ଚାଇନାର ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍‌: ପୃଥିବୀ ପାଇଁ ସୃଷ୍ଟି କରିଛି ବିପଦ…

ବେଜିଂ,୪।୨ : ଆଗାମୀ ଦିନରେ ଚାଇନାର ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବାରେ। ଏକ ରିପୋର୍ଟ ଅନୁଯାୟୀ, ଜାତୀୟ ସୁରକ୍ଷା ତଥା ଗୁରୁତ୍ୱପୂର୍ଣ୍ଣ ଶିଳ୍ପରେ ଚାଇନାର ଏହି କୌଶଳ ସ୍ମାର୍ଟ ସହରରେ ଗୁପ୍ତଚରୀର ଏକ ମାଧ୍ୟମ ହୋଇପାରେ ବୋଲି ଆଶଙ୍କା କରାଯାଉଛି। କେବଳ ଏତିକି ନୁହେଁ, ଏହାକୁ ହ୍ୟାକରମାନଙ୍କ ଦ୍ୱାରା ମଧ୍ୟ ବ୍ୟବହାର କରାଯିବାର ଆଶଙ୍କା ରହିଛି। ଚାଇନାର ଏହି ଟେକ୍ନୋଲୋଜି ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଇଣ୍ଟରନେଟ ଅଫ ଥିଙ୍ଗସ ହେଉଛି ଟେକ୍ନୋଲୋଜିର ବିକାଶ ଯେଉଁଥିରେ ନେଟୱାର୍କିଂ ମାଧ୍ୟମରେ ଅନେକ ଗ୍ୟାଜେଟ ଏକତ୍ର ଲିଙ୍କ ହେବ। ଇଣ୍ଟରନେଟ ଅଫ ଥିଙ୍ଗସକୁ ଆଇଓଟି ମଧ୍ୟ କୁହାଯାଏ। ଏଥିରେ, ସମସ୍ତ ଗ୍ୟାଜେଟଗୁଡ଼ିକ ଏକତ୍ର ସଂଯୋଗ ହୋଇ ପରସ୍ପର ସହିତ ତଥ୍ୟ ବିନିମୟ କରନ୍ତି, ଯାହା ସମସ୍ତ ଉପକରଣଗୁଡ଼ିକ ମଧ୍ୟରେ ଏକୀକରଣ ଆଣିଥାଏ।

ଇଣ୍ଟରନେଟ ଅଫ ଥିଙ୍ଗସ ଅଧୀନରେ, ସମଗ୍ର ବିଶ୍ୱରେ ଏପରି ସ୍ମାର୍ଟ ସହର ହୋଇପାରେ, ଯେଉଁଥିରେ ସମସ୍ତ ଉପକରଣ ପରସ୍ପର ସହିତ ସଂଯୁକ୍ତ ହେବ। ତଥାପି, ଏହାର ଅପବ୍ୟବହାର ମଧ୍ୟ ସମ୍ଭବ। ଧରାଯାଉ ଜଣେ କବାଟ ଏବଂ କ୍ୟାମେରା ବନ୍ଦ କରି ଏକ ଇଣ୍ଟେଲିଜେନ୍ସ ଲ୍ୟାବକୁ ଯାଇଥାନ୍ତି। କିନ୍ତୁ ଇଣ୍ଟରନେଟ ଅଫ ଥିଙ୍ଗସ୍‌ ମାଧ୍ୟମରେ ଲ୍ୟାବର କୃତ୍ରିମ ମସ୍ତିଷ୍କ(ଏଆଇ) ଏହି କବାଟ ଏବଂ କ୍ୟାମେରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ବର୍ତ୍ତମାନ ଯଦି ଏହି କୃତ୍ରିମ ମସ୍ତିଷ୍କ ଚାଇନାର ନେଟୱାର୍କ ସହିତ କୌଣସି ପ୍ରକାରେ ସଂଯୁକ୍ତ ହେଲେ ଏହା ଗୁପ୍ତଚରୀର ଏକ ମାଧ୍ୟମ ମଧ୍ୟ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri