ଚିପ୍ସ ପ୍ୟାକେଟ ହେଲା କାଳ: ଚାଲିଗଲା ୬ ବର୍ଷ ଶିଶୁର ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

ଖୋର୍ଦ୍ଧା,୧୬।୧(ପ୍ରଭାତ ପାଣିଗ୍ରାହୀ): ଚିପ୍ସରେ ଥିବା ଗିଫ୍ଟ ବେଲୁନ ନେଲା ୬ ବର୍ଷ ଶିଶୁର ଜୀବନ। ଏହି ଘଟଣା ବେଗୁନିଆ ଥାନା ଅନ୍ତର୍ଗତ ନିଧିପୁର ଗ୍ରାମରେ ଘଟିଛି । ଏହି ଗ୍ରାମର ଅଭୟ ପାଇକରାୟଙ୍କ ଗୋଟିଏ ବୋଲି ପୁଅ ତାପସ। ଗାଁ ସ୍କୁଲ ଶିଶୁ ବାଟିକାରେ ପଢୁଥିଲେ। ଗତ ସୋମବାର ସ୍କୁଲ, ଟ୍ୟୁସନ ସାରି ଘରକୁ ଫେରିଥିଲେ। ଘରେ ଥିବା ଏକ ବେନାମୀ କମ୍ପାନୀ ଚିପ୍ସ ଖାଇବା ବେଳେ ସେଥିରେ ଥିବା ଗିଫ୍ଟ(ଫ୍ରି କୁପନ) ବେଲୁନ ଫୁଙ୍କିବା ବେଳେ ହଠାତ ତଣ୍ଟି ଭିତରକୁ ଚାଲି ଯାଇଥିଲା। ଫଳରେ ଶ୍ୱାସ ରୁଦ୍ଧ ହୋଇ ଅଣ ନିଶ୍ୱାସୀ ହୋଇ ପଡିଥିଲେ। ପରିବାର ଲୋକେ ପ୍ରଥମ ବୋତଲମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମେଡିକାଲ ନେଇଯାଇଥିଲେ। ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗତ କିଛି ଦିନ ତଳେ ବଲାଙ୍ଗୀରରେ ମଧ୍ୟ ଏକ ଚିପ୍ସ ପ୍ୟାକେଟରେ ମିଳୁଥିବା ଗିଫ୍ଟ ଫାଟି ଶିଶୁର ଆଖି ନଷ୍ଟ ହୋଇଯାଇଥିଲା।

 

Dharitri – The Largest & Most Trusted Odia Daily