ଚାଇନା ଟେଲିକମ୍‌ ଯନ୍ତ୍ରାଂଶ ଉପରେ କଟକଣା ଲାଗିପାରେ

ନୂଆଦିଲ୍ଲୀ: ଗଲ୍‌ଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଚାଇନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ଦିଗରେ ସରକାର ପୁଣି ଥରେ ନୂଆ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଯାଉଛନ୍ତି। ଚଳିତ ଥର ଟେଲିକମ୍‌ ଯନ୍ତ୍ରାଂଶ ଆମଦାନୀ ଉପରେ ସରକାର ନଜର ରଖିଛନ୍ତି। ଭାରତକୁ ଟେଲିକମ ଯନ୍ତ୍ରାଂଶ ଯୋଗାଉଥିବା ଦେଶଗୁଡିକର ଏକ ତାଲିକା ସରକାର ପ୍ରସ୍ତୁତ କରିବେ। କେବଳ ବିଶ୍ୱସ୍ତ ଭେଣ୍ଡରଙ୍କଠାରୁ ଏଭଳି ଯନ୍ତ୍ରାଂଶ କ୍ରୟ କରାଯିବାକୁ ସରକାର ଯୋଜନା ରଖିଥିବା ଜଣାପଡିଛି। ଏହା ହେଲେ ସରକାର ଚାଇନାରୁ ଆସୁଥିବା ଟେଲିକମ୍‌ ଯନ୍ତ୍ରାଂଶକୁ ଆମଦାନୀକୁ କମାଇବା ଦିଗରେ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି।
ଟେଲିକମ୍‌ କ୍ଷେତ୍ର ଲାଗି ଜାତୀୟ ସୁରକ୍ଷା ମାର୍ଗଦର୍ଶିକାକୁ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଛି। ଯୋଗାଣ ଚେନ୍‌ରେ ନିରାପତ୍ତାକୁ ବ୍ୟବସ୍ଥିତ କରିବା ଲାଗି ସରକାର ବିଶ୍ୱସ୍ତ ସୂତ୍ରରୁ ଟେଲିକମ୍‌ ଯନ୍ତ୍ରାଂଶ କ୍ରୟ କରିବାକୁ ପଦକ୍ଷେପ ନେବେ। ଦେଶ ମଧ୍ୟକୁ ଉନ୍ନତ ପ୍ରଡକ୍ଟ ଆସିଲେ ଏହା ଟେଲିକମ୍‌ ସେବା ଯୋଗାଣକାରୀଙ୍କ ଲାଗି ଲାଭକାରୀ ହୋଇପାରିବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ନୂଆ ପଦକ୍ଷେପ ମୁତାବକ କେବଳ ବିଶ୍ୱସ୍ତ ସୂତ୍ରରୁ ହିଁ କମ୍ପାନୀଗୁଡିକ ଟେଲିକମ୍‌ ଯନ୍ତ୍ରାଂଶ କ୍ରୟ କରିବାକୁ ଅନୁମତି ଲାଭ କରିବେ।
ଦେଶର ଟେଲିକମ୍‌ ନେଟ୍‌ଓ୍ବର୍କରେ କେଉଁ କମ୍ପାନୀଗୁଡିକର ଯନ୍ତ୍ରାଂଶ ଲାଗିବ ସେ ନେଇ ଏକ ତାଲିକା ସରକାର ପ୍ରସ୍ତୁତ କରିବେ। ଜାତୀୟ ନିରାପତ୍ତା ଉପପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଡକ୍ଟ ଏବଂ ସୋର୍ସକୁ ମଞ୍ଜୁରୀ ଦେବ। ଏହି କମିଟିରେ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସମେତ ସ୍ବାଧୀନ ଏବଂ ଶିଳ୍ପର କ୍ଷେତ୍ର ପ୍ରତିନିଧି ସଦସ୍ୟ ରହିବେ। ଏହି କମିଟିକୁ ଟେଲିକମ୍‌ ସଂକ୍ରାନ୍ତ ଜାତୀୟ ନିରାପତ୍ତା କମିଟି କୁହାଯିବ ବୋଲି ପ୍ରସାଦ କହିଛନ୍ତି। ସୂଚନାଯୋଗ୍ୟ, ସରକାର ଚାଇନା ମୋବାଇଲ ଆପ୍ଲିକେଶନ ଉପରେ କଟକଣା ଲଗାଇବା ସହ ଏଗୁଡିକୁ ଭାରତରୁ ବ୍ୟାନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରତ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୫।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା...

କ୍ରସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୫।୧୨: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କ୍ରସ୍‌ ଲିମିଟେଡ୍‌ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷକରି...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)...

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ...

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ...

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି।...

ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...

କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ରାଭେନ୍ଦ୍ରନ୍

ମୁମ୍ବାଇ,୪ା୧୨: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri