ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବଡଦିନ ଉତ୍ସବ ଏବଂ ନୂଆବର୍ଷ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ୍ ଭୋସଲେଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଥାନା ଅଧିକାରୀ ସମ୍ବିତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏପରିକି ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି। ଆଇନ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ଟାଉନକୁ ଛୋଟଛୋଟ ସେକ୍ଟର ଏବଂ କ୍ଲଷ୍ଟରରେ ବିଭକ୍ତ କରାଯାଇ। ପ୍ରତ୍ୟେକ ସେକ୍ଟରରେ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି l
ପାଟ୍ରୋଲିଂ ବ୍ୟବସ୍ଥା ସମେତ ସମ୍ପୃକ୍ତ ସେକ୍ଟରରେ କଡା ନଜର ରଖିବା ପାଇଁ ଏସ୍ଡିପିଓ ଉପଖଣ୍ଡସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଡଦିନ ଯେତିକି ପାଖେଇ ଆସୁଛି ହାଟ, ବଜାରରେ ଭିଡ ଦେଖିବାରେ ମିଳୁଛି।


