ଚିରଞ୍ଜୀବଙ୍କ ନିଲମ୍ବନ: ଯୁବ କଂଗ୍ରେସର ପ୍ରତିବାଦ

ଜଗତ୍‌ସିଂହପୁର ଅଫିସ,୧୬।୭ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ କଂଗ୍ରେସରୁ ନିଲମ୍ବନ କରାଯିବା ପରେ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏହି ନିଷ୍ପତ୍ତି ବିରୋଧରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ସମେତ ଏକାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଥାନା ଛକରେ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ କଡ଼ା ଟିପ୍ପଣୀ ଦେଇଛନ୍ତି। ସେମାନେ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିବା ସହ ବ୍ୟାନର ପୋଡ଼ିଛନ୍ତି। ଏହି ବିକ୍ଷୋଭରେ  ଜଗତ୍‌ସିଂହପୁର ବ୍ଲକ ସଭାପତି ଅଦ୍ୱୈତ ଜେନା, ପାରିଷଦ ସୁବାସ ସାହୁ, ଡୁଲୁ ପରିଜା, ଜଗଦାନନ୍ଦ ବେହେରା, ମଣ୍ଡାସାହି ସରପଞ୍ଚ ଅଶୋକ ଭୋଇ, ଯଁକୋଟି ସରପଞ୍ଚ ଭାଗତ ତରେନିଆ, କାଦୁଆପଡା ସରପଞ୍ଚ ପ୍ରମୋଦ ସାହୁ, ବଳରାମପୁର ସରପଞ୍ଚ ଅଞ୍ଜନ ସାମଲ, ଯୁବ ନେତା ସ୍ବସ୍ତି ପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପଟେ ଜଗତ୍‌ସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ କହିଛନ୍ତି, ତାଙ୍କ ରାଜନୈତିକ ଜୀବନରେ ଚିରଞ୍ଜୀବଙ୍କ ଭୂମିକା ଯଥେଷ୍ଟ। ତେଣୁ ବ୍ୟକ୍ତିଗତ ଭାବେ ଚିରଞ୍ଜୀବଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। କିନ୍ତୁ ଦଳର ଶୃଙ୍ଖଳା ଭିତରେ ପ୍ରତ୍ୟେକେ ରହିବା ଜରୁରୀ। ବ୍ୟକ୍ତି ନୁହେଁ, ଦଳ ବଡ। ଦଳର ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦେବା କଥା। କାରଣ ଦଳ ଯାହା ନିଷ୍ପତ୍ତି ନେଇଛି ତାହା ବହୁ ବୁଝି ବିଚାରି ନେଇଥିବ। ଚିରଞ୍ଜୀବଙ୍କୁ ଦଳ ବହିଷ୍କାର କରିନାହିଁ। ତେଣୁ ପ୍ରତିବାଦ ନ କରି ଦେଖା ଦେଇଥିବା ସମସ୍ୟାର ସମାଧାନ କରିବା ଉଚିତ। ପିସିସି ସଭାପତିଙ୍କ ବ୍ୟାନର ପୋଡିବା ଦୁର୍ଭାଗ୍ୟଜନକ କଥା।  ଯେଉଁମାନେ ଦଳ ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି ସେମାନେ ଚିରଞ୍ଜୀବଙ୍କ ନିଲମ୍ବନ କିପରି ଉଠିବ ସେ ବିଷୟରେ ଚିନ୍ତା କରିବା କଥା। ଆଗାମୀ ନିର୍ବାଚନରେ ଚିରଞ୍ଜୀବ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୁଅନ୍ତୁ ବୋଲି ପ୍ରତ୍ୟେକେ ଚାହୁଁଛନ୍ତି। କିନ୍ତୁ ମହମ୍ମଦ ମୋକିମଙ୍କ ପରି ଦ୍ୱନ୍ଦ୍ୱ ଉପରୁ ପରଦା ହଟାନ୍ତୁ ବୋଲି ଚୌଧୁରୀ କହିଛନ୍ତି।
ଚିରଞ୍ଜୀବ ରାଜ୍ୟ କଂଗ୍ରେସର ଜଣେ ଆଗଧାଡିର ନେତା ଭାବେ ପରିଚିତ। ୨୦୧୯ ସାଧାରଣ ନିର୍ବାଚନରେ ଚିରଞ୍ଜୀବଙ୍କ ପରାଜୟ ପରେ ସେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ଦୂରତ୍ୱ ଅବଲମ୍ବନ କରୁଛନ୍ତି। କାଁ ଭାଁ ଆସିବା ପ୍ରସଙ୍ଗକୁ ନେଇ ରାଜନୈତିକ ଶିବିରରେ ଚର୍ଚ୍ଚା ଜୋର ଧରୁଛି। ବଡ କଥା ହେଲା ନିକଟରେ ଜିଲା କଂଗ୍ରେସ ପରିବର୍ଦ୍ଧିତ କମିଟି ବୈଠକରେ ଚିରଞ୍ଜୀବଙ୍କ ଅନୁପସ୍ଥିତି ଅନେକ ନେତା ଓ କର୍ମୀଙ୍କୁ ଆଘାତ ଦେଇଥିଲା। କେତେଜଣ ନେତା ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ କହିଥିଲେ, ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନେ ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରିବା ପରିବର୍ତ୍ତେ ଦୂରେଇ ରହୁଛନ୍ତି। କର୍ମୀ ଚାହିଁଲେ କେତେ ନେତା ବାହାରିବେ। ତେଣୁ କଂଗ୍ରେସ ପାଇଁ ନେତାଙ୍କ ଅଭାବ ରହିବ ନାହିଁ। ଯେଉଁମାନଙ୍କୁ କର୍ମୀମାନେ ନେତା କରିଥିଲେ ସେମାନେ ନିରାଶ କରୁଛନ୍ତି। ଏହି ନେତାମାନଙ୍କ କାର୍ଯ୍ୟକଳାପ ପ୍ରକାରାନ୍ତରେ କଂଗ୍ରେସ କର୍ମୀ ଓ ନେତାଙ୍କୁ ସଙ୍କୁଚିତ ପାଇଁ ଷଡ଼ଯନ୍ତ୍ର ବୋଲି ସେତେବେଳେ ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ  ଚିରଞ୍ଜୀବ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଏ ପରିସ୍ଥିତିରେ ଦଳର ମଙ୍ଗ କିଏ ଧରିବେ ତାକୁ ନେଇ ଦଳୀୟ ନେତା ଓ କର୍ମୀ ମହଲରେ ମାନସମନ୍ଥନ ଆରମ୍ଭ ହୋଇଥିଲା। ନିକଟରେ ଭୁବନେଶ୍ୱର ଜୟଦେବ ଭବନରେ ‘ଜାନକୀ-ବସନ୍ତ ଯୋଡି ଓଡ଼ିଶା ରାଜନୀତିର ସ୍ବର୍ଣ୍ଣିମ ଯୁଗ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଚିରଞ୍ଜୀବ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା। ଏନେଇ ଚିରଞ୍ଜୀବଙ୍କୁ ପିସିସି ସଭାପତି ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାର ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଏଆଇସିସିକୁ ଲିଖିତ ଭାବେ ଅବଗତ କରିଥିଲେ। ତା’ପରେ ଏଆଇସିସି ଶୃଙ୍ଖଳା କମିଟି ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri