ବୋଝେଇହେଲା କ୍ରୋମାଇଟ୍‌, ବାହାରିଲା ମାଟି

ପାରାଦୀପ,୧୨।୨(ଶରତ ରାଉତ):ଖଣିଜ ସମ୍ପଦ ଚୋରା କାରବାର ଦିନକୁ ଦିନ ବଢ଼ିଚାଲିଛି। ଏହାର ଏକ ବଡ଼ ଉଦାହରଣ ମଙ୍ଗଳବାର ପାରାଦୀପରେ ଦେଖିବାକୁ ମିଳିଛି। ସୁକିନ୍ଦା କାଳିଆପାଣି ଖଣିରୁ କ୍ରୋମାଇଟ ବୋଝେଇ କରି ଆସିଥିବା ୪ଟି ଟ୍ରକରୁ ପଣ୍ୟ ଗାଏବ ହୋଇଯାଇଛି। ସେଥିରେ ମାଟି ରହିଛି। ଏହାକୁ ପୋଲିସ ଧରିବା ପରେ ଟ୍ରକଚାଳକମାନେ ଗାଡ଼ି ଛାଡି ଫେରାର ହୋଇଯାଇଛନ୍ତି। ସାରେ ପୋଲିସ ଗାଡ଼ିଗୁଡିକୁ ଅଠରବାଙ୍କୀ ଟର୍ମିନାଲ ଛକରୁ ଆଣି ପାରାଦୀପ ଆଦର୍ଶଥାନା ଆଗରେ ରଖି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନ ଥିଲା। ପାରାଦୀପ ଆଦର୍ଶ ଥାନାଧିକାରୀ କାବୁଲି ବାରିକଙ୍କ ସୂଚନା ଅନୁଯାୟୀ, ଏକ ବିଶେଷ ସୂତ୍ରରୁ ଖବରପାଇ ପୋଲିସ ପକ୍ଷରୁ ଉକ୍ତଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ୪ଟି ୬ ଚକିଆ ଟ୍ରକରେ ମାଟି ବୋଝେଇ ହୋଇଛି। ଏହି ମାଟି ଉପରେ କ୍ରୋମାଇଟ ଛିଞ୍ଚାଯାଇଛି। ଏହା ଜାଣିବା ପରେ ଯୋଡ଼ା ମାଇନ୍ସ ଡିପାର୍ଟମେଣ୍ଟକୁ ଖବର ଦେଇଛୁ। ସେମାନେ ଆସି ଯାଞ୍ଚ କରି ରିପୋର୍ଟ ଦେବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାରିକ କହିଛନ୍ତି।
ଉକ୍ତ କ୍ରୋମାଇଟ ଚାଲାଣ ପଛରେ ଏକ କମ୍ପାନୀ ଓ ଢେଙ୍କାନାଳ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ଲୋକ ଥିବା ଚର୍ଚ୍ଚା ହେଉଛି। ସମ୍ପୃକ୍ତ କମ୍ପାନୀ ଜରିଆରେ ଏହା ସୁକିନ୍ଦା କାଳିଆପାଣି ଖଣିରୁ ଉତ୍ତୋଳନ ହୋଇ ଟ୍ରକ ଯୋଗେ ପାରାଦୀପ ବନ୍ଦର ଆସୁଥିଲା। ବନ୍ଦର ମଧ୍ୟରେ ଥିବା ଘରୋଇ କମ୍ପାନୀ ଏହି କ୍ରୋମାଇଟକୁ ବିଦେଶକୁ ରପ୍ତାନି କରିଥାନ୍ତା। କାଳିଆପାଣି ଖଣିରୁ ଟ୍ରକ୍‌ଗୁଡ଼ିକ ବାହାରିବା ପରେ ଚଣ୍ଡିଖୋଲ ଦେଇ ପାରାଦୀପ ଆସିଥାନ୍ତା। କିନ୍ତୁ ଚଣ୍ଡିଖୋଲଠାରୁ ଜାରକା ଆଡେ ଯାଇଥିଲା। ଏକ ହୋଟେଲ ପାଖରେ ୧୦ରୁ ଅଧିକ କ୍ରୋମାଇଟ ଟ୍ରକ୍‌ ଅଟକି ଥିଲା। ସେଠାରୁ ଯାଇ ଓଜନକଣ୍ଟା ପାଖରେ କ୍ରୋମାଇଟ ଖଲାସ କରାଯାଇଥିଲା। ପ୍ରାୟ ସବୁ ଟ୍ରକ୍‌ରେ ୧୧ ଟନ୍‌ ଲେଖାଏ କ୍ରୋମାଇଟ ରହିଥିଲା। ଖଲାସ ପରେ ଟ୍ରକ୍‌ରେ ପ୍ରାୟ ୯ରୁ ୧୦ ଟନ ମାଟି ବୋଝେଇ କରାଯାଇଥିଲା। ଉପରିଭାଗରେ ୧ରୁ ୨ ଟନ କ୍ରୋମାଇଟ ବୋଝେଇ କରାଯାଇଥିଲା। ପାରାଦୀପ ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ଅଠରବାଙ୍କୀ ଟର୍ମିନାଲ ଛକରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri