ଆକ୍ସନ ମୋଡ଼ରେ ଚିତ୍ରକୋଣ୍ଡା ତହସିଲଦାର, ଆଇନ ବିରୋଧି କାର୍ଯ୍ୟ କରି ଲକ୍ଷାଧିକ ଟଙ୍କାର ତଣ୍ଡ ଗଣିଲେ ଜମି ମାଫିଆ

କୋରୁକୋଣ୍ଡା ୨୭।୦୬(ଅବିନାଶ ବେହେରା)ଜଙ୍ଗଲ କଡ଼ରେ ଥିବା ସରକାରୀ ଜମିରେ ଜେସିବି ମେସିନ ଲଗାଇ ରାତାରାତି ବେଆଇନ ଭାବେ ପୋଖରୀ ଖନନ କଲେ ଅସାଧୁ ବ୍ୟକ୍ତି। ଖବର ଶୁଣି ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ତହସିଲଦାର। ଆଜି ଏପରି ଏକ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମବେଡା ରାଜସ୍ବ ବିଭାଗ ଅନ୍ତର୍ଗତ ଏମଭି-୩୫ଗ୍ରାମରେ ଦେଖିବାକୁ ମିଳିଛି। ତେବେ ମିଳିଥିବା ସୂଚନାନୁଯାୟୀ ଏମଭି-୩୫ ଗ୍ରାମର ସତ୍ୟ ବିଶ୍ୱାସଙ୍କ ପୁଅ ମାଣିକ ବିଶ୍ୱାସ ପୂର୍ବରୁ ଜଙ୍ଗଲ ଜମି କଡେ ଏକ ଘର ତିଆରି କରିଥିଲେ ପରେ ସେଠାରେ ପୋଖରୀ ଖନନ କରିବା ନିମନ୍ତେ ପ୍ରୟାସ କରିଥିଲେ। ତେବେ ଏହି ଖବର ଶୁଣିବା ମାତ୍ରେ ରାଜସ୍ବ ନିରୀକ୍ଷକ ଆସି ଏପରି ଆଇନ ବିରୋଧୀ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ତଥାପି ଉକ୍ତ ଅସାଧୁ ବ୍ୟକ୍ତି ଜଣକ ରାଜସ୍ବ ନିରୀକ୍ଷକଙ୍କ କଥା ନ ଶୁଣି ନିଜ ମନ ମୁତାବକ ଏକ ବୃହତ ଅଞ୍ଚଳରେ ଜେସିବି ମେସିନ ଲଗାଇ ରାତାରାତି ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ସକାଳୁ ପୁଣି ଖବର ପାଇ ପ୍ରଥମେ କାମବେଡା ରାଜସ୍ବ ନିରୀକ୍ଷକ ବିଭୁଦତ୍ତ ଗୌଡ଼ ପହଞ୍ଚିଥିଲେ। ପରେ ଉକ୍ତ ଅଞ୍ଚଳ ବନ ବିଭାଗର ବନରକ୍ଷୀ ସୁବ୍ରତ ପରିଡା ମଧ୍ୟ ପହଞ୍ଚିଥିଲେ। ତେବେ ବନ ବିଭାଗର ଅନୁମତି ନ ନେଇ ବୃହତକାୟ ବୃକ୍ଷ ଗୁଡିକ ମାଟିରେ ମିଶାଇ ଦେଇଥିବା ହେତୁ ସେ ମାଣିକଙ୍କ ପିତା ସତ୍ୟ ବିଶ୍ୱାସଙ୍କ ଉପରେ ବହୁତ ବିରକ୍ତି ପ୍ରକାଶ କରିଥିଲେ। ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଏବଂ ଓରକେଲ ଥାନାର ଏକ ଟିମ ପହଞ୍ଚି ଆକ୍ସନ ମୋଡ଼ରେ ଜେସିବିକୁ ଜବତ କରାଇବା ସହ ମାଣିକ ବିଶ୍ୱାସ ନାମରେ ଏକ ଲକ୍ଷ ଟଙ୍କାର ଚାଲାଣ କାଟିଥିଲେ। ଓରକେଲ ଥାନାଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ଉକ୍ତ ଜେସିବି ମେସିନଟିକୁ ଜବତ କରି ଥାନାକୁ ନିଆଯାଇଥିଲା। ପୂର୍ବରୁ ଏହି ଅଞ୍ଚଳ ଗୁଡିକରେ ସରକାରୀ ଜାଗା ଏବଂ ଜଙ୍ଗଲ ଜମି ଗୁଡିକୁ ହଡପ କରି ଯେଉଁକିଛି ଅସାଧୁ ବ୍ୟକ୍ତିମାନେ ଏପରି ଆଇନ ବିରୋଧୀ କାର୍ଯ୍ୟ କରିଛନ୍ତି ଆଜି ଏପରି ଘଟଣା ଘଟିବା ଦ୍ୱାରା ସେମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏପରି ଅସାଧୁ ଜାଗା ମାଫିଆଙ୍କ ଉପରେ ଏହିପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri