ଭାରତରେ ୯୦୦୦କୋଟି ଟଙ୍କା ଟିକସ ଫାଙ୍କିଛନ୍ତି ଚାଇନା ମୋବାଇଲ ଫୋନ କମ୍ପାନୀ

ନୂଆଦିଲ୍ଲୀ,୨୨।୭: ଚାଇନା ମୋବାଇଲ ଫୋନ ନିର୍ମାତା ଏକ ବଡ ରକମର ଟଙ୍କା ଭାରତରେ ଫାଙ୍କିଛନ୍ତି। କମ୍ପାନୀଗୁଡିକ କଷ୍ଟମ ଡ୍ୟୁଟି ଏବଂ ଜିଏସ୍ଟି ଆକାରରେ ଭାରତ ସରକାରଙ୍କୁ ୯,୦୦୦ କୋଟି ଟଙ୍କା ଟିକସ ଦେଇ ନାହାନ୍ତିି। କମ୍ପାନୀ ଠାରୁ ସରକାର କେବଳ ୧,୬୨୯ କୋଟି ଟଙ୍କା ବସୁଲ କରିଛନ୍ତି। ଭାରତର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ୨୦୧୭-୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପରିସଂଖ୍ୟାନ ଆଧାରରେ ଏହି ସୂଚନା ଦେଇଛନ୍ତି। ଚାଇନାର ମୋବାଇଲ କମ୍ପାନୀ ପକ୍ଷରୁ ଭାରତରେ ପୁଞ୍ଜି ବିନିଯୋଗ, ନିଯୁକ୍ତି ଏବଂ ଟିକସ ସହ ଜଡିତ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଚନ୍ଦ୍ରଶେଖର କହିଛନ୍ତି ଯେ, ଓପୋ କମ୍ପାନୀ ସର୍ବାଧିକ ୫,୦୮୬ କୋଟି ଟିକସ ପୈଠ କରିନାହିଁ। ଏଥିରେ ୪,୪୦୩ କୋଟି କଷ୍ଟମ ଡ୍ୟୁଟି ଏବଂ ୬୮୩ କୋଟି ଜିଏସ୍ଟି ଅନ୍ତର୍ଭୁକ୍ତ। ଭିଭୋ କମ୍ପାନୀ ୨,୯୨୩.୨୫ କୋଟି ଏବଂ ସାଓମି ୮୫୧.୧୪ କୋଟି ଟଙ୍କା ଟିକସ ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା Mettle Meet 2026 ମହାକୁମ୍ଭ

ଭୁବନେଶ୍ୱର, ୮।୮: ୨୦୨୬ ‘ମେଟଲ ମିଟ୍‌’ ପ୍ରିଲିମ୍ସ ଆଜିଠାରୁ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୋଷ୍ଟ ମେଟଲ ମଟ୍‌ର ଜୁନିୟର ବର୍ଗ ଏକତ୍ରିତ ହେଉଥିବାବେଳେ ପ୍ରଥମ ଲଢ଼େଇ ନିକଟବର୍ତ୍ତୀ…

Mettle Meet 2026: ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ସକାଳ ୮.୩୦ରୁ ଏହି କୁଇଜ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ଭାଜପା-ଏସ୍‌ଏଡି ମେଣ୍ଟ ଚର୍ଚ୍ଚା

ନୂଆଦିଲ୍ଲୀ,୮ା୮: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମୁଖ୍ୟ ସୁଖବୀର ସିଂ ବାଦଲ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବାରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ…

ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri