ଚାଇନାର ବଢ଼ିଲା ଅଡୁଆ: ସୁରକ୍ଷା ପରିଷଦରେ କୋଣଠେସା କରିବାକୁ ଯୋଜନା…

ବେଜିଂ,୨୩।୧ : ଚାଇନାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଜାତିସଂଘରେ ଚାଇନାକୁ କୋଣଠେସା କରିବାକୁ ପ୍ରସ୍ତୁତି ଚାଲିଛି। ବାସ୍ତବରେ, ସମ୍ପ୍ରତି ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ୟୁନିଭର୍ସାଲ ପେରିଓଡିକ ରିଭ୍ୟୁ (ୟୁପିଆର) ୱାର୍କିଂ ଗ୍ରୁପର ଚତୁର୍ଥ ଅଧିବେଶନ ଚାଲିଛି। ଏହି ଅଧିବେଶନ ୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଚାଇନା ମାନବିକ ଅଧିକାର ରେକର୍ଡ ବିଶ୍ୱ ସଂସ୍ଥାରେ ଅନ୍ତର୍ଜାତୀୟ ଯାଞ୍ଚର ସମ୍ମୁଖୀନ ହୋଇଛି। ବିଶ୍ଳେଷକମାନେ କହିଛନ୍ତି ୟୁନିଭର୍ସାଲ ପିରିୟଡିକ ରିଭ୍ୟୁର ବର୍ତ୍ତମାନର ଅଧିବେଶନରେ ଜାତିସଂଘ ମାନବ ଅଧିକାର ପରିଷଦର ସଦସ୍ୟମାନେ ଏହାର ମାନବିକ ଅଧିକାର ପାଇଁ ଚାଇନାକୁ ଉତ୍ତରଦାୟୀ କରିପାରନ୍ତି।

ସୂଚନାଯୋଗ୍ୟ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଅଧୀନରେ ସମୟାନୁସାରେ ୟୁନିଭର୍ସାଲ ପିରିୟଡିକ ରିଭ୍ୟୁ କରାଯାଏ । ଏଥିରେ ମାନବ ଅଧିକାର ପରିଷଦର ସଦସ୍ୟ ଦେଶ ମାନବ ଅଧିକାର ସମ୍ବନ୍ଧରେ ପରସ୍ପରକୁ ସମୀକ୍ଷା କରନ୍ତି। ଏଥିସହ ମାନବିକ ଅଧିକାରର ବାଧ୍ୟତାମୂଳକତା ଏବଂ ପ୍ରତିବଦ୍ଧତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଏ। ଏହା ବ୍ୟତୀତ ସମୀକ୍ଷକ ଦେଶମାନେ ମଧ୍ୟ ସେମାନଙ୍କର ସୁପାରିଶ କରନ୍ତି। ଏହାପୂର୍ବରୁ ଏହି ସମୀକ୍ଷା ଅଧିବେଶନ ଗତ ନଭେମ୍ବର ୨୦୧୮ ରେ ଆୟୋଜିତ ହୋଇଥିଲା । ମିଳିତ ଜାତିସଂଘ କମିଟି ପ୍ରକାଶ କରିବାର କିଛି ମାସ ପରେ ଉଇଗର ମୁସଲମାନମାନଙ୍କ ଉପରେ ଅତ୍ୟାଚାର ପାଇଁ ଚାଲିଥିବା ଡିଟେନଶନ ସେଣ୍ଟରକୁ ନେଇ ଚାଇନା ବିଭିନ୍ନ ଦେଶ ଦ୍ୱାରା ସମାଲୋଚିତ ହୋଇଥିଲା।

ନଭେମ୍ବର ୨୦୧୮ ରେ ଅନୁଷ୍ଠିତ ତୃତୀୟ ୟୁପିଆର ସମୟରେ ମାନବ ଅଧିକାର ପରିଷଦର ୧୫୦ ସଦସ୍ୟ ଦେଶ ଚାଇନାକୁ ୩୪୬ ଟି ସୁପାରିଶ କରିଥିଲେ। ସେଥିମଧ୍ୟରୁ ୨୮୪ କୁ ମଧ୍ୟ ଗ୍ରହଣ କରାଯାଇଥିଲା। ସେପ୍ଟେମ୍ବର ୨୦୨୨ ରେ ମାନବ ଅଧିକାର ପରିଷଦରେ ଜିନଜିଆଙ୍ଗର ପରିସ୍ଥିତି ଉପରେ ବିତର୍କ ପରେ ଚାଇନା ରେକର୍ଡକୁ ଏହି ଅଧିବେଶନରେ ଖୋଲାଖୋଲି ଆଲୋଚନା କରାଯାଇପାରିବ। ଏହା ପରଠାରୁ ଏହା ପ୍ରଥମ ୟୁପିଆର ଅଧିବେଶନ ଅଟେ। ଉଇଗୁର୍‌ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ବେଜିଂର କାର୍ଯ୍ୟକଳାପ ମାନବିକତା ବିରୁଦ୍ଧରେ ଅପରାଧ ହୋଇପାରେ। ଏହି ପରିସ୍ଥିତିକୁ ଦମନ କରିବା ପାଇଁ ଚାଇନା କୂଟନୈତିକ ସ୍ତରରେ ନିରନ୍ତର ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri