ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍‌ ଇନ୍‌ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…

ବେଜିଂ, ୭।୮ : ଆମେରିକାର ଟେକ୍‌ଜାଣ୍ଟ୍‌ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ ତାଇୱାନ ଭାବେ ବୋଲି ନାମକରଣ ନ କରିବାକୁ କହିଛି। ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ବ୍ୟବସାୟ ଯୁଦ୍ଧ ଆରମ୍ଭ କରିବାକୁ ଷଡ଼ଯନ୍ତ୍ର କରିଛି।

ଚାଇନା ବର୍ତ୍ତମାନ ଆମଦାନୀ ଉପରେ ଲେବଲ ନିୟମାବଳୀକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି। ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ମେଡ ଇନ ତାଇୱାନ ପରିବର୍ତ୍ତେ ତାଇୱାନ ଚାଇନା କିମ୍ବା ଚାଇନିଜ ତାଇପେଇ ନାମରେ ନାମିତ ହେବାକୁ ଥିବା ତାଇୱାନରେ ନିର୍ମିତ ସାମଗ୍ରୀ ଆମଦାନୀ କରିବାର ନିୟମକୁ ଚାଇନା କର୍ତ୍ତୃପକ୍ଷ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଦ ଧରିଛନ୍ତି। ପୂର୍ବ ଚାଇନା ଜିଆଙ୍ଗସ ୁ ପ୍ରଦେଶର ସୁଜୋରେ ଥିବା ଆପଲ ଯୋଗାଣକାରୀ ପେଗାଟ୍ରନ କର୍ପ କାରଖାନାରେ ଶିପ୍‌ ମେଣ୍ଟ ଯାଞ୍ଚ ପରେ ଆପଲର ପରାମର୍ଶ ଆସିଛି। ତେବେ ଏହାର ସୁଜୋ ପ୍ଲାଣ୍ଟ ସାଧାରଣ ଭାବରେ କାର୍ଯ୍ୟ କରୁଛି ବୋଲି ପେଗାଟ୍ରନ କହିଛି।

୧୯୯୯ର ପ୍ରାରମ୍ଭରେ, ଚାଇନା ଏକ ଚୀନ ନୀତି ଭାବରେ ମେଡ ଇନ ତାଇୱାନ ନାମକ ସାମଗ୍ରୀ ଆମଦାନୀ କିମ୍ବା ରପ୍ତାନି ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲା। ଅବଶ୍ୟ, ଲେବେଲିଂ ନିୟମକୁ କଡାକଡି କରିବା କେବଳ ଆପଲ ଯୋଗାଣକାରୀଙ୍କୁ ନୁହେଁ ବରଂ ତାଇୱାନରୁ ଚାଇନାକୁ ଶିପମେଣ୍ଟ ପଠାଉଥିବା ସମସ୍ତ ଲୋକ ପ୍ରଭାବିତ ହୋଇ ପାରନ୍ତି। ଏହି ଲେବେଲିଂ ନିୟମ ପୂର୍ବରୁ ବହୁତ କଡ଼ାକଡ଼ି ନ ଥିଲା। କିନ୍ତୁ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ଏହି ନିୟମକୁ କଡାକଡି ପାଳନ କରିବାକୁ ଜିଦ ଧରିଛି।

ଉଲ୍ଲେଖନୀୟ ବିଷୟ ହେଉଛି, ପେଲୋସି ତାଇୱାନ ଗସ୍ତ ପରେ ଚାଇନା ଅଙ୍ଗୁର, ଲେମ୍ବୁ ଏବଂ କମଳା ସମେତ ସାଇଟ୍ରସ ଫଳ ଆମଦାନୀ ବନ୍ଦ କରିଦେଇଛି। ଏହା ସହିତ ତାଇୱାନରୁ ଦୁଇ ପ୍ରକାର ମାଛ ଆମଦାନୀ ଉପରେ ମଧ୍ୟ କଡ଼କଣା ଜାରି ହୋଇଛି। ଚାଇନାରୁ ତାଇୱାନକୁ ବାଲି ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଯାହା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ତାଇଓ୍ବାନର ବ୍ୟବସାୟକୁ କ୍ଷତି ପହଞ୍ଚାଇବା ଲାଗି ଚାଇନା ଏଭଳି କରୁଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri