ମାର୍ଚ୍ଚ ୨୩ରେ ସର୍କଲସ୍ତରୀୟ ଡାକ ଅଦାଲତ

ଭୁବନେଶ୍ୱର,୨।୩: ଭାରତୀୟ ଡାକର ଓଡ଼ିଶା ସର୍କଲ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖ (ଗୁରୁବାର) ପୂର୍ବାହ୍ନ ୧୧ଘଟିକା ସମୟରେ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ୧୨୮ତମ ସର୍କଲସ୍ତରୀୟ ଡାକ ଅଦାଲତ ଅନୁଷ୍ଠିତ ହେବ। ଉକ୍ତ ଡାକ ଅଦାଲତ ତ୍ରୈମାସିକ ଭାବେ ଡିଭିଜନ ତଥା ସର୍କଲସ୍ତରରେ ପ୍ରତି ବର୍ଷ ମାର୍ଚ୍ଚ, ଜୁନ୍‌, ସେପ୍ଟେମ୍ବର ଓ ଡିସେମ୍ବରରେ ଆୟୋଜିତ ହୋଇଥାଏ। ଏପରିକି ଜନସାଧାରଣ ସେମାନଙ୍କର ଅଭିଯୋଗଗୁଡ଼ିକ ପ୍ରଥମେ ଡିଭିଜନସ୍ତରୀୟ ଡାକ ଅଦାଲତରେ ଉପସ୍ଥାପିତ କରିବେ। ଯଦି ସେଠାରୁ ସେମାନେ ସନ୍ତୋଷଜନକ ସମାଧାନ ପାଇବାରେ ଅସମର୍ଥ ହୁଅନ୍ତି,ତା’ହେଲେ ସମ୍ପୃକ୍ତ ଅଭିଯୋଗକାରୀ ସର୍କଲସ୍ତରୀୟ ଡାକ ଅଦାଲତରେ ସେମାନଙ୍କର ଅଭିଯୋଗଗୁଡ଼ିକ ଉପସ୍ଥାପିତ କରିପାରିବେ। ଏଥିପାଇଁ ଡାକଘର କାରବାର ସମ୍ବନ୍ଧୀୟ ଅଭିଯୋଗକୁ ୩କିତା କରିବା ସହ ସମ୍ପୃକ୍ତ ଡାକଘର ରସିଦ୍‌ ବା ପ୍ରମାଣପତ୍ର ଓ ଅଭିଯୋଗର ବିବରଣୀ ଏବଂ ଅଭିଯୋଗକାରୀଙ୍କ ନାମ ଆଉ ସମ୍ପୂର୍ଣ୍ଣ ଡାକ ଠିକଣା ସହ ସମ୍ପୃକ୍ତ ଡିଭିଜନର ଡାକଘର ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ସହାୟକ ପୋଷ୍ଟ ମାଷ୍ଟର ଜେନେରାଲ (ଜନ ଅଭିଯୋଗ) ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ଓଡ଼ିଶା ସର୍କଲ ଭୁବନେଶ୍ବର-୭୫୧୦୦୧ ଠିକଣାରେ ୨୦୨୩ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ପହଞ୍ଚତ୍ବା ଆବଶ୍ୟକ ବୋଲି କୁହାଯାଇଛି। ସେହିଭଳି ଡାକସେବା ଅସମ୍ବନ୍ଧିତ ଅଭିଯୋଗ ନ ପଠାଇବାକୁ ପରାମର୍ଶ ଦିଆଯାଉଛି। ଅପରପକ୍ଷରେ ଉପରୋକ୍ତ ସମୟ ସୀମା ପରେ ମିଳିଥିବା ଅଭିଯୋଗଗୁଡ଼ିକ ବିଚାରକୁ ନିଆଯିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri