ଚାଇନାର ପୂର୍ବତନ କୃଷିମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବେଜିଂ,୨୯ା୯(ପି.ଟି.): ଚାଇନାର ପୂର୍ବତନ କୃଷି ଓ ଗ୍ରାମାଞ୍ଚଳ ବ୍ୟାପାର ମନ୍ତ୍ରୀ ଟାଙ୍ଗ ରେଞ୍ଜିଆନ୍‌ଙ୍କୁ ଦୁର୍ନୀତି ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ତେବେ ଏହି ଦଣ୍ଡାଦେଶ ୨ ବର୍ଷ ପାଇଁ ସ୍ଥଗିତ ରହିବ ବୋଲି ଅଦାଲତ କହିଛନ୍ତି। ୩୮ ନିୟୁତ ଡଲାର ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ରେଞ୍ଜିଆନ୍‌ ଦୋଷୀସାବ୍ୟସ୍ତ ହୋଇଥିଲେ। କୃଷି ମନ୍ତ୍ରଣାଳୟର ପ୍ରମୁଖ ଶାସକ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ସଂଗଠନର ପୂର୍ବତନ ସମ୍ପାଦକ ଥିବା ରେଞ୍ଜିଆନ୍‌ ଜୀବନର ରାଜନୈତିକ ଅଧିକାରରୁ ବଞ୍ଚତ୍ତ ହୋଇଥିବା ଜିଲିନ ପ୍ରଦେଶର ଚାଙ୍ଗ୍‌ଚୁନ୍‌ସ୍ଥିତ ଇଣ୍ଟରମିଡିଏଟ୍‌ ପିପୁଲ୍ସ କୋର୍ଟ ରାୟରେ କହିଛନ୍ତି। ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବା ସହ ଲାଞ୍ଚରୁ ଉଠାଇଥିବା ବେଆଇନ ଲାଭକୁ ଜବତ କରାଯାଇ ଜାତୀୟ କୋଷାଗାରକୁ ପଠାଇଦିଆଯିବ ବୋଲି କୋର୍ଟ କହିଛନ୍ତି। ୨୦୦୭ରୁ ୨୦୨୪ ମଧ୍ୟରେ ରେଞ୍ଜିଆନ୍‌ ନିଜ ପଦବୀର ବେଆଇନ ଫାଇଦା ଉଠାଇ ବ୍ୟବସାୟ, ପ୍ରକଳ୍ପ ଠିକାଦାରି ଓ ନିଯୁକ୍ତିରେ ଅନ୍ୟମାନଙ୍କୁ ଉପକୃତ କରାଇଥିଲେ। ଏହା ବଦଳରେ ସେ ସେମାନଙ୍କଠାରୁ ୨୬୮ ନିୟୁତ ୟୁଆନ ଲାଞ୍ଚ ଗ୍ରହଣ କରିଥବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri