ଚାଇନାର ଦାଦାଗିରି: ତାଇଓ୍ବାନର ମେଡ଼ିୟନ ଲାଇନ ଅତିକ୍ରମ କଲେ ୫୯ ଯୁଦ୍ଧ ବିମାନ…

ତାଇପେ/ବେଜିଂ,୧୦।୪ : ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।

ଚାଇନା ଏପରି ପଦକ୍ଷେପ ନେଇଛି ଯେଉଁ ସମୟରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଆମେରିକା ଗସ୍ତରୁ ଫେରିଛନ୍ତି। ଯୁକ୍ତରାଷ୍ଟ୍ରରେ ସେ ଆମେରିକା ହାଉସର ବାଚସ୍ପତି କେଭିନ ମ୍ୟାକକାରିଙ୍କୁ ଭେଟିଥିଲେ। ଏହା ପରେ ଚାଇନ କ୍ରୋଧିତ ହୋଇ ତାଇୱାନ ପ୍ରତି ନିଜର ଏଭଳି ଆଭିମୁଖ୍ୟ ପ୍ରକାଶ କରଛି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସୋମବାର ପୂର୍ବାହ୍ନ ୧୦ ଟା ସୁଦ୍ଧା ତାଇୱାନର ମେଡ଼ିୟନ ଲାଇନ ନିକଟରେ ୫୯ ଟି ଚାଇନା ସାମରିକ ବିମାନ ଦେଖିବାକୁ ମିଳିଛି। ମନ୍ତ୍ରଣାଳୟ କହିଛି ଯେ ସେମାନଙ୍କ ମଧ୍ୟରୁ ୩୯ ଟି ବିମାନ ତାଇୱାନ ଷ୍ଟ୍ରାଇଟ ମେଡ଼ିୟନ ଲାଇନ ପାର ହୋଇ ତାଇୱାନର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛନ୍ତି।

ତାଇୱାନକୁ ଚେତାବନୀ ଦେବା ପାଇଁ ଚାଇନା ସେନା ଦ୍ୱୀପ ନିକଟରେ ତିନି ଦିନ ପାଇଁ ସାମରିକ ଅଭ୍ୟାସ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଆମେରିକା ଗସ୍ତ ସହ ଜଡିତ ଲୋକଙ୍କ ବିରୋଧରେ ଚାଇନା ମଧ୍ୟ ଯାତ୍ରା ଉପରେ ପ୍ରତିବନ୍ଧକ ଏବଂ ଆର୍ଥିକ ପ୍ରତିବନ୍ଧକ ଲଗାଇଛି।

ରବିବାର ଦିନ ସକାଳ ୬ ଟାରୁ ସୋମବାର ସକାଳ ୬ ଟା ମଧ୍ୟରେ ଦ୍ୱୀପ ନିକଟରେ ସମୁଦାୟ ୭୧ ଟି ବିମାନ ଦେଖିବାକୁ ମିଳିଥିଲା। ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବାନୁସାରେ, ଏହି ବିମାନଗୁଡ଼ିକ ତାଇୱାନ ଷ୍ଟ୍ରାଇଟ ମେଡ଼ିୟନକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ସେଣ୍ଟ୍ରାଲ ଲାଇନ ଅତିକ୍ରମ କରିଥିବା ବିମାନରେ ୮ ଟି ଜେ-୧୬ ଯୁଦ୍ଧ ବିମାନ, ୪ଟି ଜେ-୧ ଯୁଦ୍ଧ ବିମାନ, ୮ ଟି ଏସୟୁ-୩୦ ଯୁଦ୍ଧ ବିମାନ ଏବଂ ଅନୁସନ୍ଧାନ ବିମାନ ଅନ୍ତର୍ଭୁକ୍ତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିବାହ ଏକ ସାମାଜିକ କର୍ତ୍ତବ୍ୟ, କେବଳ ଶାରୀରିକ ସମ୍ପର୍କ ନୁହେଁ: ମୋହନ ଭାଗବତ

ନାଗପୁର,୮।୨: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର ଦେଶର ଜନସଂଖ୍ୟା, ଅର୍ଥନୀତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri