ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ପୁରସ୍କାର

ଭୁବନେଶ୍ୱର,୨୦।୧୨: ବେଦାନ୍ତ ଲାଞ୍ଜିଗଡ଼କୁ ଜଳ ପରିଚାଳନାରେ ଉତ୍କର୍ଷ ପାଇଁ ସିଆଇଆଇ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ଭାଗନେଇଥିବା ଶହେ ପ୍ରତିଭାଗୀଙ୍କ ମଧ୍ୟରେ କମ୍ପାନୀକୁ ‘ବିଦିନ ଦି ଫେନ୍ସ ବର୍ଗ’ରେ ଉଲ୍ଲେଖନୀୟ ଜଳ ପରିଚାଳକ ୟୁନିଟ ଭାବେ ଏହି ପୁରସ୍କାର ମିଳିଛି। ଚଳିତ ମାସ ୧୬ ତାରିଖରେ ସିଆଇଆଇ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ କମ୍ପାନୀ ପକ୍ଷରୁ ପରିବେଶ ବିଭାଗର ମୁଖ୍ୟ ସନ୍ତୋଷ କୁମାର ନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରଭାବଶାଳୀ ଭାବେ ଜଳ ଭଳି ସାଧନର ପରିଚାଳନା ନିମନ୍ତେ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଗ୍ରହଣ କରାଯାଉଥିବା ଉଲ୍ଲେଖନୀୟ ପଦକ୍ଷେପ ତଥା ଏ ଦିଗରେ କମ୍ପାନୀର ନେତୃତ୍ୱ ଏବଂ ପ୍ରଚେଷ୍ଟା ପାଇଁ ଏହି ପୁରସ୍କାର ଏକ ବିଶେଷ ସ୍ବୀକୃତି ପ୍ରଦାନ କରିବ। ସେହିଭଳି ନିୟମିତ ଜଳର ପର୍ଯ୍ୟବେକ୍ଷଣ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଜଳ ପରିଚାଳନା କ୍ଷେତ୍ରରେ ଅନ୍ୟତମ ଉଲ୍ଲେଖନୀୟ ସଫଳତା ଭାବେ ବେଦାନ୍ତ ଲାଞ୍ଜିଗଡ଼ ଏହାର ସ୍ପେସିଫିକ ୱାଟର କଞ୍ଜପସନକୁ ୨୦୧୫-୧୬ ଆର୍ଥିକ ବର୍ଷର ଟନ ପ୍ରତି ୩.୦୩ ଏମ ଥ୍ରି ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଟନ ପ୍ରତି ୧.୯୬ ଏମ ଥ୍ରି କୁ ହ୍ରାସ କରିପାରିଛି। ରେନ୍‌ ୱାଟର ହାରଭେଷ୍ଟିଂ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି I ଏହି ଅବସରରେ ବେଦାନ୍ତ ଲାଞ୍ଜିଗଡ଼ର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି,ବେଦାନ୍ତ ଲାଞ୍ଜିଗଡ଼ରେ ସମସ୍ତ କାର୍ଯ୍ୟ ଓ ପ୍ରକ୍ରିୟାରେ ‘ସାଧନର ମିତବ୍ୟୟିତା,ପୁନଃ ବ୍ୟବହାର ଓ ପୁନଃ ଚକ୍ରଣ’ ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri