Posted inଖେଳ

ଚୋପ୍ରାଙ୍କ ପ୍ରଭାବ: ଟପ୍‌ ୬ରେ ୩ ଭାରତୀୟ

ନୂଆଦିଲ୍ଲୀ, ୨୯ା୮ (ପି.ଟି.):ନୀରଜ ଚୋପ୍ରାଙ୍କ ଦ୍ୱାରା ଅନୁପ୍ରାଣିତ ଦେଶରେ ଜାଭେଲିନ ବିପ୍ଳବ ଠିକଣା ଦିଗରେ ଗତିକଲା ଭଳି ମନେ ହେଉଛି। ଟୁର୍ନାମେଣ୍ଟ ଇତିହାସରେ ବିଶ୍ୱଚାମ୍ପିୟନଶିପ୍‌ ଫାଇନାଲର ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ୩ ଭାରତୀୟ ସ୍ଥାନ ପାଇଥିବାରୁ ଏହା ସୂଚୀତ ହେଉଛି। ଜାଭେଲିନ୍‌ର ଅନ୍ୟତମ ପାଓ୍ବାରହାଉସ୍‌ ହେଉଛି ଜର୍ମାନୀ। ୧୯୮୩ରୁ ବିଶ୍ୱ ଚାମ୍ପିୟନଶିପ୍‌୧୯୯୫, ୨୦୦୩, ୨୦୧୫, ୨୦୧୭ରେ ୪ଥର ଏହି ଦେଶର ୩ଜଣ ଟପ୍‌-୮ରେ ରହିପାରିଛନ୍ତି। ହେଲେ କେବେ ଫାଇନାଲରେ ଶ୍ରେଷ୍ଠ ୬ରେ କୌଣସି ଦେଶର ୩ଜଣ ସ୍ଥାନ ପାଇବା ଏହା ପ୍ରଥମ ଦୃଷ୍ଟାନ୍ତ। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଚୋପ୍ରା ରବିବାର ବୁଦାପେଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ କିଶୋର ଜେନା ଓ ଡି.ପି. ମନୁ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ରହିଥିଲେ। ଜେନା ଓ ମନୁ ବିଶ୍ୱଚାମ୍ପିୟନଶିପ୍‌ରେ ପ୍ରଥମ ଥର ଭାଗ ନେଇଥିବା ବେଳେ ଚୋପ୍ରା ୨୦୨୨ ସଂସ୍କରଣରେ ରୌପ୍ୟ ପଦକ ଲାଭ କରିଥିଲେ। ପ୍ରକୃତରେ ଭାରତର ୪ଜଣ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଡାଇମଣ୍ଡ ଲିଗ୍‌ ଚାମ୍ପିୟନ ଭାବେ ଚୋପ୍ରା ଓ୍ବାଇଲ୍ଡ କାର୍ଡ ପାଇଥିଲେ। ଅନ୍ୟତମ ଭାରତୀୟ ରୋହିତ ଯାଦବଙ୍କୁ କହୁଣୀରେ ଅସ୍ତ୍ରୋପଚାର ଯୋଗୁ ସେ ଚାମ୍ପିୟନଶିପ୍‌ରୁ ଓହରିଯାଇଥିଲେ। ଅତୀତରେ କେବଳ ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିିକା ଓ ଫିନ୍‌ଲାଣ୍ଡ ଭଳି ଦେଶର ୩ଜଣ ଲେଖାଏଁ ଆଥଲେଟ ଫାଇନାଲରେ ପ୍ରବେଶ କରିଥିବା ଦୃଷ୍ଟାନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri