Posted inଜାତୀୟ

ଭାରତର ଆକାଶ ସୀମାରେ ଅନୁପ୍ରବେଶ ଜାରି ରଖିଛି ଚାଇନା ବିମାନ…

ନୂଆଦିଲ୍ଲୀ,୧୩।୧୨ : ଡିସେମ୍ବର ୯ ରେ ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପୁଣିଥରେ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇଛି। ତେବେ କୁହାଯାଉଛି ଯେ ଚାଇନ ଲଗାତାର ଦୀର୍ଘ ଦିନ ଧରି ଭାରତରଆକାଶ ମାର୍ଗ ସୀମାରେନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସର୍ବଶେଷ ସୂଚନା ଅନୁଯାୟୀ, ଗତ ଦୁଇ-ତିନି ସପ୍ତାହ ମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲଏସି) କୁ ଅନେକ ଥର ଡ୍ରୋନ ପଠାଇଛି। ଏଗୁଡିକ ମାଧ୍ୟମରେ ଚାଇନା ଭାରତୀୟ ଆକାଶ ସୀମାକୁ ଉଲ୍ଲଂଘନ କରିବାକୁ ଚେଷ୍ଟା ଜାରି ରଖିଛି।

ଖବର ଅନୁଯାୟୀ ଚାଇନାର ଏହି କାର୍ଯ୍ୟର ଜବାବ ଦେବା ପାଇଁ ଭାରତକୁ ଅନେକ ଥର ଏହି ଅଞ୍ଚଳରେ ଯୁଦ୍ଧ ବିମାନକୁ ନିୟୋଜିତବାକୁ ପଡିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ଗତ କିଛି ସପ୍ତାହ ମଧ୍ୟରେ ଏଭଳି ଦୁଇ-ତିନିଥର ଘଟିଥିଲା, ଯେତେବେଳେ ବାୟୁସେନାକୁ ଏଲଏସିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଡ୍ରୋନଗୁଡ଼ିକୁ ଘଉଡ଼ାଇବା ପାଇଁ ଯୁଦ୍ଧ ବିମାନ ବ୍ୟବହାର କରିବାକୁ ପଡିଥିଲା। ଏହାର ମୁକାବିଲା କରିବା ପାଇଁ ବାୟୁସେନାକୁ ସୁଖୋଇ-୩୦ ଏମକେଆଇର ଯୁଦ୍ଧ ବିମାନର ବ୍ୟବହାର କରିବାକୁ ପଡ଼ିଥିଲା।

ସୂଚନାନୁସାରେ, ବାୟୁସେନା ଚାଇନା ସୀମାରେ ଡ୍ରୋନର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି। ବାୟୁ ସୀମା ଉଲ୍ଲଂଘନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ ଯଦି ଡ୍ରୋନ ଏଲଏସି ସହିତ ସମାନ ଭାବରେ ଉଡୁଥିବାର ଦେଖାଯାଏ, ତେବେ ଭାରତରେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ବିମାନ କିମ୍ବା ଡ୍ରୋନ ରାଡାର ଉପରେ ଆସି ଭାରତୀୟ ସୀମା ଆଡକୁ ଆସିବାକୁ ଚେଷ୍ଟା କରେ, ତେବେ ଏହାକୁ ଘଉଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥାଏ।

ଉଲ୍ଲେଖନୀୟ ଯେ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବାୟୁସେନା ଏକ ଶକ୍ତିଶାଳୀ ଉପସ୍ଥିତି ବଜାୟ ରଖିଛି। ବର୍ତ୍ତମାନ ସୁଖୋଇ-୩୦ ଯୁଦ୍ଧ ବିମାନର ସ୍କ୍ବାଡନଗୁଡିକ ତେଜପୁରରୁ ଆସାମର ଛାବୁଆ ପର୍ଯ୍ୟନ୍ତ ମୁତୟନ କରାଯାଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗର ହାସିମାରା ଠାରେ ରାଫାଲ ଯୁଦ୍ଧ ବିମାନ ମଧ୍ୟ ରଖାଯାଇଛି। ଚାଇନାକୁ ଉପଯୁକ୍ତ ଉତ୍ତର ଦେବାକୁ ଆସାମ ସେକ୍ଟରରେ ରୁଷିଆରୁ କିଣାଯାଇଥିବା ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri