ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଜମ୍ମୁ-କଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ମୃତ୍ୟୁବରଣ ହୋଇଛନ୍ତି। ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆତଙ୍କବାଦ ବିରୋଧରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନାଗରିକ ମଞ୍ଚ ପକ୍ଷରୁ ଗୁରୁବାର ଅପରାହ୍ନରେ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମୁଖ୍ୟରାସ୍ତା କଡ ରେ ଥିବା ରାଧାନାଥ ପାଠାଗାର ସମ୍ମୁଖରେ ପହଞ୍ଚିଥିଲା।
ସାମାଜିକ କର୍ମୀ ଏମ. କେଶବ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସଭା ଓ ଶୋଭାଯାତ୍ରାରେ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ,ଅଭିମନ୍ୟୁ ଜାନି, ଭାଜପା ଗଞ୍ଜାମ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ପଣ୍ଡା,ସୁଷମା ଗୌଡ଼, ଶ୍ରୀକାନ୍ତ ମହାରଣା,ସୀମା ଦାସ,ବଦ୍ରି ନାରାୟଣ ପାତ୍ର,ସନ୍ତୋଷ ଜାନି,ଟି.ରାମାରାଓ,ଅକ୍ଷୟ ରେଡ୍ଡୀ, ଶିବ ସାହୁ,ମନୋଜ ଚୌଧୁରୀ, ଲୁଲୁ ରେଡ୍ଡୀ, ତ୍ରପତି ସୁବୁଦ୍ଧି,ସରୋଜ ସୁବୁଦ୍ଧି,ଦଣ୍ଡପାଣି ପାତ୍ର,ମୋହନ ରାଓ ଆଚାରୀ,ଭଗବାନ ସେଠୀ ପ୍ରମୁଖ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହି ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ।


