ଚାଇନାର ସନ୍ତାନ ଚିନ୍ତା

ଏକଦା ସର୍ବାଧିକ ଜନସଂଖ୍ୟାକୁ ନେଇ ଚିନ୍ତିତ ଥିବା ଚାଇନା ଏବେ ଦେଶରେ କ୍ରମାଗତ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାରେ। ବିଶେଷକରି ଚାଇନାର ଯୁବବର୍ଗ ସେମାନଙ୍କ ଆର୍ଥିକ ସ୍ଥିତି,ବେରୋଜଗାର,ସମ୍ମାନଜନକ କର୍ମନିଯୁକ୍ତି ଓ ଭବିଷ୍ୟତ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରେମ, ବିବାହ,ପରିବାର,ବଂଶବୃଦ୍ଧି ପ୍ରତି ସେମାନଙ୍କ ମଧ୍ୟରେ ବିମୁଖତା ଦେଖାଦେଇଛି। ଚାଇନାର ୫୭ ପ୍ରତିଶତ ଯୁବବର୍ଗ ପ୍ରେମ ଓ ବିବାହ ପ୍ରତି ବିମୁଖତା ପ୍ରକାଶ କରୁଥିବା ସିନ୍‌ଗୁହା ବିଶ୍ବବିଦ୍ୟାଳୟର ଏଭର ଗ୍ରେଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ସର୍ବେକ୍ଷଣରୁ ଜଣାପଡ଼ିଛି। ୨୦୨୪ର ପ୍ରଥମ ତ୍ରୈମାସିକ ରିପୋର୍ଟରେ ଦେଶରେ ଉଦ୍‌ବେଗଜନକ ଭାବେ ଜନ୍ମହାର ହ୍ରାସ ପାଇଥିବା ଦର୍ଶାଇଛି ଚାଇନା।
ବର୍ତ୍ତମାନ ଚାଇନାରେ ପ୍ରମୁଖ ସମସ୍ୟା ଭାବେ ଉଭାହୋଇଛି ଦେଶରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି। ସେଠାରେ କରୋନା ପରବର୍ତ୍ତୀ ଆର୍ଥିକ ସ୍ଥିତି, ଜୀବନ ହାନି ,ବିଦେଶ ରାଷ୍ଟ୍ର ସହ ବାଣିଜି୍ୟକ କାରବାର ବ୍ୟାପକ ପ୍ରଭାବିତ ହୋଇଛି। ତେଣୁ ବର୍ତ୍ତମାନ ଚାଇନାର ଅଧିକାଂଶ ଯୁବବର୍ଗଙ୍କ ପାଇଁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ପ୍ରାଥମିକତା ହୋଇଛି। ପ୍ରେମ,ବିବାହ ଏସବୁ ପ୍ରତି ସେମାନେ ଆଗ୍ରହ ପ୍ରକାଶ ନ କରି ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାକୁ ଗୁରୁତ୍ୱ ଦେଉଛନ୍ତି। ସେମାନେ କିଭଳି ଆତ୍ମନିର୍ଭର ସହ ଅଧିକ ଅର୍ଥ ଉପାର୍ଜନକରି ନିଜର, ପରିବାର ଓ ସମାଜ ପାଇଁ ଉତ୍ତରଦାୟୀ ରହିବେ ଏଥିପାଇଁ ନିକଟରେ ଚାଇନା ଷ୍ଟେଟ୍‌ କାଉନସିଲ ବା ଚାଇନାର କେନ୍ଦ୍ରୀୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପହଞ୍ଚିଛି। ଚାଇନାର ମହାବିଦ୍ୟାଳୟ,ବିଶ୍ବବିଦ୍ୟାଳୟ ସ୍ତରରେ ଲଭ୍‌ ଏଜୁକେଶନ ବା ପ୍ରେମପାଠ ବାଧ୍ୟତା ମୂଳକ କରାଯାଇଛି। ଏହାଦ୍ବାରା ଯୁବବର୍ଗଙ୍କ ମଧ୍ୟରେ ପ୍ରେମ,ବିବାହ,ବଂଶବୃଦ୍ଧି ପ୍ରତି ସକାରାତ୍ମକ ଦୃଷ୍ଚିଭଙ୍ଗୀ ଅଣାଯାଇପାରିବ। ଦେଶରେ ଏକ ସନ୍ତାନ ନୀତି ଜନସଂଖ୍ୟା ନିୟନ୍ତ୍ରଣରେ ସହାୟକ ହୋଇଥିଲା ସତ, କିନ୍ତୁ ପରବର୍ତ୍ତୀ ସମୟରେ ଏହା ବିପଦ ମଧ୍ୟ ସାବ୍ୟସ୍ତ ହୋଇଛି। ତେଣୁ ଆଗାମୀ ଦିନରେ ଚୀନା ଦମ୍ପତିମାନେ କିଭଳି ସନ୍ତନା ଜନ୍ମ ପ୍ରତି ଆଗ୍ରହ ଦେଖାଇବେ,ଯୁବବର୍ଗ ଠିକ୍‌ ବୟସରେ ବିବାହ କରିବେ ତା’ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି ଚାଇନା। ଚିନ୍ତାଜନକ ବିଷୟ ଯେ ଏଭରଗ୍ରେଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ତଥ୍ୟ ଅନୁସାରେ ୨୦୧୩ରେ ସେଠାରେ ୧୩.୪୭ ପ୍ରତିଶତ ବିବାହ ପଞ୍ଜୀକରଣ ହୋଇଥିବା ବେଳେ ୨୦୨୦ରେ ଏହା ୮.୧୩ ପ୍ରତିଶତକୁ ହ୍ରାସପାଇଛି। ୨୦୨୪ର ପ୍ରଥମାର୍ଦ୍ଧ ତ୍ରୈମାସିକ ତଥ୍ୟ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଚାଇନାର ମାତ୍ର ୪.୭୪ ମିଲିୟନ ଦମ୍ପତି ବିବାହ ପଞ୍ଜୀକରଣ କରିଛନ୍ତି ; ଯାହାକି ଉଦ୍‌ବେଗର କାରଣ ହୋଇଛି। ୨୦୨୩ରେ ସମାନ ସମୟରେ ତ୍ରୈମାସିକ ରିପୋର୍ଟରେ ବିବାହ ପଞ୍ଜୀକରଣ ସଂଖ୍ୟା ୫.୬୯ ମିଲିୟନ ଥିଲା। ୨୦୨୩ ରେ ଓ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୨୦୨୪ରେ ଏହା ୧୬.୬ ପ୍ରତିଶତ ହ୍ରାସ। ତେବେ ଚାଇନାର ବିକଶିତ ତଥା ଉନ୍ନତ ମାନର ସହରଗୁଡ଼ିକରେ ବସବାସ କରୁଥିବା ଯୁବବର୍ଗଙ୍କ ମଧ୍ୟରେ ବିବାହ ଓ ପ୍ରେମକୁ ନେଇ ମାନସିକତା ଓ ଦୃଷ୍ଚିଭଙ୍ଗୀରେ ହ୍ରାସ ପରିଲକ୍ଷିତ ହୋଇଛି। ଏହା ଚାଇନାର ଜାତୀୟ ଅଭିବୃଦ୍ଧିକୁ ମଧ୍ୟ ପ୍ରଭାବିତ କରିଛି।
ଅନିୟନ୍ତ୍ରିତ ଜନସଂଖ୍ୟାରେ ରୋକ ଲଗାଇବାକୁ ୧୯୮୦ରୁ ୨୦୧୬ ଯାଏ ଚାଇନାରେ ଲାଗୁହୋଇଥିଲା ଏକ ଦମ୍ପତି ଏକ ସନ୍ତାନ ନୀତି। ଯଦିଓ ଏକ ସନ୍ତାନ ନୀତିକୁ ୨୦୧୬ ପରେ ଚାଇନା ସରକାର କୋହଳ କରିଥିଲେ ମଧ୍ୟ ଯୁବବର୍ଗଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାରେ ଦେଶ ବିଫଳ ହୋଇଛି। କାରଣ ଚାଇନାରେ ଯୁବବର୍ଗଙ୍କ ପ୍ରାଥମିକତା ରହିଛି ଆତ୍ମନିର୍ଭର,କର୍ମନିଯୁକ୍ତି, ଅର୍ଥ ରୋଜଗାର ଓ ନିଜର ସୁରକ୍ଷିତ ଭବିଷ୍ୟତ। ଫଳରେ ଅଧିକାଂଶ ଯୁବବର୍ଗ ଉପଯୁକ୍ତ ସମୟରେ ବିବାହ ନ କରି ଅର୍ଥ ରୋଜଗାରକୁ ପ୍ରାଥମିକତା ଦେଉଛନ୍ତି। ପୂର୍ବରୁ ରହିଥିବା ଏକ ସନ୍ତାନ ନୀତି ସେମାନଙ୍କର ମାନସିକତାକୁ ଏବେ ବି ପ୍ରଭାବିତ କରି ରଖିଛି। ଏହାସହ କୋଭିଡ୍‌-୧୯ ପରେ ସେଠାରେ ବ୍ୟାପକ ଭାବେ ଜନ୍ମହାର ମଧ୍ୟ ହ୍ରାସ ପାଇଛି। ୨୦୨୪ ଜାନୁଆରୀର ତଥ୍ୟ କହୁଛି ଲଗାତର ୨ବର୍ଷ ଧରି ଜନସଂଖ୍ୟା ହ୍ରାସ ମଧ୍ୟ ଚାଇନା ପାଇଁ ଚିନ୍ତାର କାରଣ ହୋଇଛି। ଚାଇନାର ନ୍ୟାଶନାଲ ବ୍ୟୁରୋ ଅଫ୍‌ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ ୨୦୨୩ରେ ଏହାର ଜନସଂଖ୍ୟା ୨.୦୮ ମିଲିୟନ ହ୍ରାସ ଘଟିଛି। ବିଶେଷକରି କୋଭିଡ୍‌ ମହାମାରୀ ସମୟରେ ଏହାର ଜନ୍ମ ହାର ୫.୭ ପ୍ରତିଶତ ହାରରେ ହ୍ରାସ ଘଟିଥିଲା। ଚାଇନାରେ ଜନସଖ୍ୟା ହ୍ରାସ ଦେଶରେ ପ୍ରି-ସ୍କୁଲ ଶିକ୍ଷା,କିଣ୍ଡରଗାର୍ଟେନ ସ୍କୁଲ ଶିକ୍ଷାକୁ ମଧ୍ୟ ପ୍ରଭାବିତ କରିଛି। ଲଗାତର ୩ବର୍ଷ ଧରି ୫ପ୍ରତିଶତ ହାରରେ କିଣ୍ଡରଗାର୍ଟେନ ସ୍କୁଲଗୁଡିକରେ ଶିଶୁ ପଞ୍ଜୀକରଣ ଉଦ୍‌ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ଏପରିକି ଅନେକ ପ୍ରିସ୍କୁଲ ମଧ୍ୟ ବନ୍ଦ ହୋଇଗଲାଣି।
ଚାଇନାରେ ଉଚ୍ଚଶିକ୍ଷାରେ ପ୍ରବେଶ ପାଇଁ ଉଚ୍ଚସ୍ତରୀୟ ଓ ଜଟିଳ ପ୍ରତିଯୋଗିତାମୂଳକ ପରୀକ୍ଷା ସକାଶେ ଉପଯୁକ୍ତ ଢଙ୍ଗରେ ପ୍ରସ୍ତୁତିର ଆବଶ୍ୟକତା ଅଛି। ଚାଇନାର ଭଲ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ହେଲେ ନ୍ୟାଶନାଲ କଲେଜ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏଥିରେ ଉତ୍ତୀର୍ଣ୍ଣ ହେବା ମଧ୍ୟ ଏତେ ସହଜ ନୁହେଁ। ଚାଇନାର କିଛି ଗୁଣାତ୍ମକ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇବାକୁ ହେଲେ ଏହି ଜଟିଳ ପ୍ରବେଶିକା ପରିକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ବର୍ଷ ବର୍ଷର ପ୍ରସ୍ତୁତି ଜରୁରୀ। ଦେଶର ସମ୍ମାନଜନକ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ପାଇଁ ଜଣେ ଛାତ୍ର ଚାଇନାର ଭାଷା,ସାହିତ୍ୟ ,ଇଂରାଜୀ, ଗଣିତ,ପଦାର୍ଥ ବିଜ୍ଞାନ,ରାଜନୀତି,ଇତିହାସ ଉପରେ ଗଭୀର ଅଧ୍ୟୟନ ମଧ୍ୟ ଜରୁରୀ। କେବଳ ପ୍ରବେଶିକା ପରୀକ୍ଷା ନୁହେଁ ବିଶ୍ବବିଦ୍ୟାଳୟରେ ଆଡମିଶନ ପରେ ଏକାଡେମିକି ସ୍ତରରେ ଭଲ ପ୍ରଦର୍ଶନ ଜରୁରୀ। ଏଥିପାଇଁ ସେମାନେ ଚାପରେ ରହୁଛନ୍ତି। ବିଶେଷକରି ୫୭ପ୍ରତିଶତ ଯୁବବର୍ଗ ସେମାନଙ୍କ ଉଚ୍ଚଶିକ୍ଷା , କ୍ୟାରିୟର ଉପରେ ଧ୍ୟାନ ଦେଉଥିବା ବେଳେ ପ୍ରେମ ଓ ବିବାହକୁ ଏତେଟା ଗୁରୁତ୍ୱ ଦେଉନାହାନ୍ତି। ଏହାସହ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ଖର୍ଚ୍ଚ ମଧ୍ୟ ପୂର୍ବ ଦଶନ୍ଧି ତୁଳନାରେ ବହୁଳ ମାତ୍ରାରେ ବୃଦ୍ଧିପାଇଛି। ତେଣୁ ଅଧିକାଂଶ ଛାତ୍ରୀଛାତ୍ର ସରକାରୀ ସ୍ତରରେ ଭଲ ଶିକ୍ଷା ପାଇବାକୁ ଗୁରୁତର ସହ ଚେଷ୍ଟା କରୁଛନ୍ତି। ଚାଇନା ସରକାର ଆଗକୁ ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ମୁକ୍ତଶିକ୍ଷାକୁ ପ୍ରୋତ୍ସାହନ ସହ ଯୁବବର୍ଗଙ୍କ ମଧ୍ୟରେ କିଭଳି ପ୍ରେମ ଓ ବିବାହ ପାଇଁ ଅଧିକ ଆଗ୍ରହ ସୃଷ୍ଟି କରାଯାଇପାରିବ, ଚାପମୁକ୍ତ ଶିକ୍ଷା ଓ ଆନନ୍ଦଦାୟକ ଶିକ୍ଷାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। କାରଣ ବିଶ୍ବର ଏହି ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରର ମାନବ ସମ୍ବଳ ସଙ୍କଟ ଦିଗରେ ଅଗ୍ରସର ହେଉଥିବା ବେଳେ ସେମାନଙ୍କ ମନରେ ସକାରାତ୍ମକ ଓ ଚାପମୁକ୍ତ ଶିକ୍ଷା ସହ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ପ୍ରେମ ଓ ବିବାହର ଉପକାରିତା ସମ୍ପର୍କିତ ଶିକ୍ଷାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି।
ବାଲିପନ୍ତାଳ,ନଗର,ଅସ୍ତରଙ୍ଗ,ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?