ଚାଇନା ଟେଲିକମ୍‌ ଯନ୍ତ୍ରାଂଶ ଉପରେ କଟକଣା ଲାଗିପାରେ

ନୂଆଦିଲ୍ଲୀ: ଗଲ୍‌ଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଚାଇନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ଦିଗରେ ସରକାର ପୁଣି ଥରେ ନୂଆ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଯାଉଛନ୍ତି। ଚଳିତ ଥର ଟେଲିକମ୍‌ ଯନ୍ତ୍ରାଂଶ ଆମଦାନୀ ଉପରେ ସରକାର ନଜର ରଖିଛନ୍ତି। ଭାରତକୁ ଟେଲିକମ ଯନ୍ତ୍ରାଂଶ ଯୋଗାଉଥିବା ଦେଶଗୁଡିକର ଏକ ତାଲିକା ସରକାର ପ୍ରସ୍ତୁତ କରିବେ। କେବଳ ବିଶ୍ୱସ୍ତ ଭେଣ୍ଡରଙ୍କଠାରୁ ଏଭଳି ଯନ୍ତ୍ରାଂଶ କ୍ରୟ କରାଯିବାକୁ ସରକାର ଯୋଜନା ରଖିଥିବା ଜଣାପଡିଛି। ଏହା ହେଲେ ସରକାର ଚାଇନାରୁ ଆସୁଥିବା ଟେଲିକମ୍‌ ଯନ୍ତ୍ରାଂଶକୁ ଆମଦାନୀକୁ କମାଇବା ଦିଗରେ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି।
ଟେଲିକମ୍‌ କ୍ଷେତ୍ର ଲାଗି ଜାତୀୟ ସୁରକ୍ଷା ମାର୍ଗଦର୍ଶିକାକୁ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଛି। ଯୋଗାଣ ଚେନ୍‌ରେ ନିରାପତ୍ତାକୁ ବ୍ୟବସ୍ଥିତ କରିବା ଲାଗି ସରକାର ବିଶ୍ୱସ୍ତ ସୂତ୍ରରୁ ଟେଲିକମ୍‌ ଯନ୍ତ୍ରାଂଶ କ୍ରୟ କରିବାକୁ ପଦକ୍ଷେପ ନେବେ। ଦେଶ ମଧ୍ୟକୁ ଉନ୍ନତ ପ୍ରଡକ୍ଟ ଆସିଲେ ଏହା ଟେଲିକମ୍‌ ସେବା ଯୋଗାଣକାରୀଙ୍କ ଲାଗି ଲାଭକାରୀ ହୋଇପାରିବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ନୂଆ ପଦକ୍ଷେପ ମୁତାବକ କେବଳ ବିଶ୍ୱସ୍ତ ସୂତ୍ରରୁ ହିଁ କମ୍ପାନୀଗୁଡିକ ଟେଲିକମ୍‌ ଯନ୍ତ୍ରାଂଶ କ୍ରୟ କରିବାକୁ ଅନୁମତି ଲାଭ କରିବେ।
ଦେଶର ଟେଲିକମ୍‌ ନେଟ୍‌ଓ୍ବର୍କରେ କେଉଁ କମ୍ପାନୀଗୁଡିକର ଯନ୍ତ୍ରାଂଶ ଲାଗିବ ସେ ନେଇ ଏକ ତାଲିକା ସରକାର ପ୍ରସ୍ତୁତ କରିବେ। ଜାତୀୟ ନିରାପତ୍ତା ଉପପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଡକ୍ଟ ଏବଂ ସୋର୍ସକୁ ମଞ୍ଜୁରୀ ଦେବ। ଏହି କମିଟିରେ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସମେତ ସ୍ବାଧୀନ ଏବଂ ଶିଳ୍ପର କ୍ଷେତ୍ର ପ୍ରତିନିଧି ସଦସ୍ୟ ରହିବେ। ଏହି କମିଟିକୁ ଟେଲିକମ୍‌ ସଂକ୍ରାନ୍ତ ଜାତୀୟ ନିରାପତ୍ତା କମିଟି କୁହାଯିବ ବୋଲି ପ୍ରସାଦ କହିଛନ୍ତି। ସୂଚନାଯୋଗ୍ୟ, ସରକାର ଚାଇନା ମୋବାଇଲ ଆପ୍ଲିକେଶନ ଉପରେ କଟକଣା ଲଗାଇବା ସହ ଏଗୁଡିକୁ ଭାରତରୁ ବ୍ୟାନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?