆୟୁର୍ବେଦିକ ଚିକିତ୍ସାଳୟ ରଖାଯାଇଥିଲା। ଏହି ୱାର୍ଡରେ ବହୁ ସଂଖ୍ୟାରେ ଆଦିବାସୀ ଓ ଗରିବ ଶ୍ରେଣୀର ଲୋକ ରହୁଥିବା ବେଳେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେମାନେ ଉପଯୁକ୍ତ ଚିକିତ୍ସା ପାଇପାରୁ ନ ଥିଲେ। ଏପରି କି ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରାୟ ୬ କିଲୋମିଟର ଦୂରରେ ଥିବାରୁ ସେଠାକୁ ଯାଇ ଚିକିତ୍ସିତ ହେବା ସମ୍ଭବପର ହେଉ ନ ଥିଲା। ତେଣୁ ୧୯୮୪ ମସିହାରେ ପୌର ପରିଷଦ ବୈଠକରେ ଅନୁମୋଦନ ପରେ ଏହି ଓ୍ବାର୍ଡରେ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲାଯାଇଥିଲା। ପୂର୍ବତନ ନଗରପାଳ ଶରତ ମିଶ୍ର, ଶ୍ରୀଧର ସାହୁ ଓ ସୁରେନ୍ଦ୍ର ମିଶ୍ର ତତ୍କାଳୀନ ପୌର ନିର୍ଦ୍ଦେଶକଙ୍କୁ ଦେଖାକରି ଆୟୁର୍ବେଦିକ ଚିକିତ୍ସାଳୟ ଖୋଲିବା ପାଇଁ ଦାବି କରିବା ପରେ ଏହା ସ୍ଥାପନ ପାଇଁ ବାଟ ମଧ୍ୟ ଖୋଲିଥିଲା। ଏହି ଚିକିତ୍ସାଳୟରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହେଉଥିଲେ। ହେଲେ କାର୍ଯ୍ୟରତ ଡାକ୍ତର ଅବସରଗ୍ରହଣ କରିବା ପରେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ ା ଫଳରେ କିଛି ମାସ ହେଲା ଏଠାରୁ ଚିକିତ୍ସାସେବା ମିଳୁପାରୁ ନାହିଁ। ତେଣୁ ଏହି ସ୍ବାସ୍ଥ୍ୟ ଅନୁଷ୍ଠାନ ବନ୍ଦ ହୋଇଯିବା ସମ୍ଭାବନା ସୃଷ୍ଟି ହୋଇଛି। ପୌର କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର କହିଛନ୍ତି, ଏହି ଆୟୁର୍ବେଦିକ ଚିକିତ୍ସାଳୟର ଗୁରୁତ୍ୱ ରହିଛି। ଏହା ଉପରେ ଅଞ୍ଚଳବାସୀ ନିର୍ଭରଶୀଳ ଥିବାରୁ କାର୍ଯ୍ୟକ୍ଷମ କରାଯିବା ଜରୁରୀ। ତେଣୁ ସୋମବାର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri