ସିଟ୍ରୋନ୍‌ର ଅଲ୍‌ ନ୍ୟୁ ସି୩ ଏୟାରକ୍ରସ୍‌ ଏସ୍‌ୟୁଭି ଉନ୍ମୋଚିତ

ଭୁବନେଶ୍ୱର,୭।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଭି) ତଥା ଫ୍ରେଞ୍ଚ କାର୍‌ ନିର୍ମାତା ସିଟ୍ରୋନ୍‌ର ବହୁ ପ୍ରତୀକ୍ଷିତ ସି ୩ ଏୟାରକ୍ରସ୍‌ ଏସ୍‌ୟୁଭିର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ସିଟ୍ରୋନ୍‌ ସି୩ ଏୟାରକ୍ରସ୍‌ ଏସ୍‌ୟୁଭିରେ ୯୦%ରୁ ଅଧିକ ସ୍ଥାନୀୟକରଣ ଏବଂ ଏହାକୁ ଭାରତୀୟ ଉପଭୋକ୍ତାଙ୍କ ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ କରାଯାଇଛି। ଏପରିକି ଏହାର ସମସ୍ତ ଭାରିଆଣ୍ଟ୍‌ରେ ୧.୨ ଲିଟର ଜେନ୍‌ ୩ ଟର୍ବୋ ପ୍ୟୋର୍‌ଟେକ୍‌୧୧୦ ଇଞ୍ଜିନ୍‌ (୧୧୦ପିଏସ୍‌ ପାୱାର, ୧୯୦ଏନ୍‌ଏମ୍‌ ଟର୍କ) ଷ୍ଟାଣ୍ଡାର୍ଡ ଫିଚର ଭାବେ ଉପଲବ୍ଧ ରହିଛି। ଏପରିକି ସେଗ୍‌ମେଣ୍ଟର ସ୍ବତନ୍ତ୍ର ୫+୨ ସିଟ୍‌ ଫ୍ଲେକ୍ସି-ପ୍ରୋ ଭାରିଆଣ୍ଟ ଅତିରିକ୍ତ ୩୫,୦୦୦ ଟଙ୍କାରେ ଉପଲବ୍ଧ ହେଉଛି। ଅପରପକ୍ଷରେ ସିଟ୍ରୋନ୍‌ ସି୩ ଏୟାରକ୍ରସ୍‌ ଏସ୍‌ୟୁଭିରେ ସିଟ୍ରୋନ୍‌ ଆଡ୍‌ଭାନ୍ସଡ୍‌ କମ୍ଫର୍ଟ ରହିଛି, ଯାହା ବିବିଧ ସଡ଼କ ସ୍ଥିତିରେ ସର୍ବୋତ୍ତମ ଶ୍ରେଣୀର ଚାଳନା, ନିୟନ୍ତ୍ରଣ ଓ ଆରାମ ପ୍ରଦାନ କରୁଛି। ସି୩ ଏୟାରକ୍ରସ୍‌ ଏସ୍‌ୟୁଭିରେ ୧୭.୭୮ସେମି ଇଣ୍ଟେଲି-ସ୍ମାର୍ଟ ଟିଏଫ୍‌ଟି କ୍ଲଷ୍ଟର୍‌, ୨୬ସେମି ଇନ୍‌ଫୋଟେନ୍‌ମେଣ୍ଟ ସ୍କ୍ରିନ୍‌ ସହ ଓୟାରଲେସ୍‌ ଆଣ୍ଡ୍ରଏଡ୍‌ ଅଟୋ ଓ ଆପଲ୍‌ କାର୍‌ ପ୍ଲେ, ଇଏସ୍‌ପି ସହ ଆଡ୍‌ଭାନ୍ସଡ୍‌ ଟେକ୍‌ ସୁଟ୍‌, ହିଲ୍‌ ହୋଲ୍ଡ, ଟିପିଏମ୍‌ଏସ୍‌ ଓ ଇଞ୍ଜିନ୍‌ ଷ୍ଟାର୍ଟ/ଷ୍ଟପ୍‌ ଭଳି ଅନ୍ତର୍ନିହିତକାରୀ ଫିଚର ରହିଛି।
ଏ ସମ୍ପର୍କରେ ଷ୍ଟେଲାଣ୍ଟିସ୍‌ ଇଣ୍ଡିଆର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ରୋଲାଣ୍ଡ ବୌଚାରା କହିଛନ୍ତି,ଭାରତୀୟ ଗ୍ରାହକଙ୍କ ପାଇଁ ନିର୍ମିତ ଆମର ନୂଆ ସି୩ ଏୟାରକ୍ରସ୍‌ ଏସ୍‌ୟୁଭିର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହି ଏସ୍‌ୟୁଭିକୁ ସିଟ୍ରୋନ୍‌ର ଡିଏନ୍‌ଏ-ଆରାମ ଓ ଉଦ୍ଭାବନର ପ୍ରମୁଖ ଉପାଦାନ ସହିତ ନିର୍ମାଣ କରାଯାଇଛି। ଏହା ଗତ ସେପ୍ଟେମ୍ବରରେ ବୁକିଂ ଆରମ୍ଭ ହେବା ପରଠାରୁ ଦେଶବ୍ୟାପୀ ଅତ୍ୟଧିକ ସକାରାତ୍ମକ ପ୍ରତିକ୍ରିୟା ହାସଲ କରିଛି। ଆମେ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ଆମର ଉପତ୍ାଦନ ବୃଦ୍ଧି କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?