ଚାଇନାର ଚିନ୍ତା ବଢ଼ିଲା, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…

ବେଜିଂ,୧।୩ : ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଯୁବବର୍ଗ ଏବେ ବିବାହ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାନବ ସମ୍ବଳ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ବିବାହ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ହେବା ସହିତ ଜନ୍ମ ହାର କମିବାରେ ଲାଗିଛି। ଜନ୍ମହାର ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚିଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୯ ତୁଳନାରେ ଚାଇନାରେ ବିବାହ ପଞ୍ଜିକରଣର ଗ୍ରାଫ ୨୦୨୦ର ପ୍ରଥମ ତ୍ରୟମାସରେ ୧୭.୫ ପ୍ରତିଶତ ହ୍ରାସ ପାଇଛି।

ଜିଆଙ୍ଗସୁ ପ୍ରଦେଶରେ ବିବାହ ସଂଖ୍ୟା କ୍ରମାଗତ ପଞ୍ଚମ ବର୍ଷ ପାଇଁ ହ୍ରାସ ପାଇଥିବାବେଳେ ଜେଜିଆଙ୍ଗ ପ୍ରଦେଶର ରାଜଧାନୀ ହାଙ୍ଗଜୋ ସହରରେ ୨୦୨୧ରେ ପଞ୍ଜିକୃତ ହୋଇଥିବା ବିବାହ ସଂଖ୍ୟା ତୁଳନାରେ ଚଳିତ ୨୦୨୨ ବର୍ଷରେ ଏହି ସଂଖ୍ୟା ୮୦ ପ୍ରତିଶତ ହ୍ରାସ ପାଇଛି।

ଚାଇନାରେ ବିବାହିତ ଦମ୍ପତିଙ୍କ ମଧ୍ୟରେ ୪୬.୫ ପ୍ରତିଶତଙ୍କର ବୟସ ୩୦ ବର୍ଷରୁ ଅଧିକ। କିଛି ଦଶନ୍ଧି ଧରି ଏକ ଶିଶୁଜନ୍ମ ନୀତିର କଠୋର ନିୟମ ଯୋଗୁଁ, ଚାଇନାରେ ଜନ୍ମ ହାର ତୀବ୍ର ହ୍ରାସ ପାଇଛି ଏବଂ ଏହା ସର୍ବନିମ୍ନ ହାର ୭.୫୨ କୁ ଖସି ଆସିଛି। ଏହି ସଂଖ୍ୟା ଚାଇନାର ନ୍ୟାଶନାଲ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ପ୍ରଦାନ କରାଯାଇଛି। ବିଗତ ଦିନରେ ଜନ୍ମ ହାର ହ୍ରାସ ପାଇଁ ଚାଇନା ସରକାର ଗତ କିଛି ବର୍ଷ ମଧ୍ୟରେ ବହୁ ଉଦ୍ୟମ କରିଛନ୍ତି।

ତେବେ ଏବେ ଜନସଂଖ୍ୟା କମୁଥିବାରୁ ସରକାରୀ ନୀତିକୁ କୋହଳ କରାଯାଇଛି। ଗର୍ଭପାତ ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଚାଇନା ସରକାର ଏବେ ଏକ ଶିଶୁ ନୀତି ପ୍ରତ୍ୟାହାର କରିବାର ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri